ଜିଲ୍ଲାର ଯୋଗ ଶିକ୍ଷକ ମାନକୁ ନେଇ ଯୋଗ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ

ସୁବର୍ଣ୍ଣପୁର(ଶାନ୍ତନୁ କୁମାର କର୍ଣ୍ଣ):ସୁବର୍ଣ୍ଣପୁର ଜିଲ୍ଲାର ସଦର ସ୍ମାର୍ଟ ପାର୍କ ରେ ପତଞ୍ଜଳି ଯୋଗ ପୀଠ ହରିଦ୍ଵାର ର ନିର୍ଦେଶ କ୍ରମେ ଜିଲ୍ଲାର ସମସ୍ତ ଯୋଗ ଶିକ୍ଷକଙ୍କୁ ନେଇ ଏକ ପ୍ରଶିକ୍ଷଣ ଶିବିର ଅନୁଷ୍ଟିତ ହୋଇ ଯାଇଛି । ଏହି ଶିବିର କୁ ଜିଲ୍ଲା ଭାରତ ସ୍ବାଭିମାନ ପ୍ରଭାରୀ ମନୋଜ ପଣ୍ଡା ସଂଯୋଜନା କରି ଥିବା ବେଳେ ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଏଡିଏମଓ ଡ଼ା ଦୁର୍ଗା ଦତ୍ତ ଦାଶ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଜିଲ୍ଲା ରେ ଯୋଗ ଶିକ୍ଷକ ଙ୍କ ଭୂମିକା ଓ ଦାୟିତ୍ୱଗୁରୁତ୍ଵ ପୂର୍ଣ୍ଣ ବୋଲି କହିଥିଲେ ।

ଆଜିର ସମାଜରେ ଯୋଗ ହିଁ ସ୍ଵାସ୍ଥ୍ୟ ସୁଧାର ଓ ସୁନ୍ଦର ସ୍ଵାସ୍ଥ୍ୟ ପାଇଁ ଏକ ପ୍ରମୁଖ ଭୂମିକା ନିଭାଇଛି ବୋଲି କହି ଥିଲେ । ଏହି ଶିବିର କୁ ବଲାଙ୍ଗିର ଜିଲ୍ଲାର ଭାରତ ସ୍ବାଭିମାନ ପ୍ରଭାରୀ ଯୋଗାଚାର୍ଯ୍ୟ ରଘୁ ଷଡ଼ଙ୍ଗୀ, ଅଧ୍ୟାପକ ଦୁର୍ଗା ସାହୁ ଶିବିରାର୍ଥୀ ଙ୍କୁ ଯୋଗ ପ୍ରଶିକ୍ଷଣ ଦେଇ ଥିଲେ । ଜିଲ୍ଲା ତଥା ପଡୋଶୀ ଜିଲ୍ଲା ର 50ଜଣ ଯୋଗ ଶିକ୍ଷକ ଯୋଗ ଶିକ୍ଷା ଗ୍ରହଣ କରିଥିଲେ । ଯୋଗ ସମିତି ର ସମସ୍ତ ସଦସ୍ୟ ସହଯୋଗ କରିଥିବା ବେଳେ ଜିଲ୍ଳା ସ୍ବାସ୍ଥ୍ୟ ପରିଦର୍ଶକ ପ୍ରମୋଦ କୁମାର ସାହୁ ଧନ୍ୟବାଦ୍ ଅର୍ପଣ କରିଥିଲେ l

Leave a Reply

Your email address will not be published. Required fields are marked *

Powered by Joinchat