ବିଭିନ୍ନ ଶିକ୍ଷାନୁଷ୍ଠାନରେ ନେତାଜୀ ଜୟନ୍ତୀ ପାଳିତ

ଗଞ୍ଜାମ/ବୁଗୁଡା (ସୋରେନ କୁମାର ପ୍ରଧାନ): ବୁଗୁଡ଼ା ଅଞ୍ଚଳର ବିଭିନ୍ନ ଶିକ୍ଷାନୁଷ୍ଠାରେ ନେତାଜୀ ଜୟନ୍ତୀ ପାଳିତ ହୋଇଯାଇଛି । ସ୍ଥାନୀୟ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ପକ୍ଷରୁ ସ୍ବପରିସରରେ ପ୍ରଧାନାଚାର୍ଯ୍ୟ ଆଟଲ୍ ଲିଙ୍ଗରାଜଙ୍କ ପୌରହିତ୍ଯରେ ଅନୁଷ୍ଠିତ ନେତାଜୀ ଜୟନ୍ତୀ ପାଳନ କାର୍ଯ୍ୟକ୍ରମରେ ଅତିଥି ଭାବେ ପରିଚାଳନା ସମିତି ସଭାପତି ବ୍ରଜ କିଶୋର ପାଢ଼ୀ ଓ ସମ୍ପାଦକ ରମେଶ ଚନ୍ଦ୍ର ଆଲଟିଆ ଯୋଗ ଦେଇ ଉପସ୍ଥିତ ଛାତ୍ରଛାତ୍ରୀଙ୍କୁ ମାର୍ଗ ଦର୍ଶନ କରିବା ସହ ସ୍ବାଧୀନତା ଆନ୍ଦୋଳନରେ ସୁବାସ ଚନ୍ଦ୍ର ବୋଷଙ୍କ ପରାକ୍ରମୀ ଭୂମିକା ସମ୍ପର୍କରେ ବକ୍ତବ୍ୟ ରଖିଥିଲେ । ସେହିପରି ନିୟୁ ଏରା ପବ୍ଲିକ୍ ସ୍କୁଲରେ ଅଧ୍ଯକ୍ଷ ବୃଷକେତୁ ଦାଶଙ୍କ ଅଧ୍ୟକ୍ଷତାରେ ଏବଂ ଶ୍ରୀ ବିରଞ୍ଚି ନାରାୟଣ ବାଳିକା ଉଚ୍ଚ ବିଦ୍ୟାଳୟରେ ପ୍ରଧାନ ଶିକ୍ଷୟତ୍ରୀ କୃଷ୍ଣପ୍ରିୟା ମହାରଣାଙ୍କ ପୌରୋହିତ୍ଯରେ ନେତାଜୀ ଜୟନ୍ତୀ ପାଳିତ ହୋଇଥିଲା। ଅନ୍ଯପକ୍ଷରେ ବୁଗୁଡ଼ା ଅଞ୍ଚଳର ବିଭିନ୍ନ ଶିକ୍ଷାନୁଷ୍ଠାନରେ ନେତାଜୀ ଜୟନ୍ତୀ ପାଳନ ଅବସରରେ ପ୍ରତିଯୋଗିତାମାନ କରାଯାଇ କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା ।

Leave a Reply

Your email address will not be published. Required fields are marked *

Powered by Joinchat