ଖଣ୍ଡଗିରି ମାଘ ମେଳା ପାଇଁ ବିଏମ୍ ସି ର ପ୍ରସ୍ତୁତି ବୈଠକ

ଭୁବନେଶ୍ୱର (ସମୀର ରଞ୍ଜନ ନାୟକ ) : ମେଳାରେ ଆଇନ ଶୃଙ୍ଖଳା ଓ ଟ୍ରାଫିକ୍ ନିୟନ୍ତ୍ରଣ ପାଇଁ ପୋଲିସ ସାଙ୍ଗକୁ 7ଟି ସ୍ୱତନ୍ତ୍ର ସ୍କ୍ୱାର୍ଡ ଓ ସାଇନ୍ ଟିମ୍ ,ଏଥିରେ ଅଛନ୍ତି ଅବସର ପ୍ରାପ୍ତ ସେନା କର୍ମଚାରୀ •ଲାଗିବ ଅଧିକ ସିସିଟିଭି ଓ ଆଲୋକଆଜି ବିଏମ୍ ସି ମୁଖ୍ୟାଳୟ ପରିସରସ୍ଥିତ ଏକାମ୍ର ହଲରେ ମାନନୀୟା ମେୟର ଶ୍ରୀମତୀ ସୁଲୋଚନା ଦାସଙ୍କ ଅଧ୍ୟକ୍ଷତାରେ ଏକ ସଂଯୁକ୍ତ ବିଭାଗୀୟ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି ।

ଏହି ବୈଠକରେ ମାନନୀୟା ଡେପୁଟି ମେୟର ଶ୍ରୀମତୀ ମଞ୍ଜୁଲତା କହଁର, ସାଂସ୍କୃତିକ କମିଟି ଅଧ୍ୟକ୍ଷ ଶ୍ରୀ ମିହିର କୁମାର ରାଉତ, ଅନ୍ୟାନ୍ୟ ଷ୍ଟାଣ୍ଡିଂ କମିଟି ଅଧ୍ୟକ୍ଷ ,କର୍ପୋରେଟର, କମିଶନର ଶ୍ରୀ ରାଜେଶ ପ୍ରଭାକର ପାଟିଲ, ଅତିରିକ୍ତ କମିଶନର ଶ୍ରୀ ରତ୍ନାକର ସାହୁ, ସସ୍ମିତା ସାହୁ ଓ ଶ୍ରୀ ଶୁଭେନ୍ଦୁ କୁମାର ସାହୁ, ମୁଖ୍ୟ ବିତ୍ତ ଅଧିକାରୀ ଶ୍ରୀ ଗୋବିନ୍ଦ ଚନ୍ଦ୍ର ନାଏକ, ଜୋନାଲ କମିଶନର ଶ୍ରୀ କୈଳାସ ଚନ୍ଦ୍ର ଦାସ ପ୍ରମୁଖ ମଞ୍ଚାସୀନ ଥିଲେ ।ଏହି ବୈଠକରେ ଜଳ, ପରିମଳ, ଆଇନ ଶୃଙ୍ଖଳା, ଅଗ୍ନି ନିରାପତ୍ତା, ଖାଦ୍ୟ ନିରାପତ୍ତା, ସାଂସ୍କୃତିକ ରୀତି ନୀତି ଓ ପାର୍କିଂ ବ୍ୟବସ୍ଥା ବାବଦରେ ଆଲୋଚନା ହୋଇଯାଇଛି l

Leave a Reply

Your email address will not be published. Required fields are marked *

error: Content is protected !!