ସିଂଘିଯୁବା ଉଚ୍ଚ ବିଦ୍ୟାଳୟ ର ବାର୍ଷିକ ଉତ୍ସବ ପାଳିତ

ସୁବର୍ଣ୍ଣପୁର (ଶାନ୍ତନୁ କୁମାର କର୍ଣ୍ଣ): ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଲକ ସ୍ଥାନୀୟ ଆଂଚଳିକ ଉଚ୍ଚ ବିଦ୍ୟାଳୟ, ସିଂଘିଯୁବା ପ୍ରାଙ୍ଗଣରେ ବିଦ୍ୟାଳୟର ବାର୍ଷିକ ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି । ଏହି ଅବସରରେ ପୂର୍ବତନ ପ୍ପ୍ରଧାନଶିକ୍ଷକ ପ୍ରମୋଦ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବରେ ବିନିକା ବ୍ଲକ ଅଧ୍ୟକ୍ଷା ଦିପ୍ତୀରେଖ ନନ୍ଦ, ମୁଖ୍ୟବକ୍ତା ଭାବରେ ଜୁନିୟର ସାଇଣ୍ଟିଷ୍ଟ ତଥା ଡେଙ୍ଗ ହାଇସ୍କୁଲର ପ୍ରଧାନ ଶିକ୍ଷକ ଚାଣ୍ଡାଲ ମିଶ୍ର, ସମ୍ମାନୀତ ଅତିଥି ବିନିକା ବିଇଓ ଲକ୍ଷ୍ମଣ ମିଶ୍ର, ପ୍ରଧାନଶିକ୍ଷକ ଡା.ରବିଚନ୍ଦ୍ର ପାଶୟତ, ସରପଂଚ ପଦ୍ମିନୀ ତ୍ରୀପାଠୀ ମଞ୍ଚାସିନ ଥିଲେ । ସମୟର ଅପଚୟ ନକରି ଛାତ୍ରଛାତ୍ରୀ ବୃନ୍ଦ ପାଠପଢ଼ା ସହିତ ସମାଜସେବା ବ୍ରତୀ ହେବା ପାଇଁ ଅତିଥିମାନେ ମତବ୍ୟକ୍ତ କରିଥିଲେ ।

ଶିକ୍ଷକ ପ୍ରେମରାଜ ପତି ଅତିଥି ପରିଚୟ ପ୍ରଦାନ କରିଥିଲା ବେଳେ ବିଦ୍ୟାଳୟର ପ୍ରଧାନଶିକ୍ଷକ ଡା.ରବିଚନ୍ଦ୍ର ପଶାୟତ ସ୍କୁଲର ୨୦୨୪-୨୫ର ବାର୍ଷୀକ ବିବରଣୀ ପାଠ କରିଥିଲେ । ପୂର୍ବରୁ ଆୟୋଜିତ ହୋଇଥିବା ବିଭିନ୍ନ ପ୍ରତିଯୋଗୀତାର କୃତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀ ମାନଙ୍କୁ ଅତିଥି ବୃନ୍ଦ ସାର୍ଟିଫିକେଟ ଓ ଟ୍ରଫି ଦେଇ ପୁରସ୍କୃତ କରିଥିଲେ । ସ୍କୁଲର ପ୍ରତିଷ୍ଠା ଓ ସୁପାରିଚାଳନାରେ ସେବା ଯୋଗାଇ ଦେଇଥିବା ବ୍ୟକ୍ତିତ୍ୱ ପ୍ରମୋଦ କୁମାର ପଣ୍ଡା, ରାବିନାରାୟଣ ମିଶ୍ର ଓ ରବିଚନ୍ଦ୍ର ପଶାୟତଙ୍କୁ ମାନପତ୍ର ଓ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରିଥିଲେ । ପ୍ରାକ୍ତନ ପ୍ରଧାନଶିକ୍ଷକ ପ୍ରମୋଦ କୁମାର ପଣ୍ଡା ମ୍ୟାଟ୍ରିକ ପରୀକ୍ଷାର ଟପ୍ପର ହୋଇଥିବା ଦଶମ ଶ୍ରେଣୀର ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରିବାକୁ ୨୫ ହଜାର ଟଙ୍କାର ପୁରସ୍କାର ରାଶି ସ୍କୁଲକୁ ପ୍ରଦାନ କରିଛନ୍ତି।

ଛାତ୍ର ନରୋତ୍ତମ ମାହାକୁରଙ୍କୁ ଷ୍ଟୁଡେଣ୍ଟ ଅଫ ଦି ୟିଅର ଭାବେ ଓ ବର୍ଷ ମଧ୍ୟରେ ଉତ୍ତମ କାର୍ଯ୍ୟକ୍ରମ ପାଇଁ ମାହାନଦୀ ହାଉସ ଗ୍ରୁପର ଛାତ୍ରଛାତ୍ରୀ ମାନଙ୍କୁ ଟ୍ରଫି ଦେଇ ଅତିଥି ବୃନ୍ଦ ସମ୍ମାନୀତ କରିଥିଲେ । ପରେ ଛାତ୍ରଛାତ୍ରୀ ଦ୍ଵାର ସାଂକୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । କାର୍ଯ୍ୟକ୍ରମରେ ଶିକ୍ଷକ ରାଜାରାମ ପଧାନ, ପଂଚାନନ ପଣ୍ଡା, କୁଂଜ ବିହାରୀ ପଣ୍ଡା, ଦୀନବନ୍ଧୁ ପଧାନ, ଚୈତନ୍ୟ ସାହୁ, କିରଣ କୁମାର ପୁଟେଲ, ମାମିନା ଭୋଇ, ବିଭୀଷଣ ଖମାରୀ, ପ୍ରଭାକର ଛନ୍ଦ, ଆଲୁମିନି ପବିତ୍ର ଶର୍ମା, ନିରାକାର କର୍ଣ୍ଣ , ସଦାନନ୍ଦ ପାଢୀ , ବିଜୟ ମିସ୍ତ୍ରୀ ପ୍ରମୁଖ ସହଯୋଗ କରିଥିଲେ । କାର୍ଯ୍ୟକ୍ରମକୁ ରେଡକ୍ରସ ସାଧନକର୍ମି ହୃଷିକେଶ ଚାନ୍ଦ, ଶିବ ଶଙ୍କର ଭୁଏ ଓ ରାମ ନାରାୟଣ ଦାଶ ମିଳିତ ଭାବରେ ପରିଚାଳନା କରିଥିଲା ବେଳେ ପଦ୍ମନାଭ ମାହାଣା ଧନ୍ୟବାଦ ଅର୍ପଣ କରିଥିଲେ ।

Leave a Reply

Your email address will not be published. Required fields are marked *

error: Content is protected !!