କେନ୍ଦୁଝର (ଦଶରଥ ବାରିକ): ଭାରତର ପ୍ରଥମ ନାଗରିକ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଙ୍କୁ ଗରିବ ମହିଳା ସମ୍ବୋଧନ କରିଥିବାରୁ ତାହାର ପ୍ରତିବାଦ ରେ ଆଜି ପାଟଣା ବ୍ଲକ ମୁଖ୍ୟାଳୟ ବ୍ଲକ ଛକ ଠାରେ ପାଟଣା ବିଧାୟକ ଅଖିଳ ଚନ୍ଦ୍ର ନାଏକ ଙ୍କ ନେତୃତ୍ୱରେ ଏକ ପ୍ରତିବାଦ ସଭା କରାଯାଇ ସୋନିଆ ଗାନ୍ଧୀ ଏବଂ ରାହୁଲ ଗାନ୍ଧୀ ଙ୍କ କୁଶ ପୁତ୍ତଳିକା ଦାହ କରାଯାଇଥିଲା।ରାଷ୍ଟ୍ରପତି ଙ୍କ ପ୍ରତି ହୋଇଥିବା ଅପଶବ୍ଦ କୁ ଘୋର ବିରୋଧ କରିବା ସହିତ କ୍ଷମା ପ୍ରାର୍ଥନା କରି ନିଜର ଭୁଲ ସ୍ୱୀକାର କରନ୍ତୁ ବୋଲି ନେତା ମାନେ ଦାବି କରିଥିଲେ।
କାର୍ଯ୍ୟକ୍ରମ ରେ ସାଂସଦ ଙ୍କ ପାଟଣା ବ୍ଲକ ପ୍ରତିନିଧି ପ୍ରହ୍ଲାଦ ପଲେଇ, ବିଜେପି ବରିଷ୍ଠ ନେତା କମଳା କାନ୍ତ ଦାଶ,ଦୁର୍ଗା ଚରଣ ନାଏକ,ସୋମବାରି ମୁଣ୍ଡା,ସୁଚିତ୍ରା ମହାନ୍ତ, ପ୍ରକାଶ କୁମାର ସେଠୀ,ମଣ୍ଡଳ ସଭାପତି ବ୍ରଜ ସେଠୀ,ପୂର୍ବତନ ମଣ୍ଡଳ ସଭାପତି ରମେଶ ଚନ୍ଦ୍ର ମହାନ୍ତ, ସୁଜିତ କୁମାର ଦାଶ, ସଞ୍ଜୟ କୁମାର ପଲେଇ,ନିତେଶ ମହାନ୍ତ, କେଶବ ବାରିକ,ଯୁଧିଷ୍ଠିର ମହାନ୍ତ,ମଧୁସୂଦନ ମହାନ୍ତ ଡମ୍ବରୁଧର ମହାନ୍ତ, ହରିଶ୍ଚନ୍ଦ୍ର ମହାନ୍ତ, ସଂଜୀବ କୁମାର ମହାନ୍ତ,କୃଷ୍ଣଚନ୍ଦ୍ର ମହାନ୍ତ ଙ୍କ ସହିତ ବହୁ ବିଜେପି ନେତା ଓ କର୍ମୀ ଉପସ୍ଥିତ ଥିଲେ