ଟ୍ରାଫିକ ବିହୀନ ୱାନ ୱେ ଟ୍ରାଫିକ ଛକ। ଘଟୁଛି ଦୁର୍ଘଟଣା।

ରାୟଗଡ଼ (ଗୋପୀନାଥ ଗୌଡ଼): ରାୟଗଡ଼ ସହର ମେରୁଦଣ୍ଡ କୁହାଯାଉଥିବା ଷ୍ଟେଟ ବ୍ୟାଙ୍କ ଛକ ବର୍ତ୍ତମାନ୍ ଦୁର୍ଘଟଣାର କେନ୍ଦ୍ର ବିନ୍ଦୁ ପାଲଟିଛି। କହିବାକୁ ଗଲେ ପ୍ରତ୍ୟେକ ଦିନ ଏହି ଛକରେ ଛୋଟ ମୋଟ ଦୁର୍ଘଟଣା ଘଟୁଛି। ଏହି ଛକ ନିକଟରେ ସର୍ବଦା ଜନ ଗହଳି ପୂର୍ଣ୍ଣ ରହୁଥିବା ଦେଖିବାକୁ ମିଳୁଛି। ଏହି ଛକ ନିକଟରେ ଥିବା ବୁଲାଣିରେ ଚା’ ଦୋକାନ ପାଖରେ ନାହିଁ ନ ଥିବା ଗହଳି ରହୁଥିବା ବେଳେ, ଏହି ଚା ‘ ଦୋକାନ ପାଖରେ ଅଟୋ ଚାଳକ ମାନେ ନିଜ ନିଜର ଅଟୋ ରଖି ଯାତ୍ରୀଙ୍କୁ ଅପେକ୍ଷା କରି ରୁହନ୍ତି। ଅନ୍ୟପଟେ ଏହି ଛକ ନିକଟରେ ଥିବା ପାନ ଦୋକାନ ନିଜର ଆସବା ପତ୍ର ଗୁଡ଼ିକ ରାସ୍ତା ଉପରେ ସଜାଇ ଦେଉଥିବା ହେତୁ, ବଡ଼ ବଡ଼ ମାଲ ବୋଝେଇ ଟ୍ରକ ଗୁଡ଼ିକ ବୁଲାଣିରେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି।

ଏପରିକି ଟ୍ରାଫିକ ଛକରେ ଟ୍ରାଫିକ ରହୁ ନ ଥିବା ହେତୁ କିଛି ଗାଡ଼ି ଚାଳକ ବଜାର ମଧ୍ୟକୁ ଭାରିଯାନ ନେଇ ଚାଲି ଯାଉଥିବା ଦେଖିବାକୁ ମିଳିଛି। ସକାଳୁ ସଂଧ୍ୟା ଏହି ଛକ ଦେଇ ଛାତ୍ର ଛାତ୍ରୀ ମାନେ ନିଜ ନିଜର ସ୍କୁଲ କଲେଜ ଯାଉଥିବା ସମୟରେ ଗହଳିର ସମ୍ମୁଖିନ ହୁଅନ୍ତି। ଅନ୍ୟପଟେ ସ୍କୁଲ କଲେଜ ନେଇ ଯାଉଥିବାର ସ୍କୁଲ ବସ୍ ଓ ଅଟୋ ଗୁଡ଼ିକ ମଧ୍ୟ ଟ୍ରାଫିକ ଜାମରେ ଫସି ରୁହନ୍ତି। ଏହି ଛକ ଷ୍ଟେଟବ୍ୟାଙ୍କ, ସରକାରୀ ମୁଖ୍ୟ ଚିକିତ୍ସାଳୟ ଏବଂ ପୁଲିସ୍ ଥାନା,। ପୋଷ୍ଟ୍ ଅଫିସ୍, ଚର୍ଚ୍ଚ ଓ ମସଜିଦ୍ , କୋର୍ଟ ଓ ମୁଖ୍ୟ ବଜାରକୁ ସଂଯୋଗ କରୁଥିବା ହେତୁ ଏହି ଛକ ନିକଟରେ ଟ୍ରାଫିକ ସମସ୍ୟାର ସମାଧାନ ହେତୁ ନିହାତି ଭାବରେ ଏକ ଟ୍ରାଫିକ ପୁଲିସ୍ ଙ୍କ ଆବଶ୍ୟକତା ରହିଛି। ଅତି ଶୀଘ୍ର ଏହି ଟ୍ରାଫିକ ସମସ୍ୟାର ସମାଧାନ କରିବା ନିହାତି ଜରୁରୀ ଅଟେ।

Leave a Reply

Your email address will not be published. Required fields are marked *

error: Content is protected !!