ରାୟଗଡାରେ ୭୬ତମ ଗଣତନ୍ତ୍ର ଦିବସ ପାଇଁ ଅଭ୍ୟାସ ପ୍ୟାରେଡ୍।

ରାୟଗଡା (ଗୋପୀନାଥ ଗୌଡ଼): ଗୋବିନ୍ଦ ଚନ୍ଦ୍ର ଦେବ ଜିଲ୍ଲା ହାଇସ୍କୁଲ, ରାୟଗଡ଼ା ଖେଳ ପଡିଆ ଠାରେ 76ତମ ଗଣତନ୍ତ୍ର ଦିବସ ପାଳନ ସକାଶେ ପ୍ରଥମ ଦିନର ଅଭ୍ୟାସ ପ୍ୟାରେଡ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଅଛି। ପୂର୍ବ ବର୍ଷ ମାନଙ୍କ ଭଳି ଏହି ବର୍ଷ ମଧ୍ୟ ସୁଚାରୁରୂପେ ସମ୍ପାଦନା ହୋଇଥିବା କାର୍ଯ୍ୟକ୍ରମରେ ଜିଲ୍ଲାର ସୁଚନା ଓ ଲୋକସମ୍ପର୍କ ବିଭାଗର ଉପ- ନିର୍ଦ୍ଦେଶକ ତଥା ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରି ଶ୍ରୀ ବସନ୍ତ କୁମାର ନାୟକ ଉପସ୍ଥିତ ରହି ଅଭିବାଦନ ଗ୍ରହଣ କରିଥିଲେ ।

ଚଳିତ ବର୍ଷ CRPF ଓ ଓଡ଼ିଶା ପୁଲିସ ଓ ଓଡ଼ିଶା ପୁଲିସ ବ୍ୟାଣ୍ଡ ସମେତ ୩୨ଗୋଟି ପ୍ଲାଟୁନ ଭାଗ ନେଇଛନ୍ତି। ଆର୍.ଆଇ.ପୁଲିସ୍ ଶ୍ରୀ କବିବର ଦେହୁରୀ, ଦେହୁରୀଙ୍କ ତତ୍ତ୍ଵାବଧାନରେ ପ୍ୟାରେଡ ପରିଚାଳନା ଦାୟିତ୍ଵ ନିର୍ବାହ କରିଥିଲେ। ମଞ୍ଚ ପରିଚାଳନା ଶ୍ରୀ ଅଶୋକ କୁମାର ଦାଶ ସମ୍ପାଦନ କରିଥିବା ବେଳେ, ଜି.ସି.ଡ଼ି ଉଚ୍ଚ ବିଦ୍ୟାଳୟରୁ ସମସ୍ତ ସହାୟତା ଯୋଗାଇ ଦିଆଯାଇଥିଲା । ସାଂସ୍କୃତିକ କାର୍ଯ୍ୟକ୍ରମରେ ଭାଗ ନେବା ପାଇଁ ୧୩ ଗୋଟି ସ୍କୁଲ ଆସିଥିବା ବେଳେ, ୬ଗୋଟି ସ୍କୁଲ କୁ ବାଦ୍ ଦିଆଗଲା।

ସେଥି ମଧ୍ୟରୁ ୭ଗୋଟି ସ୍କୁଲକୁ ସାଂସ୍କୃତିକ କଳା ପ୍ରଦର୍ଶନ କରିବା ପାଇଁ ଶ୍ରୀମତି ରିତାରାଣି ମିଶ୍ର, ଅଜିତେସ ପଟନାୟକ, ପ୍ରିୟ ଦର୍ଷିନି ହୂଇକା ଚୟନ କରିଥିଲେ। ଏହି ଅଭ୍ୟାସ ପ୍ୟାରେଡ୍ କାର୍ଯ୍ୟକ୍ରମରେ ସମସ୍ତ ବିଦ୍ୟାଳୟର ଦାୟିତ୍ବରେ ଥିବା ଶିକ୍ଷକ ଶିକ୍ଷୟିତ୍ରୀ ମାନେ ସହଯୋଗ କରିଥିଲେ । ଶ୍ରୀମତି ପ୍ରମିଳା ମହାପାତ୍ର, ଶ୍ରୀମତି ରିତାରାଣୀ ମିଶ୍ର, ଏନ୍ . ସି.ସି, ଅଧିକାରୀ ମାନଙ୍କ ସହ ସନ୍ତୋଷ ବ୍ରହ୍ମ। , ସତିସ ଲାଡି, ମାଝୀ ସଵର, ଅଷୟ ମହାପାତ୍ର, ଓ ଅନ୍ୟାନ୍ୟ ଯୋଗ ଦେଇଥିଲେ ଏବଂ ପ୍ରଥମ ଦିନର ଅଭ୍ୟାସ ପେରେଡ କାର୍ଯ୍ୟକ୍ରମକୁ ସଫଳ କରିଥିଲେ।

Leave a Reply

Your email address will not be published. Required fields are marked *

error: Content is protected !!