୧୬ତମ ସର୍ବଭାରତୀୟ ରାମଧୁନ କପ : ଭୁବନେଶ୍ବର ଜଗା ୟୁନାଇଟେଡ ସେମିରେ

ସୁବର୍ଣ୍ଣପୁର (ଶାନ୍ତନୁ କୁମାର କର୍ଣ୍ଣ) :ସୁବର୍ଣ୍ଣପୁର ଗାନ୍ଧୀ ଷ୍ଟାଡିୟମ ଠାରେ ଚାଲିଥିବା ୧୬ତମ ସର୍ବ ଭାରତୀୟ ରାମଧୂନ କପ ଫୂଟବଲ ଚାମ୍ପିୟନ ସିପ -୨୦୨୫ ର ଆଜିର ଦ୍ଵିତୀୟ ମ୍ୟାଚ ବିହାର ଦଳ ଓ ଭୁବନେଶ୍ଵର ଜଗା ୟୁନାଇଟେଡ ମଧ୍ୟରେ ଅନୁଷ୍ଟିତ ହୋଇ ଯାଇଛି l ମୁଖ୍ୟ ଅତିଥି ଭାବରେ ସୋନପୁର ଏସ ଡି ପି ଓ ଶ୍ରୀ ପ୍ରତାପ ଚନ୍ଦ୍ର ତ୍ରିପାଠୀ ଯୋଗ ଦେଇ ଆଜିର ମ୍ୟାଚ୍ କୁ ଉଦଘାଟନ କରିଥିବା ବେଳେ ସମ୍ମାନିତ ଅତିଥି ଭାବରେ ସୋନପୁର ପୌର ପରିଷଦ କାର୍ଯ୍ଯ ନିର୍ବାହୀ ଅଧିକାରୀ ଶ୍ରୀ ୠଷି ମାଝୀ, ବକ୍ସର ବିହାର ଦଳ ର ଫ୍ରାଞ୍ଚାଇଜ୍ ଚନ୍ଦ୍ରମା ମୋଟର୍ସ ପ୍ରୋପାଇଟର ଶ୍ରୀ ପ୍ରଶାନ୍ତ ବାବୁ, ଭୁବନେଶ୍ଵର ଜଗା ୟୁନାଇଟେଡ ଦଳ ର ଫ୍ରାଞ୍ଚାଇଜ୍ ବଗଳା ଜ୍ୱେଲର୍ସ ପ୍ରୋପାଇଟର ରୁପେଶ ଅଗ୍ରୱାଲା, ଟ୍ରାକ୍ଟର ଅସୋସିଏସନ୍ ସଭାପତି କୋଶୋଳେଶ୍ୱର ବହିଦାର, ଉପଦେଷ୍ଟା ବୈକୁଣ୍ଠ ଶତପଥି, ଭେଟେରାନ ଫୁଟବଲର ଆଶାରାମ ନାଏକ, ସରୋଜ ଦାଶ, ମନୋଜ୍ ବାଗ, ବିଶ୍ଵାମିତ୍ର ନାଏକ୍, ତ୍ରିଲୋଚନ ଷlଣ୍ଢ, ବାବୁଲା ବେବର୍ତ୍ତା , ପୁରୋଷୋତ୍ତମ୍ ପାଣିଗ୍ରାହି ଯୋଗ ଦେଇ ଖେଳାଳୀ ଙ୍କୁ ଉତ୍ସାହିତ କରିଥିଲେ l

ଆଜିର ଖେଳ କୁ ମୁଖ୍ୟ ରେଫରୀ ଭାବେ ସୁବ୍ରତ ପୁରୋହିତ ପରିଚାଳନା କରିଥିବା ବେଳେ ସୁଜିତ୍ ରାଜହଂସ, ଜିତୁ ପାତ୍ର ଲାଇନ୍ସ ମ୍ୟାନ ଓ ଫୋର୍ଥ ଅଫିସିଆଲ୍ ଭାବେ ସଞ୍ଜୀବ ସାହୁ ସହଯୋଗ କରିଥିଲେ l ପ୍ରବୁଦତ୍ତ କୁମ୍ଭାର୍ ଖେଳ ର ଧାରା ବିବରଣୀ ପ୍ରଦାନ କରିଥିଲେ l ମ୍ୟାନ ଅଫ ଦି ମ୍ୟାଚ୍ ଭାବେ ଭୁବନେଶ୍ଵର ଜଗା ୟୁନାଇଟେଡ ଦଳ ର ରକୀ ଓରାମ ଙ୍କୁ ପୁରସ୍କୃତ କରା ଯାଇଛି l କ୍ଲବ୍ ସଂପାଦକ ପୀୟୂଷ ପଣ୍ଡା ଙ୍କ ତାତ୍ଵା ବଧlନ ରେ ଅନୁଷ୍ଟିତ ସଭା କୁ ବିକାଶ ପଣ୍ଡା ସଂଯୋଜନା କରିଥିବା ବେଳେ ମନୋରଞ୍ଜନ ତ୍ରୀପାଠୀ ଧନ୍ୟବାଦ୍ ଅର୍ପଣ କରିଥିଲେ l ହଜାର ଦର୍ଶକ ଖେଳ କୁ ଉପଭୋଗ କରିଥିବା ବେଳେ ସୁବର୍ଣ୍ଣପୁର ର ସମସ୍ତ ଫୂଟବଲ ପ୍ରେମୀ ଓ ରାମଧୁନ କ୍ଲବ ମଝିପଡ଼ା ର ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ l

Leave a Reply

Your email address will not be published. Required fields are marked *

error: Content is protected !!