ଦୀପାଳି କହିଲେ ସିବିଆଇ ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିବି ।

ଭୁବନେଶ୍ୱର (ସମୀର ରଞ୍ଜନ ନାୟକ) :ନବ ଦାସ ହତ୍ୟାକାଣ୍ଡକୁ ଦୁଇ ବର୍ଷ ପୁରିଛି । ଏହି କ୍ରମରେ ଆସିଲା ଦୀପାଳିଙ୍କ ବଡ଼ ବୟାନ । କହେଲେ ସିବିଆଇ ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିବି ।ପୂର୍ବତନ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କ ହତ୍ୟାକୁ ଏହାରି ମଧ୍ୟରେ ଦୁଇ ବର୍ଷ ବିତି ଗଲାଣି । ହେଲେ ଏବେ ମଧ୍ୟ ଏହି ମାମଲାର ସମାଧାନ ହୋଇ ପାରୁ ନାହିଁ । ଏହାରି ମଧ୍ୟରେ ନବ ଦାସଙ୍କ ହତ୍ୟା ମାମଲାରେ ଝିଅ ଦୀପାଳି ଦାସଙ୍କ ବଡ଼ ବୟାନକୁ ନେଇ ଚର୍ଚ୍ଚା ଜୋର ଧରିଛି । ଦୀପାଳି କହିଛନ୍ତି,ହତ୍ୟା ମାମଲାର ସିବିଆଇ ତଦନ୍ତ ପାଇଁ ଆମେ ଦାବି କରିବୁ ଖୁବ୍ ଶୀଘ୍ର ଏନେଇ ଚିଠି ଲେଖିବୁ, ପ୍ରସ୍ତୁତି ଚାଲିଛି ଖୁବ୍ ଶୀଘ୍ର ପ୍ରଦାନ କରିବୁ ।ଆପଣଙ୍କୁ ଜଣାଇବା ପାଇଁ ଚାହିଁବୁ ଦୁଇ ବର୍ଷ ତଳେ ଆଜିର ଦିନରେ ନବ ଦାସଙ୍କର ହତ୍ୟା କରାଯାଇଥିଲା ।

Leave a Reply

Your email address will not be published. Required fields are marked *

Powered by Joinchat