ସୁବର୍ଣ୍ଣପୁର (ଶାନ୍ତନୁ କୁମାର କର୍ଣ୍ଣ): ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକର ତିକୁଡା ଝର ତପୋବନ ପଡିଆ ଠାରେ ଦୁଇ ଦିନିଆ ଜିଲ୍ଲା ସ୍ତରୀୟ ଡ଼ୁମାଲ ସମାଜର ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି l ଗତକାଲି ହିଙ୍ଗମା ମାହେଶ୍ୱରୀ ମନ୍ଦିରରୁ ମାଁ ମାହେଶ୍ୱରୀ ଦେବୀଙ୍କୁ ଶୋଭାଯାତ୍ରା ମାଧ୍ୟମରେ ଅଣାଯାଇ ପଡିଆର ସଭା ମଣ୍ଡପରେ ସ୍ଥାପନା କରାଯିବ ପରେ ପୂଜାର୍ଚନା କରାଯାଇଥିଲା l ଯାଲୋଏ, କଳାପଥର, ହିଙ୍ଗମା କେନ୍ଦ୍ର ର ଉଦ୍ୟମ ରେ ଆୟୋଜିତ ଏହି ସାଧାରଣ ବୈଠକରେ ଜିଲ୍ଲାର ବହୁ ଡ଼ୁମାଲ ଜାତି ଭାଇ କେନ୍ଦ୍ର କର୍ମକର୍ତ୍ତା ସାମିଲ ହୋଇଥିଲେ l ପ୍ରଥମ ଦିବସରେ ୮୮ଟି ମାହେଶ୍ୱରୀ ପୀଠର ପୂଜକ ବେଜି ମାନଂକର ବୈଠକ ଅନୁଷ୍ଠିତ ହୋଇଥିବାବେଳେ ଏହି ବୈଠକରେ ମାଁ ମାହେଶ୍ୱରୀ ଙ୍କ ପୂଜାଵିଧି ଉପରେ ଆଲୋଚନା ହୋଇଥିଲା l
ଦ୍ୱିତୀୟ ଦିବସ ରେ ଜିଲ୍ଲାର ସମସ୍ତ କେନ୍ଦ୍ର କର୍ମକର୍ତ୍ତା ମାନେ ସାମିଲ ହୋଇ ଥିଲେ l ବିଶେଷ କରି ରାଜ୍ୟ ଉପ ସଭାପତି ଲୋକନାଥ ମାହାର, ଜିଲ୍ଲା ସଭାପତି ଅଶ୍ୱିନୀ ମହାକୁର,ଜିଲ୍ଲା ଉପ ସଭାପତି ଲକ୍ଷ୍ମଣ ବସ୍ତିଆ ଜାନକୀ ରାମ ଦେହୁରୀ ସହ ସମ୍ପାଦକ ହାଡ଼ିବନ୍ଧୁ ଖମାରୀ ଙ୍କ ସମେତ ମାଉଳିମାଲ କେନ୍ଦ୍ରରୁ ଅନ୍ତର୍ଯ୍ୟାମୀ କର୍ଣ୍ଣ, ଯଉଁରାଭଉଁରା କେନ୍ଦ୍ରରୁ ତ୍ରିନାଥ ଭୋଇ, ଚାରଭଟା କେନ୍ଦ୍ରରୁ ଜୟକୃଷ୍ଣ ପାତ୍ର, ଅଶୋକ କର୍ମୀ, କଳ୍ପ ବାରିକ,ଡାହୁକବୁଡ଼ କେନ୍ଦ୍ରରୁ ବୃନ୍ଦାବନ ପଧାନ,ପ୍ରବୀଣ ପଧାନ ହିଙ୍ଗମା କେନ୍ଦ୍ର ସଭାପତି ବଶିଷ୍ଠ ପର୍ଡିଆ ଏବଂ ସମ୍ପାଦକ ଭୀମ ବସ୍ତିଆ କୃଷ୍ଣଚନ୍ଦ୍ର କମ୍ପ,ଆଇନ ପରମର୍ଶ ଦାତା ରାଧାକାନ୍ତ ମହାକୁର ଙ୍କ ସମେତ ଡ଼ୁମାଲ ସମାଜର ବହୁ ଜାତିଭାଇ ସାମିଲ ହୋଇ ଡ଼ୁମାଲ ଜାତିର ବିଭିନ୍ନ ଦିଗ ତଥା ଜାତି ଭିତ୍ତିକ ସମସ୍ୟା ଉପରେ ଆଲୋଚନା କରିଥିଲେ l ବିଶେଷ କରି ଆଶ୍ୱିନ ମାସରେ ମାଁ ମାହେଶ୍ୱରୀ ଦେବୀଙ୍କର ପୂଜା ଗୋଟିଏ ଦିନ ଗୋଟିଏ ରୀତିନୀତିରେ କିପରି ପୂଜା କରାଯିବ ସେ ନେଇ ଆଲୋଚନା ହୋଇ ଥିଲା l