ଜଙ୍ଗଲ ନିଆଁ ନିବାରଣ ସଚେତନତା ଉପଲକ୍ଷେ ରାୟଗଡ ବନାଞ୍ଚଳ ତରଫରୁ ସଚେତନତା

ରାୟଗଡ଼ (ଗୋପୀନାଥ ଗୌଡ଼): ରାୟଗଡା ବନାଞ୍ଚଳ ତରଫରୁ ବନାଞ୍ଚଳ ସ୍ତରୀୟ ଜଙ୍ଗଲ ନିଆଁ ନିବାରଣ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇଯାଇଅଛି ଏହି ଅବସର ରେ ମୋଟର ସାଇକେଲ ରାଲି ଅନୁଷ୍ଠିତ ହୋଇଥିଲା । ଏହି ମୋଟର ସାଇକେଲ ରାଲିକୁ ବନଖଣ୍ଡ ଅଧିକାରୀ ଶ୍ରୀ ସଚିନ ଆନ୍ନାସାହେବ ଓହୋଲ, ଓ ଉପ ବନ ସଂରକ୍ଷକ ଶ୍ରୀ ସଂଦୀପ କୁମାର ପୃଷ୍ଟି , ବନାଞ୍ଚଳ ଅଧିକାରୀ ଶ୍ରୀ କାମେଶ୍ଵର ଆଚାରୀ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ । ଏହି ମୋଟର ସାଇକେଲ ରାଲି ଗୁମ୍ମା ସେକ୍ସନର ଗୁମ୍ମା ଗ୍ରାମ ଠାରୁ ଆରମ୍ଭ ହୋଇ ରାୟଗଡା ସେକ୍ସନର ବୈରାଗି ହାଲୁବା ଗ୍ରାମ ଦେଇ କୋମତାଲ ପେଟା ସେକ୍ସନ ର ମାଲିଗାଁ ଠାରେ ଶେଷ ହୋଇଥିଲା ।

ଏଥି ମଧ୍ୟରେ କୋଦୁପଡୁ, ହାଲୁଆ, ସଂକେଶ, ଶିରିକଣା, ମାଲିପଡ଼ା ତାଡମ, ଚିନ୍ତାଳୀଗୁଡା, ପିତମହାଲ, ହଁସା, ପାଣ ସାହି, ଜିମିଡିପେଟା, ବୈରାଗୀ ହାଲୁବା, ପିପିଲିଗୁଡା, ମୀରାବାଲି, ପାଣିଛତ୍ର, ରୁପୁଣି, ଭୋଇ ମୋଡା, ରେଖାପଦର, କୈଳାଶପୁର, ଲିଂଗାଗୁଡା, ପଦା ଲେକାପାଇ, ଗୌଡ ଲେଲିବାଡି, କୋଲନରା ଅମଲାଭଟ୍ଟା, କଦଳୀଗୁଡା, ଗୌଡଗୁଡା,କନ୍ଧମାଲି ଗାଁ ଗ୍ରାମ ଗୁଡିକରେ ବନ କର୍ମଚାରୀ ମାନେ ଜଙ୍ଗଲ ନିଆଁ ନିବାରଣ ସଚେତନତା ବାର୍ତ୍ତା ଦେଇଥିଲେ । ଏହି ବାର୍ତ୍ତାରେ ଆଗାମୀ ଗ୍ରୀଷ୍ମ ଋତୁରେ ଜଙ୍ଗଲ ନିଆଁକୁ କିପରି ନିୟନ୍ତ୍ରଣ ଓ ନିବାରଣ କରିବା ଓ ଜଙ୍ଗଲରେ କିପରି ନିଆଁ ନ ଲାଗିବ ସେ ଉପରେ ପ୍ରୟାସ ଓ ସେଥିରେ ବନ ବିଭାଗ କୁ ସହଯୋଗ କରିବାକୁ ଲୋକମାନଙ୍କୁ ଅନୁରୋଧ କରିଥିଲେ ।

ଏଥିସହ ଜଙ୍ଗଲ ନିଆଁ ଦ୍ବାରା ଜଙ୍ଗଲର କ୍ଷତି ଓ ତା ଦ୍ବାରା ମାନବ ସମାଜ ଉପରେ କୁପ୍ରଭାବ ପଢେ ସେ ଉପରେ ଗ୍ରାମବାସୀଙ୍କ ସହ ଆଲୋଚନା କରାଯାଇଥିଲା । ଆଗାମୀ ଦିନ ମାନଙ୍କରେ ଜଙ୍ଗଲ ନିଆଁ କିପରି ସମ୍ପୂର୍ଣ ବନ୍ଦ କରାଯାଇ ପାରିବ ସେ ବିଷୟରେ ଉପରୋକ୍ତ ଗ୍ରାମବାସୀ ମାନଙ୍କୁ ଙ୍କୁ ମାର୍ଗଦର୍ଶନ କରାଯାଇଥିଲା । ଏହି ମୋଟର ସାଇକେଲ ରାଲିରେ ୫ ଜଣ ବନପାଳ, ୧୧ଜଣ ବନରକ୍ଷୀ, ୩୦ଜଣ ପାରା ବନ କର୍ମଚାରୀ ଭାଗ ନେଇଥିଲେ । ଏହି କାର୍ଯକ୍ରମଟି ରାୟଗଡ ବନପାଳ ଶ୍ରୀ ଗୌରି ଶଙ୍କର ସାହୁ, ଗୁମ୍ମା ବନପାଳ ଶ୍ରୀ ଡମ୍ବରୁଧର ନାୟକ ଓ କୋମତାଲପେଟା ବନପାଳ ଶ୍ରୀ ପ୍ରଦ୍ୟୁମ୍ନ କୁମାର ବେହେରାଙ୍କ ଦ୍ବାରା ସୁ-ପରିଚାଳିତ ହୋଇଥିଲା ।

Leave a Reply

Your email address will not be published. Required fields are marked *

error: Content is protected !!