ବରଗଡ ପାଇଁ ସନ୍ତୋଷ ଗର୍ବ ଓ ଗୌରବ

ବରଗଡ (ମୁକୁନ୍ଦ ଦାସ ): ଚଳିତ ଜାନୁୟାରୀ ୨୦ରୁ ୨୪ ତାରିଖ ପର୍ଯ୍ୟନ୍ତ ଚଳିତ ଜାନୁୟାରୀ ୨୦ରୁ ୨୪ ତାରିଖ ପର୍ଯ୍ୟନ୍ତ ଥାଇଲାଣ୍ଡ ଦେଶର ରାଜଧାନୀ ବ୍ୟାଙ୍କକକ୍ ଠାରେ ଆୟୋଜିତ ହୋଇଥିବା ପଞ୍ଚମ ଥାଇଲାଣ୍ଡ ଆନ୍ତର୍ଜାତିକ ମାଷ୍ଟର ଓପନ୍ ଗେମ୍‌ରେ ସନ୍ତୋଷ କୁମାର ପଧାନ ନିଜର ବ୍ୟକ୍ତିଗତ ଇଭେଣ୍ଟ ଶହେ ମିଟର ବାଧାଦୌଡ଼ରେ ସ୍ଵର୍ଣ୍ଣ, ଟ୍ରିପଲ ଜମ୍ପ୍‌ରେ ରୌପ୍ୟ ଏନଂ ଲଙ୍ଗ୍ ଜମ୍ପ୍‌ରେ ରୌପ୍ୟ ପଦକ ହାସଲ କରିଥିବା ବେଳେ ମିଶ୍ରିତ ଚାରି ଗୁଣା ଶହେ ମିଟର ରିଲେ ଦୌଡରେ ସ୍ଵର୍ଣ୍ଣ ପଦକ ହାସଲ କରିଥିଲେ । ଏହି ମାଷ୍ଟର ଗେମ୍ ପ୍ରତିଯୋଗିତାରେ ୩୦ଟି ଦେଶରୁ ପାଖାପାଖି ପ୍ରାୟ ଦୁଇ ହଜାର ଉଭୟ ପୁରୁଷ ଏବଂ ମହିଳା କ୍ରୀଡାବିତ୍‌ ଅଂଶ ଗ୍ରହଣ କରିଥିଲେ ।

ଓଡିଶାର ପ୍ରତିଯୋଗୀ ସର୍ବମୋଟ ଛଅ ଗୋଟି ସ୍ଵର୍ଣ୍ଣ ପଦକ, ଦୁଇଟି ରୌପ୍ୟ ପଦକ ଏବଂ ଗୋଟିଏ ବ୍ରୋଞ୍ଜ ପଦକ ହାସଲ କରିଥିଲେ । ପ୍ରକାଶ ଥାଉକି ଯେ, ସନ୍ତୋଷ କୁମାର ପଧାନ ଗତବର୍ଷ ଅକ୍ଟୋବର ମାସରେ ମାଲେସିଆ ଠାରେ ଅନୁଷ୍ଠିତ ହୋଇଥିବା ୩୬ତମ ଆନ୍ତର୍ଜାତିକ ମାଲେସିଆନ୍ ମାଷ୍ଟର ଓପନ୍ ଆଥଲେଟିକ୍ସ ଚାମ୍ପିଅନସିପ୍‌ରେ ନିଜର ବ୍ୟକ୍ତିଗତ ଇଭେଣ୍ଟରେ ଗୋଟିଏ ସ୍ଵର୍ଣ୍ଣ ଏବଂ ତିନୋଟି ରୌପ୍ୟ ପଦକ ହାସଲ କରି ନିଜ ଦେଶ, ରାଜ୍ୟ ତଥା ଜିଲ୍ଲାକୁ ଗୌରବାନ୍ୱିତ କରିଥିଲେ । ଆଜି ଶ୍ରୀ ପଧାନ ଥାଇଲାଣ୍ଡରୁ ଫେରିବା ପରେ ବରଗଡ଼ ସାଂସଦ ପ୍ରଦୀପ କୁମାର ପୁରୋହିତ ନିଜ ବାସଭବନରେ ଶ୍ରୀ ପଧାନଙ୍କୁ ପୁଷ୍ପଗୁଚ୍ଛ ଓ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରିଥିଲେ ।

ଶ୍ରୀ ପଧାନ ଆଜିର କାର୍ଯ୍ୟକ୍ରମରେ ନିଜକୁ ଖୁସି ବ୍ୟକ୍ତ କରିବା ସହିତ ସାଂସଦ ଏବଂ ସମସ୍ତ କ୍ରୀଡାପ୍ରେମୀ ମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି । ପଞ୍ଚମ ଥାଇଲାଣ୍ଡ ଆନ୍ତର୍ଜାତିକ ମାଷ୍ଟର ଓପନ୍ ଗେମ୍‌ରେ ସନ୍ତୋଷ କୁମାର ପଧାନ ନିଜର ବ୍ୟକ୍ତିଗତ ଇଭେଣ୍ଟ ଶହେ ମିଟର ବାଧାଦୌଡ଼ରେ ସ୍ଵର୍ଣ୍ଣ, ଟ୍ରିପଲ ଜମ୍ପ୍‌ରେ ରୌପ୍ୟ ଏନଂ ଲଙ୍ଗ୍ ଜମ୍ପ୍‌ରେ ରୌପ୍ୟ ପଦକ ହାସଲ କରିଥିବା ବେଳେ ମିଶ୍ରିତ ଚାରି ଗୁଣା ଶହେ ମିଟର ରିଲେ ଦୌଡରେ ସ୍ଵର୍ଣ୍ଣ ପଦକ ହାସଲ କରିଥିଲେ । ଏହି ମାଷ୍ଟର ଗେମ୍ ପ୍ରତିଯୋଗିତାରେ ୩୦ଟି ଦେଶରୁ ପାଖାପାଖି ପ୍ରାୟ ଦୁଇ ହଜାର ଉଭୟ ପୁରୁଷ ଏବଂ ମହିଳା କ୍ରୀଡାବିତ୍‌ ଅଂଶ ଗ୍ରହଣ କରିଥିଲେ । ସେଥି ମଧ୍ୟରୁ ଭାରତୀୟ ମାଷ୍ଟର ସଂଘ ତରଫରୁ ଓଡ଼ିଶାରୁ ଚାରିଜଣ ଖେଳାଳୀ ଶ୍ରୀ ପଧାନଙ୍କ ବ୍ୟତୀତ ପ୍ରକାଶ କୁମାର ଗଡନାୟକ, କିଶୋର ଚନ୍ଦ୍ର ରଥ ଏବଂ ଟୁକୁ ସେଠୀ ଅଂଶଗ୍ରହଣ କରିଥିଲେ। ଆଜି ଶ୍ରୀ ପଧାନ ଥାଇଲାଣ୍ଡରୁ ଫେରିବା ପରେ ବରଗଡ଼ ସାଂସଦ ପ୍ରଦୀପ କୁମାର ପୁରୋହିତ ନିଜ ବାସଭବନରେ ଶ୍ରୀ ପଧାନଙ୍କୁ ପୁଷ୍ପଗୁଚ୍ଛ ଓ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରିଥିଲେ ।

Leave a Reply

Your email address will not be published. Required fields are marked *

error: Content is protected !!