କେନ୍ଦୁଝର/ଚମ୍ପୁଆ (ପ୍ରଦୀପ କୁମାର ମହାନ୍ତ): ଚମ୍ପୁଆ ଉପଖଣ୍ଡ ବଲାଣି ଠାରେ ଆଜି ସକାଳୁ ସକାଳୁ ଚକ୍ରଧରପୁର ଡିଭିଜନର ଦକ୍ଷିଣ ପାର୍ଶ୍ଵବର୍ତ୍ତି ଥିବା ବଲାଣି ରେଳ ସାଇଡିଂ କୁ ସାଉଥ୍ ଇଷ୍ଟର୍ଣ୍ଣ ର ଜେନେରାଲ ମ୍ୟାନେଜର “ଶ୍ରୀ ଅନିଲ କୁମାର ମିଶ୍ର ” ପରିଦର୍ଶନ କରିବାକୁ ଆସିଥିଲେ । ବଲାଣି ସାଇଡିଂ ଦୀର୍ଘ ଦିନ ହେବ ଚାଲି ଆସୁଥିବା ବେଳେ ଏଠାରେ ବିଭିନ୍ନ କମ୍ପାନୀ ନିଜ ମାଇନ୍ସ ରୁ କଞ୍ଚାମାଲ ଆଣି ବିଭିନ୍ନ କମ୍ପାନୀ ମାନଙ୍କୁ ରେଳପଥ ଯୋଗେ ବିକ୍ରିକରି ଚାଲିଛନ୍ତି, କିନ୍ତୁ ସ୍ଥାନୀୟ ବାସିନ୍ଦାମାନଙ୍କୁ କାମ ଧନ୍ଦା ନ ଦେଇ ଅଣଦେଖା କରି ଆସୁଛନ୍ତି ।
ଯାହାକୁ ନେଇ କିଛି ଦିନ ପୂର୍ବରୁ ରୁଙ୍ଗଟା କମ୍ପାନୀ ବିରୁଦ୍ଧରେ ବଲାଣୀ ରେଳ ସାଇଡ଼ିଂରେ ଶ୍ରମିକମାନେ ଧାରଣା ଦେଇ ବସିଥିଲେ ହେଲେ ଏଯାଏଁ ଶ୍ରମିକ ମାନଙ୍କ ଦାବୀ ପୂରଣ ହୋଇ ପାରିଲା ନାହିଁ। ଏଣୁ ଶ୍ରୀ ମିଶ୍ର ଙ୍କୁ ଠିକା ମଜଦୂର ସଙ୍ଘ ର ସଭାପତି କମଳା ପତି ଯାଦବ ଏକ ଲିଖିତ ଆକାର ରେ ଅଭିଯୋଗ ପତ୍ର ପ୍ରଦାନ କରିଛନ୍ତି ଏବଂ ବଡ଼ବିଲ ରୁ ଟାଟା ଯାଉଥିବା ଜନ ଶତାବ୍ଦୀ ଯାତ୍ରୀ ବାହୀ ଟ୍ରେନ୍ କୁ ବଲାଣୀ ଠାରୁ ଚଳାଚଳ କରିବାକୁ ଶ୍ରୀ ମିଶ୍ରଙ୍କୁ ଅନ୍ୟ ଏକ ଲିଖିତ ଆକାର ରେ ଓଡ଼ିଶା ବିକାଶ ପରିଷଦର ସଦସ୍ୟ ମାନେ ଅଭିଯୋଗ ପତ୍ର ଦେଇଛନ୍ତି । ତେବେ ଦେଖିବାକୁ ବାକି ରହିଲା ଶ୍ରୀ ମିଶ୍ର ଏହି ଅଭିଯୋଗ ଗୁଡ଼ିକର କାର୍ଯ୍ୟକ୍ଷମ କେବେ କରୁଛନ୍ତି।