ନବଦାସ ହତ୍ୟାକାଣ୍ଡ ମାମଲାରେ ନୂଆ ଟ୍ଵିଷ୍ଟ,କାହିଁକି ପୋଡିଦେଲା ରକ୍ତଭିଜା ସାର୍ଟ ଉଠିଲା ପ୍ରଶ୍ନ?

ଭୁବନେଶ୍ୱର (ସମୀର ରଞ୍ଜନ ନାୟକ): ବର୍ତ୍ତମାନ ଓଡିଶା ରାଜନୀତିରେ ପୁଣି ଥରେ ନବ ଦାସ ହତ୍ୟାକାଣ୍ଡର ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ଏହି ହତ୍ୟାକାଣ୍ଡରେ ଗୋପାଳ ଦାସ ନୁହଁ ଅନ୍ୟ ବଡ ବଡ ମୁଣ୍ଡ ରହିଛି ବୋଲି କହି ଆସୁଛି। ବିଜେଡି ସରକାର ଏହାର ତଦନ୍ତକୁ ଠିକରେ କରୁ ନାହାଁନ୍ତି ବୋଲି ଅଭିଯୋଗ କରି ସିବିଆଇ ତଦନ୍ତ ଦାବୀ କରିଥିଲେ।ତେବେ ପୁଣିଥରେ ଚର୍ଚ୍ଚାର ଘେରକୁ ଆସିଛି ନବ ଦାସ ହତ୍ୟା ମାମଲା। ଏହି ମାମଲାରେ ଗୋଟିଏ ପରେ ଗୋଟିଏ ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସୁଛି। ବର୍ତ୍ତମାନ ନବ ଦାସଙ୍କ ରକ୍ତଲଗା ସାର୍ଟକୁ ନେଇ ଆସିଲା ନୂତନ ତଥ୍ୟ। କୁହାଯାଉଛି ଘଟଣାର ମୁଖ୍ୟ ସାକ୍ଷୀଙ୍କ ସାର୍ଟର ରଙ୍ଗ ବଦଳାଇ ଦିଆଯାଇଛି। ଗୋଟେ ପଟେ ନବ ଦାସଙ୍କ ରକ୍ତଲଗା ସାର୍ଟର ପତ୍ତା ମିଳୁନଥିବା ବେଳେ ଅନ୍ୟପଟେ ଘଟଣାର ମୁଖ୍ୟ ସାକ୍ଷୀଙ୍କ ସାର୍ଟର ରଙ୍ଗ ବି ବଦଳିଯାଇଛି। ତେବେ ଏସବୁକୁ ନେଇ କ୍ରାଇମ୍‌ବ୍ରାଞ୍ଚର ଖାମଖିଆଲି ନା ଅଭିଯୁକ୍ତ ଗୋପାଳ ଦାସକୁ ଖସାଇବା ପାଇଁ ସୁଚିନ୍ତିତ ଯୋଜନା, ତାକୁ ନେଇ ଆଲୋଚନା ଆରମ୍ଭ ହୋଇଛି।

କ୍ରାଇମ୍‌ବ୍ରାଞ୍ଚ କାହିଁକି ସ୍ବର୍ଗତ ଦାସଙ୍କ ଗୁଳିବିଦ୍ଧ ସାର୍ଟ ଓ ରକ୍ତଲଗା ତଉଲିଆକୁ ଜବତ କଲାନାହିଁ, ସେ ନେଇ ପ୍ରଶ୍ନ ଉଠିଛି। ତଦନ୍ତ ବାଟବଣା କରିବାକୁ ସାର୍ଟ ରଙ୍ଗ ବଦଳାଇ ଥିବା ସନ୍ଦେହ କରାଯାଉଛି। ସାକ୍ଷ୍ୟ ରଖିଥିବା ବ୍ୟକ୍ତି ରିପୋର୍ଟରେ କିଛି ଅଲଗା ଲେଖା ଦେଇଛନ୍ତି। ଲିଖିତ ରିପୋର୍ଟରେ ଧଳା ରଂଗ ସାର୍ଟ ଦାଖଲ କରିଥିବା କହିଛନ୍ତି। କିନ୍ତୁ ନବ ଦାସଙ୍କୁ ହତ୍ୟା ଦିନ ସେ ହଳଦିଆ ରଂଗର ସାର୍ଟ ପିନ୍ଧିଥିଲେ। ହଳଦିଆ ରଂଗ ସାର୍ଟରେ ରକ୍ତ ଲାଗିଥିବା ବେଳେ ଧଳା ରଂଗ ସାର୍ଟ କାହିଁକି ଦେଲେ? ଦୋରା ସାର୍‌ ସାକ୍ଷୀଙ୍କ ଉପସ୍ଥିତିରେ ଜବତ ହୋଇଥିବା ଲେଖା ଅଛି।ଅନ୍ୟପଟେ ଭୁବନେଶ୍ବରର ଏକ ହସ୍ପିଟାଲରେ ନବଙ୍କ ସାର୍ଟ ପୋଡ଼ି ଦିଆଯାଇଥିବା ସୂଚନା ମିଳିଛି। କାହା ଅନୁମତିରେ ହସ୍ପିଟାଲ କର୍ତ୍ତୃପକ୍ଷ ସାର୍ଟ ପୋଡ଼ିଲେ ସେନେଇ ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।ପୂର୍ବତନ ମନ୍ତ୍ରୀ ନବ ଦାସ ହତ୍ୟା ତଦନ୍ତରେ ସଂଘାତିକ ତ୍ରୁଟି। କ୍ରାଇମବ୍ରାଞ୍ଚ ତଦନ୍ତରେ ବଦଳିଯାଇଛି ସାକ୍ଷୀର ସାକ୍ଷ।

ଧଳା ହୋଇଯାଇଛି ସାକ୍ଷୀଙ୍କ ହଳଦିଆ ସାର୍ଟ। ସୂଚନା ଅନୁଯାୟୀ ନବ ଦାସଙ୍କୁ ଗୁଳିମାଡ଼ ହେବା ସମୟରେ ବିଜେଡି କର୍ମୀ ଶୁଭେନ୍ଦୁ ପଟ୍ଟନାୟକ ଉପସ୍ଥିତ ଥିଲେ। ଶୁଭେନ୍ଦୁ ପଟ୍ଟନାୟକ, ସିଦ୍ଧାର୍ଥନ‌ଥ ଶର୍ମା ଓ ଦ୍ବାରିକାନାଥ ପଣ୍ଡା ତୁରନ୍ତ ନବ ଦାସଙ୍କୁ ନେଇ ପଛସିଟ୍‌ରେ ଶୁଆଇ ଦେଇଥିଲେ। ଏହି ସମୟରେ ଶୁଭେନ୍ଦୁ ପଟ୍ଟନାୟକ ପିନ୍ଧିଥିବା ସାର୍ଟରେ ମଧ୍ୟ ରକ୍ତ ଲାଗିଯାଇଥିଲା। କ୍ରାଇମ୍‌ବ୍ରାଞ୍ଚ ପକ୍ଷରୁ ସାକ୍ଷୀଙ୍କର ସିଆର୍‌ପିସି ଧାରା ୧୬୧ ଅନୁସାରେ ସାକ୍ଷ୍ୟ ଗ୍ରହଣ ହୋଇଥିଲା। ଯେଉଁଥିରେ ଶୁଭେନ୍ଦୁ ପଟ୍ଟନାୟକ ତାଙ୍କ ରକ୍ତଲଗା ଧଳାରଙ୍ଗର ସାର୍ଟକୁ କ୍ରାଇମ୍‌ବ୍ରାଞ୍ଚ ନିକଟରେ ଦାଖଲ କରିଥିବା ବେଳେ ତଦନ୍ତକାରୀ ଅଧିକାରୀ ରମେଶଚନ୍ଦ୍ର ଦୋରା ସାକ୍ଷୀଙ୍କ ଉପସ୍ଥିତିରେ ତାହାକୁ ଜବତ କରିଥିଲେ।

Leave a Reply

Your email address will not be published. Required fields are marked *

error: Content is protected !!