ପାଟଣାରେ 76 ତମ ସାଧାରଣତନ୍ତ୍ର ଦିବସ ପାଳନ ପାଇଁ ପ୍ରସ୍ତୁତି ବୈଠକ

କେନ୍ଦୁଝର (ଦଶରଥ ବାରିକ) : ପ୍ରତିବର୍ଷ ଭଳି ଚଳିତ ବର୍ଷ ପାଟଣା ମୁଖ୍ୟାଳୟ ମିନି ଷ୍ଟାଡିୟମ ଠାରେ 76 ତମ ସାଧାରଣତନ୍ତ୍ର ଦିବସ ପାଳନ ପାଇଁ ଆଜି ପାଟଣା ବ୍ଲକ ପ୍ରଶାସନ ପକ୍ଷରୁ ବିଡିଓ ମାନସ କୁମାର ଦଣ୍ଡପାଟ ଙ୍କ ଅଧ୍ୟକ୍ଷତାରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇ ଯାଇଛି।ଏଥିରେ ବ୍ଲକ ଅଧ୍ୟକ୍ଷା ସୁକାନ୍ତି ନାଏକ ସାଂସଦ ପ୍ରତିନିଧି ପ୍ରହ୍ଲାଦ ପଲେଇ, ଜିପିଡ଼ିଓ ରଶ୍ମିରେଖା ମହାନ୍ତି, ସହକାରୀ ନିର୍ବାହୀ ଯନ୍ତ୍ରୀ ଇଂ ସିଦ୍ଧ ମାଝୀ,ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ଅଭୟ ଚରଣ ଦେହୁରୀ, ବିଧାୟକ ଙ୍କ ପ୍ରତିନିଧି କମଳାକାନ୍ତ ଦାଶ, ଏବିଇଓ ସଚ୍ଚିଦାନନ୍ଦ ସେଠୀ,

ଭାରପ୍ରାପ୍ତ ଚିକିତ୍ସାଧିକାରୀ ଡକ୍ଟର ଶୁଭେନ୍ଦୁ ସାଗର କୁମାର ନାଏକ,ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ସିପ୍ରା ରାଣୀ ମହାନ୍ତ, ଥାନା ଏ ଏସ ଆଇ ସରୋଜ କୁମାର ସେଠୀ,ଅଗ୍ନିଶମ ବାହିନୀର ତରାଣୀ ନାଏକ,ଗ୍ରାମ୍ୟ ଜଳଯୋଗାଣ ସହକାରୀ ଯନ୍ତ୍ରୀ ଇଂ ସସ୍ମିତା ନାୟକ, ବଡ଼ପାଟଣା ସରପଞ୍ଚ ବିନତି ବାନରା, ସମିତି ସଭ୍ୟ ମୋହନ ସୁନ୍ଦର ମହାନ୍ତ, କ୍ରୀଡ଼ାବିତ ପ୍ରମୋଦ କୁମାର ଭଞ୍ଜ,ମହାବିଦ୍ୟାଳୟ କ୍ରୀଡ଼ା ଶିକ୍ଷକ କ୍ୟାପଟେନ ଧର୍ମେନ୍ଦ୍ର କୁମାର ସାହୁ, କବି ଭରତ ଚନ୍ଦ୍ର ସାହୁ,ଙ୍କ ସହିତ ବିଭିନ୍ନ ବିଭାଗର ଅଧିକାରୀ ମାନେ ଉପସ୍ଥିତ ରହି ବୈଠକରେ ସାମିଲ ହୋଇଥିଲେ।

ଚଳିତ ବର୍ଷ ଶୀତ ପ୍ରକୋପ ଥିବାରୁ ଭୋର 5 ଟାରେ ରାମଧୁନ,ଏବଂ ସକାଳ 9 ଟାରେ ବ୍ଲକ ସ୍ତରୀୟ କାର୍ଯ୍ୟକ୍ରମ ରେ ପାଟଣା ବିଧାୟକ ଅଖିଳ ଚନ୍ଦ୍ର ନାଏକଙ୍କ ଦ୍ଵାରା ପତାକା ଉତ୍ତୋଳନ କରିବାର ସ୍ଥିର ହୋଇଛି।ଏହା ଛଡ଼ା ଛାତ୍ରଛାତ୍ରୀ ମାନଙ୍କ ଦ୍ଵାରା ପ୍ୟାରେଡ଼, ସାସ୍କୃତିକ କାର୍ଯ୍ୟକ୍ରମ ଓ ବିଶିଷ୍ଟ ସେବା ଓ ଅନ୍ୟାନ୍ୟ କାର୍ଯ୍ୟ ରେ ଦକ୍ଷତା ଥିବା ବ୍ୟକ୍ତି ଙ୍କୁ ପୁରସ୍କାର ପ୍ରଦାନ କରାଯିବ ବୋଲି ନିଷ୍ପତ୍ତି ହୋଇଛି

Leave a Reply

Your email address will not be published. Required fields are marked *

Powered by Joinchat