ରାୟଗଡା (ଗୋପୀନାଥ ଗୌଡ଼) : ରାୟଗଡା ଜିଲ୍ଲାସ୍ତରୀୟ ୭୬ତମ ସାଧାରଣ ତନ୍ତ୍ର ଦିବସ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ।ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ବୈଠକ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ ଶ୍ରୀମତୀ ପାରୁଲ ପଟାୱରୀଙ୍କ ଅଧ୍ୟକ୍ଷତା କରିଥିଲେ । ଉକ୍ତ ବୈଠକରେ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ, ଜ଼ିଲ୍ଲାପରିଷଦ ଶ୍ରୀ ଅକ୍ଷୟ କୁମାର ଖେମୁଣ୍ଡୁ,ଯୋଗଦାନ କରିଥିବା ବେଳେ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ବସନ୍ତ କୁମାର ପ୍ରଧାନ ଗତ ବର୍ଷର କାର୍ଯ୍ୟକ୍ରମ ବିବରଣୀ ପାଠ କରି ସଂଯୋଜନା କରିବା ସହ ଚଳିତ ବର୍ଷ ପାଇଁ ବୈଠକରେ ଉପସ୍ଥିତ ବ୍ୟକ୍ତି ବିଶେଷଙ୍କ ପ୍ରସ୍ତାବ ଲୋଡିଥିଲେ। ପ୍ରତିବର୍ଷ ଭଳି ପ୍ରତ୍ୟୁଷରେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ବିଭାଗ ତରଫରୁ ରାମଧୂନ ପରିବେଷଣ।

ସକାଳ ୭.୩୦ ମି ଠାରୁ ଘ. ୮ ଟା ମଧ୍ୟରେ ପ୍ରତ୍ୟେକ ସରକାରୀ, ବେସରକାରୀ ଅନୁଷ୍ଠାନରେ ଜାତୀୟ ପତାକା ଉତ୍ତୋଳନ। ସ୍ଥାନୀୟ ଗୋବିନ୍ଦ ଚନ୍ଦ୍ର ଦେବ ଜିଲ୍ଲା ଉଚ୍ଚ ବିଦ୍ୟାଳୟ ଖେଳ ପଡିଆରେ ଅନୁଷ୍ଠିତ ହେବାକୁ ଥିବା ଜିଲ୍ଲା ସ୍ତରୀୟ ସାଧାରଣ ତନ୍ତ୍ର ଦିବସ ସକାଳ ୮.୩୦ମି. ସମୟରେ ମୁଖ୍ୟ ଅତିଥିଙ୍କ ଦ୍ୱାରା ଜାତୀୟ ପତାକା ଉତ୍ତଳୋନ କରାଯିବ | ପ୍ୟାରେଡ଼ ପଡିଆରେ ବାରିକେଟ ବ୍ୟବସ୍ଥା ପୂର୍ତ୍ତ ବିଭାଗ ସହ ଅନ୍ୟ ବିଭାଗକୁ ଦାୟିତ୍ୱ ପ୍ରଦାନ କରାଯାଇଛି ।

ବୈଠକରେ ଡ଼ିଏସପି, ଡିଆଇବି, ଶ୍ରୀ ଭୀମସେନ ନାଏକ, ପୋଲିସ ରିଜର୍ଭ ଇନ୍ସପେକ୍ଟର କବିବର ଦେହୁରୀ, ରାୟଗଡା ମହାବିଦ୍ୟାଳୟ ଅଧ୍ୟକ୍ଷା, ଡ଼ଃ. ବବିଲତା ସରାଫ, ପ୍ରଧାନ ଶିକ୍ଷୟିତ୍ରୀ, ମିନତି ପ୍ରଧାନ, ଡାକ୍ତର ମମତା ସାହୁ , ଜିଲ୍ଲା ସଂସ୍କୃତି ଅଧିକାରୀ, ସୁସ୍ମିତା ବାଉରୀ, ଆଞ୍ଚଳିକ ପରିବହନ ଅଧିକାରୀ, ଶିବଶଙ୍କର ଚୌଧୁରୀ, ଜିଲ୍ଲା ଯୋଗାଣ ଅଧିକାରୀ, ଶ୍ରୀ ଦାଶରଥି ସୋରେନ, ଜିଲ୍ଲା ଦକ୍ଷତା ବିକାଶ ତଥା କର୍ମ ନିୟୋଜନ ଅଧିକାରୀ, ତତ୍ତ୍ୱମସି ମହାପାତ୍ର, ଉପଖଣ୍ଡ ସାମାଜିକ ସୁରକ୍ଷା ଅଧିକାରୀ, ଶ୍ରୀକାନ୍ତ ପାଣିଗ୍ରାହୀ, ପୌର ପରିଷଦ, ବିନୋୟ ପରିଛl, ସହକାରୀ ଯନ୍ତ୍ରୀ, ମନୋଜ କୁମାର ନାୟକ, ବରିଷ୍ଠ ନାଗରିକ ବିନୋଦ ଚନ୍ଦ୍ର ପଣ୍ଡା, ଝୁନା ପଣ୍ଡା ଆଇନଜୀବୀ ବ୍ରଜସୁନ୍ଦର ନାୟକ, ପ୍ରମୁଖ ଉପସ୍ଥିତ ଥିଲେ। ଶେଷରେ ଜିଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ବସନ୍ତ ପ୍ରଧାନ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ l