କୃଷି ଓ ପାରମ୍ପରିକ ଶିଳ୍ପକୁ ଗୁରୁତ୍ତ୍ଵ ଦେଲେ ପରିବେଶ ବଞ୍ଚିବ – ରାୟଗଡା ନାଗରିକ ମଞ୍ଚ

ରାୟଗଡ଼(ଗୋପୀନାଥ ଗୌଡ଼) : ରାୟଗଡ଼ ଜିଲ୍ଲା ସଦର ମହକୁମା ସ୍ଥିତ ଜଳଛାୟା ପ୍ରକଳ୍ପ ସମ୍ମିଳନୀ କକ୍ଷରେ ପରିବେଶ ଓ ଶିଳ୍ପାନୁଷ୍ଠାନ ମଧ୍ୟରେ ସନ୍ତୁଳନ ରକ୍ଷା ନେଇ ଏକ ସେମିନାର ଅନୁଷ୍ଠିତ କରାଯାଇଛି । ଏହି କାର୍ଯ୍ୟକ୍ରମକୁ ନାଗରିକ ମଞ୍ଚର ସଭାପତି ଡଃ ବାଦଲ କୁମାର ତା’ଙ୍କ ତତ୍ୱାବଧାନରେ ମଞ୍ଚର ସଦସ୍ୟ ଶ୍ୟାମ ଦାଶ ପରିଚାଳନା କରିଥିଲେ । ମୁଖ୍ୟବକ୍ତା ଭାବେ ରାଷ୍ଟ୍ରୀୟ ସ୍ଵୟଂ ସେବକ ସଂଘର ପ୍ରଚାରକ ଅନ୍ନଦା ପାଣିଗ୍ରାହୀ ଓ ସମ୍ମାନିତ ଅତିଥି ଭାବେ ସଂଘର ପ୍ରଚାରକ ଦୀପକ ରାଉତ ଯୋଗ ଦେଇଥିଲେ ।

ସେମିନାରରେ ଯୋଗ ଦେଇଥିବା ପ୍ରତିନିଧି ମାନେ ଯେପରି ବିଭିନ୍ନ ଶିକ୍ଷାନୁଷ୍ଠାନ, କଳକାରଖାନା, ସରକାରୀ ବିଭାଗ, ଜ଼ିଲ୍ଲାର ୧୧ ବ୍ଲକରୁ ଆସିଥିବା ଅନେକ ପ୍ରତିନିଧି, ସାମ୍ବାଦିକ, କ୍ଷୁଦ୍ର ଶିଳ୍ପାନୁଷ୍ଠାନ ବିଭିନ୍ନ ଦିଗକୁ ନେଇ ନିଜ ନିଜର ମନ୍ତବ୍ୟ ରଖିଥିଲେ । ଡଃ ତା ନିଜର ବକ୍ତବ୍ୟରେ ବେଦାନ୍ତ ଆଲୁମିନାର କିଛି ଦିନ ତଳେ ଭାଙ୍ଗି ଯାଇଥିବା ୩୦ କୋଟି ଲିଟରର ରେଡ ମଡ ପଣ୍ଡ ବିଷୟରେ ଆଲୋଚନା କରି ଯେଉଁଭଳି ଭାବରେ ବିସ୍ତୃତ ଆଲୋଚନା କରିଥିଲେ ତାହା ଉକ୍ତ ଶିଳ୍ପ ପ୍ରତିଷ୍ଠାନର ପାର୍ଶ୍ଵବର୍ତ୍ତୀ ଓ ପ୍ରଭାବିତ ଅଞ୍ଚଳ ସହ ବଂଶଧାରା ଅବବାହିକାରେ ବସବାସ କରୁଥିବା ଜନବସତି ପାଇଁ କେତେ କ୍ଷତିକାରକ ତାହା ଜଣାପଡିଥିଲା ।

ସେହିଭଳି ମିଟସ୍ ଗ୍ରୁପ ତରଫରୁ ଯୋଗ ଦେଇଥିବା କୃଷି ବିଜ୍ଞାନ ପ୍ରଧ୍ୟାପକ ଡ ବିକାଶ ଦାଶ କହିଥିଲେ ଯେ ନାଗାବଳୀ ନଦୀର ଜଳ ମୁଖ୍ୟତଃ ଶିଳ୍ପାନୁଷ୍ଠାନ ପାଇଁ ପ୍ରଦୂଷିତ ହେଉଛି , ଯାହାକୁ ରୋକିବା ନିହାତି ଆବଶ୍ୟକ। ସମ୍ମାନିତ ଅତିଥି ଶ୍ରୀ ରାଉତ ବେଦାନ୍ତର ରେଡ୍ ମଡ଼ ପଣ୍ଡ ଭାଙ୍ଗି ଥିବା ଘଟଣାକୁ ନେଇ ସେବା ଭାରତୀ ଦ୍ୱାରା କରାଯାଇଥିବା ସର୍ଭେ ବିଷୟରେ ନିଜର ଅନୁଭୂତି ବଖାଣିଥିଲେ । ସେହିଭଳି ଉତ୍କଳ ଆଲୁମିନାରୁ ଯୋଗ ଦେଇଥିବା ପରିବେଶ ବିଭାଗର ମୁଖ୍ୟ ସତ୍ୟଜିତ ଆଚାର୍ଯ୍ୟ କହିଥିଲେ ଯେ ଉତ୍କଳ ଆଲୁମିନା ୨୦୪୦ ମସିହା ବେଳକୁ କାର୍ବନ ନ୍ୟୁଟ୍ରାଲ ଓ ୨୦୩୦ ବେଳକୁ ୱାଟର ନ୍ୟୁଟ୍ରାଲ୍ କରିବାକୁ ଲକ୍ଷ୍ୟ ରଖିଛି ।

ସେହିଭଳି ସୋସାଇଟି ଫର୍ ଫାଷ୍ଟ ଜଷ୍ଟିସ ତରଫରୁ ଯୋଗ ଦେଇଥିବା ରଶ୍ମି ରଞ୍ଜନ ଦୋରା ଜେକେ ପେପରମିଲ ତରଫରୁ ନାଗାବଳୀ ନଦୀରେ ବେଆଇନ ଆଡ଼ିବନ୍ଧ କରି ପାଣି ବ୍ୟବାହାର କରୁଛନ୍ତି।ଦିନ ଆସିବ ନାଗାବଳୀ ଅବବାହିକାରେ ବସବାସ କରୁଥିବା ରାୟଗଡ଼ ବାସୀଙ୍କ ପାଇଁ କାଳ ପାଲଟିବା ଥୟ ବୋଲି କହିଥିଲେ । ଏହା ସହ ସୂଚନା ଅଧିକାରି କର୍ମୀ ରବିନ୍ଦ୍ର ପାଟଖଣ୍ଡାଳ ରେଡ ମଡ ପଣ୍ଡ କୁ ରକ୍ତର ପୋଖରୀ ବୋଲି ଆଖ୍ୟା ଦେଇଥିଲେ। ସେମିନାରରେ ବ୍ୟକ୍ତବ୍ୟ ରଖିଥିଲେ ବିଦୁଲତା ହୁଇକା, ଧରୁଣୀ ସାରକା, ବସନ୍ତ ଉଲ୍ଲକା, ଧିରୁ ପାଣିଗ୍ରାହୀ, ପ୍ରଭା ଦୋରା, ସୁଧୀର ମିଶ୍ର, ନରେନ କୁମୁନ୍ଦନ, ରଞ୍ଜନ ରଥ, ଅମୂଲ୍ୟ ସାହୁ ଓ ଅନ୍ୟାନ୍ୟ ଅତିଥିଗଣ । ଶେଷରେ ଶ୍ୟାମ ଦାଶ ଯୋଗ ଦେଇଥିବା ଅତିଥି ଓ ପ୍ରତିନିଧିଙ୍କୁ ଧନ୍ୟବାଦ୍ ଅର୍ପଣ କରିଥିଲେ।

Leave a Reply

Your email address will not be published. Required fields are marked *

error: Content is protected !!