ଜିଲ୍ଲାସ୍ତରୀୟ ନିଯୁକ୍ତି ମେଳା ସମାପିତ

କେନ୍ଦୁଝର(ସୀତାରାମ ଦୀକ୍ଷିତ): କେନ୍ଦୁଝର ଜିଲ୍ଲା ପ୍ରଶାସନ ଓ ଓଡ଼ିଶା ସରକାରଙ୍କ ଦକ୍ଷତା ବିକାଶ ପ୍ରାଧିକରଣ (OSDA)ଙ୍କ ମିଳିତ ଆନୁକୁଳ୍ୟରେ ସ୍ଥାନୀୟ ଓଡ଼ିଶା ଖଣି ଯାନ୍ତ୍ରିକ ବିଦ୍ୟାଳୟରେ ଦୁଇ ଦିନିଆ ନିଯୁକ୍ତି ମେଳା ଆଜି ସମାପିତ ହୋଇଯାଇଛି । ଆଜି ଦ୍ଵିତୀୟ ତଥା ଅନ୍ତିମ ଦିନରେ ୫ ଗୋଟି ବ୍ଲକ ଯଥା ହରିଚନ୍ଦନପୁର, ଘଟଗାଁ, ଆନନ୍ଦପୁର, ଘଷିପୁରା, ହାଟଡିହି ବ୍ଲକର ଆଶାୟୀ ଯୁବକ ଯୁବତୀ ମାନଙ୍କ ପାଇଁ ଏହି ମେଳା ଅନୁଷ୍ଠିତ ହୋଇଯାଇଛି । ଉକ୍ତ ନିଯୁକ୍ତି ମେଳାରେ ବିଭିନ୍ନ ବେସରକାରୀ ସଂସ୍ଥା ଓ କାର୍ଯ୍ୟକ୍ରମ ପ୍ରଣୟନ ସଂସ୍ଥା ଯୋଗ ଦେଇଥିବା ବେଳେ ୮୭୯ ଜଣ ନିଯୁକ୍ତି ଆଶାୟୀ ପଞ୍ଜିକରଣ କରିଥିଲା ବେଳେ ୯୭ ଜଣ ପ୍ରାର୍ଥୀ ପ୍ରାର୍ଥୀନୀ ସିଧାସଳଖ ଚୟନ ହୋଇ ନିଯୁକ୍ତି ପତ୍ର ପ୍ରାପ୍ତ କରିଥିଲେ ।

Leave a Reply

Your email address will not be published. Required fields are marked *

error: Content is protected !!