ତୃତୀୟ ଲିପୁ ମେମୋରିଆଲ ଭେଟେରାନ୍ ଫୁଟବଲ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ:ଏମସିଏଲ୍ ବୁର୍ଲା ବିଜୟୀ

ସୁବର୍ଣ୍ଣପୁର (ଶାନ୍ତନୁ କୁମାର କର୍ଣ୍ଣ) : ସୁରେଶ୍ଵରୀ ଫୁଟବଲ୍ ଏକାଡେମୀ ଦ୍ଵାରା ଆୟୋଜିତ ସୋନପୁର କଲେଜ ପଡିଆରେ ଆୟୋଜିତ ଏକଦିବସୀୟ ଅଲ୍ ଓଡ଼ିଶା ତୃତୀୟ ଭେଟେରାନ୍ ଫୁଟବଲ୍ ଟୂର୍ଣାମେଣ୍ଟ ଉଦଯାପିତ ହୋଇଯାଇଛି l ଏଥିରେ ଏମସିଏଲ୍ ବୁର୍ଲା ବିଜୟୀ ହୋଇ ଚାମ୍ପିୟାନ ହୋଇଥିବାବେଳେ ରନର୍ସଅପ୍ ଭାବରେ ସମ୍ବଲପୁର ଦଳ ରହିଛନ୍ତି। ଏକଦିବସୀୟ ଏହି ଟୁର୍ଣ୍ଣାମେଣ୍ଟର ପ୍ରଥମ ମ୍ୟାଚ ସୋନପୁର ର ଏସ୍ଏନ୍ଏଫ୍ଏଓ ପିଏଫ୍ ସି ପାଟଣାଗଡ଼ ମଧ୍ୟରେ ଅନୁଷ୍ଠିତ ହୋଇଥିବା ବେଳେ ପରବର୍ତ୍ତୀ ମ୍ୟାଚ୍ ବୁର୍ଲା ଏମ୍ ସି ଏଫ୍ ଓ ବଲାଙ୍ଗୀର, ବରଗଡ଼ ସମ୍ବଲପୁର, ରେଢ଼ାଖୋଲ ଓ ଆୟୋଜକ ସୁରେଶ୍ଵରୀ ଫୁଟବଲ୍ ଏକାଡେମୀ ସୋନପୁର ମଧ୍ୟରେ ଅନୁଷ୍ଠିତ ହୋଇଥିଲା।

ତେବେ ଫାଇନାଲ ମ୍ୟାଚ ସମ୍ବଲପୁର ଓ ଏମସି ଏଫ୍ ବୁର୍ଲା ମଧ୍ୟରେ ହୋଇଥିବା ବେଳେ ଖେଳ ଅମିମାଂସିତ ରହିଥିଲା l ପରେ ପେନାଲଟି ସୁଟ୍ ମାଧ୍ୟମରେ ବୁର୍ଲା ଏମ୍ ସି ଏଫ୍ ଦଳ ବିଜୟୀ ହୋଇ ଥିଲା। ଶେଷରେ ଫୁଟବଲ୍ ଏକାଡେମୀ ର ସଭାପତି ନିଶାନ୍ତ ମହାନ୍ତି ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥିଭାବେ ଯୁବନେତା ତଥା କଳାପଥର ଏମ୍ ପି ଏସ୍ ଅରବିନ୍ଦ ବାରିକ ଓ ଅନ୍ୟତମ ଅତିଥି ଭାବରେ ପୋଲିସ୍ ଆର୍ ଆଇ କାହ୍ନୁ ଚରଣ ମାରାଣ୍ଡି, ବିବେକାନନ୍ଦ ମହାନ୍ତି, ଶ୍ରୀବତ୍ସ ମଲ୍ଲିକ, ଦିଲ୍ଲୀପ ପାତ୍ର, କୁମୁଦ ମେହେର, ଗଣେଶ ମେହେର ପ୍ରମୁଖ ଯୋଗଦେଇ ବିଜୟୀ ଦଳକୁ ପୁରସ୍କୃତ କରି ଉତ୍ସାହିତ କରିଥିଲେ ।

ବେଷ୍ଟ ଗୋଲ କିପର ଓ ବେଷ୍ଟ ଡିଫେଣ୍ଡର ଓ ହିରୋ ଅଫ୍ ଦି ମ୍ୟାଚ ର ପୁରସ୍କାର ବୁର୍ଲା ଦଳକୁ ପ୍ରଦାନ କରାଯାଇଥିବାବେଳେ , ବେଷ୍ଟ ମିଡ ବିଲଡର ଭାବରେ ସମ୍ବଲପୁର ର ଖେଳାଳି ଙ୍କୁ ପ୍ରଦାନ କରିଥିଲେ। ଏହି ସମସ୍ତ ମ୍ୟାଚକୁ ରେଫରୀ ଭାବରେ ସୁଦାମ ଜଗଦଲା, ଦୁର୍ଗାପ୍ରସାଦ ମାଝୀ, ସିଦ୍ଧାର୍ଥ ପାତ୍ର,ଜଗତ ଜଗଦଲା ପରିଚାଳନା କରିଥିବା ବେଳେ ଅଭିମନ୍ୟୁ ବଗର୍ତ୍ତି ପ୍ରତ୍ୟକ୍ଷ ଧାରା ବିବରଣୀ ପ୍ରଦାନ କରିଥିଲେ। ପ୍ରିୟବ୍ରତ ସାହୁ ଧନ୍ୟବାଦ ପ୍ରଦାନ କରିଥିବା ବେଳେ ହରିହର ପଟ୍ଟନାୟକ , ଶରତ ମହାପାତ୍ର,ସଞ୍ଜୟ ସାହୁ , ସୁବ୍ରତ ସେଠୀ, ଜ୍ୟୋତିର୍ମୟ ମିଶ୍ର,ସୁରଟିଦୀପ, ଦେବାଶିଷ ପଟ୍ଟନାୟକ ପ୍ରମୁଖ ସହଯୋଗ କରିଥିଲେ।

Leave a Reply

Your email address will not be published. Required fields are marked *

error: Content is protected !!