ଭୁବନେଶ୍ବର(ସମୀର ରଞ୍ଜନ ନାୟକ ): ପୁରୁଷଙ୍କ ସୁଭଦ୍ରା ଟଙ୍କା ଲୋଭ ! ମହିଳାଙ୍କ ପାଇଁ ଉଦ୍ଦିଷ୍ଟ ସୁଭଦ୍ରା ଯୋଜନା ଟଙ୍କା ପାଇବାକୁ ଆବେଦନ କରିଛନ୍ତି 157 ପୁରୁଷ । ଯାଞ୍ଚ ବେଳେ ଜଣାପଡ଼ିଲା ଏହି ତଥ୍ୟ । ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡ଼ା ସେପଟେ ରାଜ୍ୟ ବାହାରେ ଥିବା ବହୁ ମହିଳାଙ୍କୁ ମଧ୍ୟ ମିଳିବ ‘ସୁଭଦ୍ରା’ ଟଙ୍କା। ଜିଲ୍ଲାଭିତ୍ତିକ ସମୀକ୍ଷାବେଳେ ଦେଶାନ୍ତର ପାଇଁ ଅନେକ ମହିଳା ସୁଭଦ୍ରା ଆବେଦନ କରିପାରି ନଥିବା ନଜରକୁ ଆସିଛି। ତେଣୁ ରାଜ୍ୟ ବାହାରେ ରହୁଥିବା ମହିଳାମାନେ ତୁରନ୍ତ ଆବେଦନ କରନ୍ତୁ ବୋଲି କହିଛନ୍ତି ନିର୍ଦ୍ଦେଶ ଦେଇଛନ୍ତି ପ୍ରଭାତୀ ପରିଡା। ତେବେ ନୂଆ ଆବେଦନ କରିବାକୁ ଚାହୁଁଥିବା ମହିଳାମାନେ ସୁଭଦ୍ରା ପୋର୍ଟାଲ, ସିଏସ୍ସି କେନ୍ଦ୍ରରେ ଏଥିପାଇଁ ଆବେଦନ କରିବେ।
ମାତ୍ର ବାୟୋମେଟ୍ରିକ୍ କିମ୍ବା ଏନ୍ପିସିଆଇ ଯାଞ୍ଚ ନିମନ୍ତେ ସେମାନଙ୍କୁ ଆସିବାକୁ ପଡ଼ିବ ବୋଲି ଗତକାଲି ସୂଚନା ଦେଇଥିଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା।ସୂଚନାଯୋଗ୍ୟ, ଚଳିତ ମାସ ଶେଷ ସପ୍ତାହରେ ସୁଭଦ୍ରା ପ୍ରଥମ ପର୍ଯ୍ୟାୟର ୪ର୍ଥ କିସ୍ତି ମହିଳାମାନଙ୍କୁ ମିଳିବ । ପାଖାପାଖି ୨୦ ଲକ୍ଷ ମହିଳା ଏହାଦ୍ୱାରା ଉପକୃତ ହେବେ । ଯୋଜନାରୁ ବାହାରି ଯାଇଥିବା ବା ଅପ୍ଟ ଆଉଟ୍ ହୋଇଥିବା ଅଧିକାଂଶ ମହିଳାଙ୍କ ମଧ୍ୟରୁ ଅନେକ ଅପ୍ଟ ଇନ୍ କରିସାରିଲେଣି। ଶେଷ ଯୋଗ୍ୟ ହିତାଧିକାରୀଙ୍କ ନିକଟରେ ଯୋଜନା ପହଞ୍ଚାଇବା ପାଇଁ ରାଜ୍ୟ ସରକାର ପ୍ରତିବଦ୍ଧ ବୋଲି ସେ କହିଛନ୍ତି।