ନିୟମଗିରି ଅଞ୍ଚଳକୁ ବିଜୁଳୀ ସାତ ସପନ, ସରକାରୀ ଉଦାସୀନତାର ଶିକାର

ରାୟଗଡା (ଗୋପୀନାଥ ଗୌଡ଼): ରାୟଗଡା ଜିଲ୍ଲା କଲ୍ୟାଣସିଂପୁର ପାର୍ସାଳୀ ପଞ୍ଚାୟତ ନିୟମଗିରି ପାହାଡିଆ ଅଞ୍ଚଳରେ ବସବାସ କରୁଥିବା ଡଙ୍ଗରିଆ କନ୍ଧ ଗାଁ ଗୁଡିକ ଆଜକୁ ୭୭ ବର୍ଷ ହେଲା ୧୨ ଟି ଗାଁ କୁ ବିଜୁଳି ଆଲୁଅ ସାତ ସପନ ହୋଇ ଯାଇଛି। ଶୋଷ ମେଣ୍ଟାଉଛି ପାହାଡ ଝରଣା ପାଣି। ଏହି ପଂଚାୟତରେ ୩୨ ଖଣ୍ଡ ଗାଁ ସେଥି ମଧ୍ୟରୁ ୧୨ ଖଣ୍ଡ ଗାଁ କୁ ଏବେ ବି ବିଜୁଳି ଆଲୁଅ, ସ୍ୱାସ୍ଥ୍ୟ,ଶିକ୍ଷା,ଗାଁ କୁ ପହଂଚି ପାରୁନାହିଁ। ଯୋଜନା କଣ ଏମାନେ ବୁଝନ୍ତି ନାହିଁ ଗଣ୍ଡିଏ ଖାଇବା ପାଇଁ ମୁଣ୍ଡ ଝାଳ ତୁଣ୍ଡରେ ମାରି ଖରା ବର୍ଷା ଶୀତ କାକରରେ ସଂଘର୍ଷ କରନ୍ତି ।

ଏଠାକାର ଲୋକେ କେତେବେଳେ ଜଙ୍ଗଲୀ ଖାଦ୍ୟ ଖାଇ ଭୋକ ମେଣ୍ଟାଉଛନ୍ତି ତ କେତେବେଳେ ବାଉଁଶ କରଡି,ଛତୁ, କନ୍ଦା, କସଲା। ଏ ଭଳି ଲୋକଙ୍କ ଦୁଃଖ କଷ୍ଟ ବୁଝିବ କିଏ କାହାକୁ ଗୁହାରି କରିବେ। ସରକାର ଯୋଜନା ଉପରେ ଯୋଜନା ରେ କୋଟିକୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି କିନ୍ତୁ ଏମାନେ କୌଣସି ଯୋଜନା ପାଇଁ ପାରୁନାହାନ୍ତି। ବିଜୁଳି ଆଲୁଅ ଏମାନଙ୍କ ପାଇଁ ଶୋଲାର ଲାଇଟ ଗାଁରେ ଲାଗିଛି ସତ ତାହା ମାତ୍ର ସନ୍ଧ୍ୟାରେ ୨ ଘଣ୍ଟା ଜଳୁଛି, ତାହାପରେ ଠପ।

ଏହାକୁ ନେଇ ନିୟମଗିରି ସଭାପତି ଲଦ ଶିକକା, ପ୍ରକାଶ କରିଛନ୍ତି। ଏବେ ବି ଗାଁ ଗୁଡିକରେ ବିଜୁଳି ଆଲୁଅ ପହଞ୍ଚି ପାରିନାହିଁ।ଏହି ଅଞ୍ଚଳରେ ଲୋକେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ଦେଖିବାକୁ ମିଳିଛି। ସରକାରଙ୍କୁ ଅନୁରୋଧ କି ତୁରନ୍ତ ଏହି ଗାଁଗୁଡିକୁ ବିଜୁଳୀ ସଂଯୋଗ ଦିଆଯାଉ।

Leave a Reply

Your email address will not be published. Required fields are marked *

error: Content is protected !!
Open chat
ଜୟ ଜଗନ୍ନାଥ 🙏🏻
ଶ୍ରୀକ୍ଷେତ୍ର ନ୍ୟୁଜକୁ ସ୍ୱାଗତ