ବିଜେପି କୃଷକ ମୋର୍ଚ୍ଚା ଆନୁକୂଲ୍ୟରେ ୨୦୨୫ ନୂତନ ବର୍ଷର ବନ୍ଧୁ ମିଳନ କାର୍ଯ୍ୟକ୍ରମ

କେନ୍ଦୁଝର (ସୀତାରାମ ଦୀକ୍ଷିତ): କେନ୍ଦୁଝରଗଡ଼ସ୍ଥିତ ଅଶୋକ ବାଟିକା ଠାରେ ଜିଲ୍ଲା ସଭାପତି ଶ୍ରୀ ଭାଗିରଥି ସିଂ ଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି। ଏହି ବଂଧୂ ମିଳନ କାର୍ଯ୍ୟକ୍ରମ ରେ ବିଜେପି କୃଷକ ମୋର୍ଚ୍ଚା ରାଜ୍ୟ ସଭାପତି ଶ୍ରୀ ମହେଶ୍ଵର ସାହୁ ମୁଖ୍ୟ ଅତିଥି ରୂପେ ଯୋଗଦାନ କରିଥିଲେ। କେନ୍ଦୁଝର ଜିଲ୍ଲାର ଐତିହ୍ୟ, ପରଂମ୍ପରା ର ସୁରକ୍ଷା କରିବା ସହିତ କେନ୍ଦୁଝର ଜିଲ୍ଲା ର ଦୃତ ବିକାଶ ପାଇଁ ସମସ୍ତେ ଏକ ହେଇ କାମ କରିବା ପାଇଁ ବିଜେପି କୃଷକ ମୋର୍ଚ୍ଚା ରାଜ୍ୟ ସଭାପତି ଶ୍ରୀ ମହେଶ୍ଵର ସାହୁ ଆହ୍ଵାନ ଦେଇଥିଲେ। କେନ୍ଦୁଝର ଜିଲ୍ଲା ର ଗର୍ବ ଗୌରବ ଲୋକପ୍ରିୟ ଯଶସ୍ୱୀ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝି ଙ୍କ ନେତୃତ୍ଵରେ ୬ ମାସ ସ୍ଵଳ୍ପ ଶାସନ କାଳରେ ଓଡ଼ିଶାରେ ଦୃତ ଗତିରେ ଯେଉଁ ବିକାଶ ହେଇଛି, ତାହା ଓଡିଶା ରାଜନୈତିକ ଇତିହାସ ରେ ବିରଳ ବୋଲି ରାଜ୍ୟ ସଭାପତି ଶ୍ରୀ ମହେଶ୍ଵର ସାହୁ ତାକଂର ଭାଷଣରେ କହିଥିଲେ।

ଏହି କାର୍ଯ୍ୟକ୍ରମରେ ବିଜେପି କୃଷକ ମୋର୍ଚ୍ଚା ରାଜ୍ୟ ସାଧାରଣ ସମ୍ପାଦକ ଶ୍ରୀ ଉପେନ୍ଦ୍ର ଭଞ୍ଜ, ମହିଳା ମୋର୍ଚ୍ଚା ରାଜ୍ୟ ଉପସଭାପତି ସୁଶ୍ରୀ ମନୀଷା ଚିନ୍ମୟୀ ବେହେରା, ରାଜ୍ୟ ସଂପାଦକ ଶ୍ରୀ ବିକ୍ରମ କେଶରୀ ରାଉତରାୟ, ଅଶୋକ କୁମାର ରଥ, ରାଜ୍ୟ ସଂଯୋଜକ ଶ୍ରୀ ଜଗନ୍ନାଥ ମହାପାତ୍ର, ଅଶୋକ କୁମାର ପୃଷ୍ଟି,, ଉପେନ୍ଦ୍ର ରାଉଲ, ଗୋବିନ୍ଦ ଚନ୍ଦ୍ର ପ୍ରଧାନ, ମଦନମୋହନ ମହାନ୍ତ, କୌଶିକ ଚାନ୍ଦ, ବିଜେପି ଜିଲ୍ଳା ସାଧାରଣ ସମ୍ପାଦକ ଶ୍ରୀ ଅନୁବ୍ରତ ବେହେରା, ବିଶୂଜୀତ୍ ତ୍ରିପାଠୀ, ଶକଂଶଣ ଜେନା, ବସନ୍ତ କୁମାର ନାୟକ, ଅଜୟ କୁମାର ସାମନ୍ତରାୟ, ସୁଧାକର ସାହୁ, ପ୍ରକାଶ ସୂତ୍ରଧର, ରାଜେଶ କୁମାର ସିଂହ, ରାଜେଶ କୁମାର ମହାନ୍ତ, ଶ୍ରୀମତୀ ସାବିତ୍ରୀ ବିଶ୍ବାଲ, ପ୍ରିୟବ୍ରତ ଜେନା, ବ୍ରଜ କିଶୋର ରାୟ, ଯୁବ ମୋର୍ଚ୍ଚା ଜିଲ୍ଲା ସଭାପତି ଶ୍ରୀ ସବୀର ଦାଶ, ଶିଶିର କୁମାର ସାହୁ, ଅଭିମନ୍ୟୁ ସାହୁ, ସରୋଜ କୁମାର ସାହୁ, ଅଶିତ ନନ୍ଦନ ମହାନ୍ତି, ସୁବ୍ରତ କୁମାର ମହାନ୍ତି, ଦୁର୍ଗା ଚରଣ ବାରିକ ପ୍ରମୁଖ ଙ୍କ ସମେତ ଶତାଧିକ କାର୍ଯ୍ୟକତା, ସାମ୍ବାଦିକ, ସମାଜ ସେବୀ, ବୃଦ୍ଧିଜିବୀ ସାମିଲ ହୋଇଥିଲେ।

Leave a Reply

Your email address will not be published. Required fields are marked *

error: Content is protected !!