ଆଗେଇ ପାରୁନି ମଡେଲ ଖେଳ ପଡିଆ କାମ, କେବଳ ସୂଚନା ଫଳକରେ ସୀମିତ

କେନ୍ଦୁଝର/ଚମ୍ପୁଆ (ପ୍ରଦୀପ କୁମାର ମହାନ୍ତ) : ଗ୍ରାମାଞ୍ଚଳ ରେ କ୍ରୀଡାର ବିକାଶ ପାଇଁ ଯେlଜନା କରାଯାଉ ଥିବା ବେଳେ ପ୍ରଶାସନିକ ଅବହେଳା ପାଇଁ ଏହି ଯେlଜନା କାର୍ଯ୍ୟକାରି ହେଇପାରୁନଥିବା ଯେlଗୁ ଏହାକୁ ନେଇ ଅସନ୍ତୋଷ ଦେଖା ଦେଉଛିll ଖେlଦ ମୂଖ୍ୟମନ୍ତ୍ରୀଙ୍କ ଜିଲ୍ଲାରେ ଏପରି ଅବ୍ୟବସ୍ଥା ସାଧାରଣରେ ଅସନ୍ତୋଷ କୁ ପୁଞ୍ଜିଭୁତ କରୁଛି। କ୍ରୀଡାର ବିକାଶ ପାଇଁ ପ୍ରତି ପଞ୍ଚାୟତ ରେ ନିର୍ମାଣ ହେବାକୁ ଥିବା ମଡେଲ ଖେଳ ପଡିଆ ସୂଚନା ଫଳକରେ ସୀମିତ ରହିବା ଏହି ଯେlଜନାର ସଫଳତା ଉପରେ ଅଗୁଂଳି ନିର୍ଦେଶ କରିଛି l

କେନ୍ଦୁଝର ଜିଲ୍ଲା ଚମ୍ପୁଆ ବ୍ଲକ ଅନ୍ତର୍ଗତ ସଡିଗଂ ପଞ୍ଚାୟତ ଆକୁଂଡି ଗ୍ରାମ ରେ ହେବାକୁ ଥିବା ମଡେଲ ଖେଳ ପଡିଆ ସୂଚନା ଫଳକରେ ସୀମିତ ରହିବା ଚମ୍ପୁଆ ବ୍ଲକ ପ୍ରଶାସନ ର ପାରିବା ପଣିଆ ଉପରେ ପ୍ରଶ୍ନବାଚୀ ସୣଷ୍ଟି କରିଛିl କ୍ରୀଡା ର ବିକାଶ ପାଇଁ ପୂର୍ବ ସରକାର ପ୍ରତି ପଞ୍ଚାୟତ ରେ ଗୋଟିଏ ଲେଖା ମଡେଲ ଖେଳ ପଡିଆ ନିର୍ମାଣ ପାଇଁ ଯେlଜନା କରି ଅନୁଦାନ ମଧ୍ୟ ଯେlଗାଇ ଦେଇଥିଲେl ଜିଲ୍ଲା ଖଣିଜ ପାଣ୍ଠିରୁ ଅନୁଦାନ ଦିଆ ଯାଇଥିବା ବେଳେ ଏବେ ନୂତନ ସରକାର ଏହି ଯେlଜନାକୁ କାର୍ଯ୍ୟକାରୀ କରିବାକୁ ଗୁରୁତ୍ୱ ଦେଉନଥିବା ଯେlଗୁ ଏହି ଯେlଜନା କାର୍ଯ୍ଯକାରି ହେଇପାରୁନାହିଁ।

ଯାହାର ଉଦାହରଣ ପାଲଟିଛି କେନ୍ଦୁଝର ଜିଲ୍ଲା ଚମ୍ପୁଆ ବ୍ଲକ ସଡିଗଂ ପଞ୍ଚାୟତ ଅନ୍ତର୍ଗତ ଆକୁଂଡି ଗ୍ରାମରେ ହେବାକୁ ଥିବା ମଡେଲ ଖେଳ ପଡିଆl ଏହି ପଞ୍ଚାୟତ ର ଖେଳର ବିକାଶ ପାଇଁ ୨୦୨୩ – ୨୪ ଆର୍ଥିକ ବର୍ଷରେ ପୂର୍ବ ସରକାର ଜିଲ୍ଲା ଖଣିଜ ପାଣ୍ଠିରୁ ୪୧ ଲକ୍ଷ ୭୮ହଜାର ୮୮୩ ଟଙ୍କା ଜିଲ୍ଲା ଖଣିଜ ପାଣ୍ଠି ରୁ ଦିଆ ଯାଇଥିଲାl ଖେଳ ପଡିଆ ପାଇଁ ସଡିଗଂ ପଞ୍ଚାୟତ ର ଆକୁଂଡି ଗ୍ରାମ ଠାରେ ଯାଗା ଚିହ୍ନଟ କରାଯାଇ ଟେଣ୍ଡର ମାଧମରେ କାର୍ଯ୍ୟାଦେଶ ଦିଆଯାଇଛି l କାର୍ଯ୍ୟ ପାଇଁ ସୂଚନା ଫଳକ ମଧ୍ୟ ଲଗାଯାଇଥିବା ବେଳେ ଏକ ବର୍ଷ ବିତିବାକୁ ବସିଥିଲେ ସୁଦ୍ଧା ଏ ଯାଏଁ ପଡିଆ କାମ ଆରମ୍ଭ କରାଯାଇ ନଥିବାରୁ ପଡିଆ ନିର୍ମାଣ କୁ ନେଇ ଗ୍ରାମବାସୀ ସନ୍ଦିହାନୀ ହେlଇପଡିଛନ୍ତି। ବ୍ଲକପ୍ରଶାସନ ଜାଣିଶୁଣି ପଡିଆ ନିର୍ମାଣକୁ ଗୁରୁତ୍ୱ ଦେଉନ ଥିବା ଯୋଗୁ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ସରକାର ବଦଳିବା ପରେ ଯେlଜନା ଗୁଡିକ ଏବେ କେବଳ ଆଶା ଆଶଙ୍କାରେl ଏପରି ଅବ୍ୟବସ୍ଥା କେବଳ ଯେ ଚମ୍ପୁଆ ବ୍ଲକରେ ହେଉଛି ଏହା ନୁହେଁ କେନ୍ଦୁଝର ଜିଲ୍ଲାର ଅନ୍ୟ ବ୍ଲକ ଗୁଡିକରେ ମଧ୍ୟ ଏପରି ଅବ୍ୟବସ୍ଥା ଏହି ଯେlଜନାର ସଠିକ ରୂପାୟନ ରେ ବାଧକ ସାଜିଛି !

Leave a Reply

Your email address will not be published. Required fields are marked *

error: Content is protected !!