ବୟୋଜ୍ୟେଷ୍ଠ ବ୍ୟକ୍ତି ଓ ଭିନ୍ନକ୍ଷମଙ୍କ ପାଇଁ ବର୍ଦ୍ଧିତ ଭତ୍ତାର ଶୁଭାରମ୍ଭ କଲେ ମାନ୍ୟବର ମୁଖ୍ୟମନ୍ତ୍ରୀ

ରାୟଗଡ (ଗୋପୀନାଥ ଗୌଡ଼) : ଆଜି ମାନ୍ୟବର ମୁଖ୍ୟମନ୍ତ୍ରୀ ଓଡିଶା ଶ୍ରୀଯୁକ୍ତ ମୋହନ ଚରଣ ମାଝୀ ଆଭାସି ଦ୍ଵାରା ସିଧା ପ୍ରସାରଣ ମାଧ୍ୟମରେ କେନ୍ଦୁଝର ଜିଲ୍ଲାରୁ କାର୍ଯ୍ୟକ୍ରମରେ ଯୋଗଦେଇ ବର୍ଦ୍ଧିତ ଭତ୍ତା ପ୍ରଦାନର ଶୁଭାରମ୍ଭ କରିଥିଲେ। ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ବ୍ଲକ କାର୍ଯ୍ୟାଳୟ ରlୟଗଡ଼ ଠାରେ ଜିଲ୍ଲାପାଳ ରାୟଗଡ ଶ୍ରୀମତୀ ପାରୁଲ ପଟାୱରୀ ୮୦ବର୍ଷର ଉର୍ଦ୍ଧ ବୟୋଜ୍ୟେଷ୍ଟ ଓ ୮୦% ଉର୍ଦ୍ଧ ଦିବ୍ୟାଙ୍ଗ ବ୍ୟକ୍ତି ମାନଙ୍କୁ ବର୍ଦ୍ଧିତ ଭତ୍ତା ଟ. ୩୫୦୦/- ଙ୍କା ବଣ୍ଟନ କରିଛନ୍ତି l ବର୍ଦ୍ଧିତ ଭତ୍ତା ମାଧ୍ୟମରେ ମଧୁବାବୁ ପେନସନ ଯୋଜନା ରାୟଗଡ ଜିଲ୍ଲାରୁ ୮୦ବର୍ଷରୁ ଉର୍ଦ୍ଧ ୫୦୪୪ ଜଣ, ଏବଂ ୮୦%ରୁ ଉର୍ଦ୍ଧ ଦିବ୍ୟାଙ୍ଗ ୧୦୧୪ ଜଣକୁ ମିଶାଇ ଜିଲ୍ଲାରେ ସର୍ବ ମୋଟ ୬୦୫୮ ଜଣ ପାଇବେ।

ସେଥିମଧ୍ୟରୁ ୮୦ବର୍ଷରୁ ଉର୍ଦ୍ଧ୍ୱ ବରିଷ୍ଠ ବ୍ୟକ୍ତି ୪୫୪ଜଣକୁ ଏବଂ ୮୦%ରୁ ଅଧିକ ଦିବ୍ୟାଙ୍ଗ ୨୫୭ଜଣକୁ ଜିଲ୍ଲାରେ ବର୍ଦ୍ଧିତ ହାରରେ ଟ ୩୫୦୦/-ଙ୍କା ଲେଖାଏଁ ଭତ୍ତା ପ୍ରଦାନ ଦିଆଯାଇଛି l ଏହି ଭତ୍ତା ପ୍ରଦାନ କାର୍ଯ୍ୟକ୍ରମରେ ରାୟଗଡ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀ ସୁଜିତ କୁମାର ମିଶ୍ର, ଉପ ନିର୍ଦ୍ଦେଶକ ତଥା ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ବସନ୍ତ କୁମାର ପ୍ରଧାନ, ସମାଜସେବି ତଥା ଭାରତୀୟ ଜନତା ପାର୍ଟିର ଜିଲ୍ଲା ସଭାପତି ଶ୍ରୀ ଶିବ ପଟ୍ଟନାୟକ, ଶ୍ରୀ କlଳିରାମ ମାଝୀ, ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ କାଳୁଚରଣ ନାୟକ, ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ, ଶ୍ରୀମତୀ ରଂଜିତା ବେହେରା ପ୍ରମୁଖ ଯୋଗଦାନ କରି ସରକାରଙ୍କ ଉଦ୍ଦେଶ୍ୟ ସମ୍ପର୍କରେ ନିଜ ନିଜର ବକ୍ତବ୍ୟ ରଖିଥିଲେ l ସେହିପରି ଗୁଣୁପୁର ଉପଜିଲ୍ଲାପାଳ, ସୁଶ୍ରୀ କିରଣଦୀପ କୌର ସହୋଟା,ଗୁଣପୁର ବ୍ଳକ ଓ ଗୁଣୁପୁର ପୌର ପରିଷଦରେ ବର୍ଦ୍ଧିତ ଭତ୍ତା ବଣ୍ଟନ କରିଥିବା ବେଳେ ଅତିରକ୍ତ ଜିଲ୍ଲାପାଳ ଶ୍ରୀ ଭାସ୍କର ରଇତ ମୁନିଗୁଡା ବ୍ଲକରେ ବଣ୍ଟନ କରିଥିଲେ l

ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ଜ଼ିଲ୍ଲାପରିଷଦ, ଶ୍ରୀ ଅକ୍ଷୟ କୁମାର ଖେମୁଣ୍ଡୁ ପଦ୍ମପୁର ବ୍ଲକରେ, ଉପଜିଲ୍ଲାପାଳ ରାୟଗଡ, ଶ୍ରୀମତୀ କଲ୍ୟାଣୀ ସଂଘମିତ୍ରା ଦେବୀ କାଶୀପୁର ବ୍ଲକରେ, ପ୍ରକଳ୍ପ ପ୍ରଶାସକ ଆଇଟିଡ଼ିଏ, ଗୁଣୁପୁର ଚନ୍ଦ୍ରପୁର ବ୍ଲକରେ, ପିଏ ଆଇଟିଡ଼ିଏ ରlୟଗଡ଼, ଗୁଡ଼ାରୀ ବ୍ଲକ ଓ ଗୁଡ଼ାରୀ ପୌର ପରିଷଦରେ, ଜିଲ୍ଲା ସାମାଜିକ ସୁରକ୍ଷl ତଥା ଭିନ୍ନକ୍ଷମ ସଶକ୍ତିକରଣ ଅଧିକାରୀ ଶ୍ରୀମତୀ ପୁଷ୍ପଲତା ଦୀକ୍ଷିତ ଵିଷମ କଟକ ବ୍ଲକରେ, କୋଲନରା ବ୍ଲକରେ ବିଡ଼ିଓ ଶ୍ରୀମତୀ ରୀନା ପ୍ରଧାନ, ଉପାଧ୍ୟକ୍ଷ ଶ୍ରୀ ହଳଧର ହିମିରିକା, ଉପଖଣ୍ଡ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ଅଧିକାରୀ ରାୟଗଡ, ଶ୍ରୀ ଶ୍ରୀକାନ୍ତ ପାଣିଗ୍ରାହୀ ଓ ଗୁଣୁପୁର ଶ୍ରୀ ଏଲ ସନ୍ତୋଷ କୁମାର ଯଥାକ୍ରମେ କଲ୍ୟାଣ ସିଂଙ୍ଗପୁର ଓ ରାମନାଗୁଡ଼ା ବ୍ଲକରେ ଉପସ୍ଥିତ ରହି ଭତ୍ତା ବଣ୍ଟନ କରିଥିଲେ l

Leave a Reply

Your email address will not be published. Required fields are marked *

error: Content is protected !!