କେନ୍ଦୁଝର (ସୀତାରାମ ଦୀକ୍ଷିତ): ସରସ୍ଵତୀ ଶିଶୁବିଦ୍ୟା ମନ୍ଦିର, ବଡ଼ବିଲ ବିଦ୍ୟାଳୟରେ ମାତୃପିତୃ ପୂଜନ କାର୍ଯ୍ୟକ୍ରମ ଅନୁଷ୍ଠିତହୋଇଥିଲା । ଏଥିରେ ପାଞ୍ଚ ଶହ ମାତାପିତା ଉପସ୍ଥିତ ରହିଥିଲେ । ଶିଶୁ ଭାଇଭଉଣୀ ମାନେ ଫୁଲହାର ପିନ୍ଧାଇ, ଦୀପ, ଅକ୍ଷତ ଦେବା ସହ ମିଷ୍ଠାନ ଖୁଆଇ ବାପା,ମାଆଙ୍କର ପୂଜାର୍ଚ୍ଚନା କରିଥିଲେ । ବିଦ୍ୟାଳୟର ବରିଷ୍ଠ ଆଚାର୍ଯ୍ୟା ଶ୍ରୀମତୀ ରଞ୍ଜିତା ରାଣୀ ଦାଶ ଏହି କାର୍ଯ୍ୟକ୍ରମ କୁ ପରିଚାଳନା କଲେ ଏବଂ ବରିଷ୍ଠ ଆଚାର୍ଯ୍ୟ ଶ୍ରୀଯୁକ୍ତ ଦୟାନିଧି ନାୟକ ମାତାପିତା ଓ ଶିଶୁଙ୍କ ଉଦ୍ଦେଶ୍ୟରେ ବକ୍ତବ୍ୟ ପ୍ରଦାନକରିଥିଲେ । ବିଦ୍ୟାଳୟ ସମସ୍ତ ଆଚାର୍ଯ୍ୟ ଆଚାର୍ଯ୍ୟାଙ୍କ ସହଯୋଗ ରେ ଏହି କାର୍ଯ୍ୟକ୍ରମ ସୁରୁଖୁରୁ ରେ ସଂପୂର୍ଣ୍ଣ ହୋଇଥିଲା ।