କିଟ୍ ପ୍ରତିଷ୍ଠାତାଙ୍କ ଦ୍ବାରା ସରକାରୀ ଜମି ଓ ଜଙ୍ଗଲ ଜମି ଦଖଲ ପ୍ରସଙ୍ଗରେ ଶୀଘ୍ର ପଦକ୍ଷେପ

ଭୁବନେଶ୍ୱର (ସମୀର ରଞ୍ଜନ ନାୟକ) : କିଟ୍‌ କାଣ୍ଡ କିଟ୍‌ ବିଶ୍ବ ବିଦ୍ୟାଳୟରେ ନେପାଳ ଛାତ୍ରୀ ମୃତ୍ୟୁ ମାମଲା । ଉଚ୍ଚସ୍ତରୀୟ କମିଟି ଆଗରେ ହାଜର ହେଲେ କିଟ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ । ଅଚ୍ୟୁତଙ୍କୁ ଛାତ୍ରୀ ମୃତ୍ୟୁ ମାମଲାରେ ଚାଲିଛି ପଚରାଉଚରା । ହାଜର ହେବାକୁ ଗତକାଲି ସମନ କରିଥିଲା ଉଚ୍ଚଶିକ୍ଷା ବିଭାଗ । ସମସ୍ତ ଡକ୍ୟୁମେଣ୍ଟ ସହ ହାଜର ହେବାକୁ କୁହାଯାଇଥିଲା ।ରାଜ୍ୟ ଅତିଥି ଭବନରେ ଉଚ୍ଚଶିକ୍ଷା ସଚିବ ଅରବିନ୍ଦ ଅଗ୍ରୱାଲ, ସଚିବ ଶୁଭ ଶର୍ମା, ଗୃହ ବିଭାଗ ଅତିରିକ୍ତ ଶାସନ ସଚିବ ସତ୍ୟବ୍ରତ ସାହୁ ପ୍ରମୁଖ ଉପସ୍ଥିତ ଅଛନ୍ତି । ପର୍ଯ୍ୟାୟ କ୍ରମେ ଚାଲିଛି ବୟାନ ରେକର୍ଡ ।

ଉଚ୍ଚସ୍ତରୀୟ କମିଟି ଆଗରେ ପୂର୍ବରୁ ହାଜର ହୋଇଛନ୍ତି କିଟ୍‌ର ପୂର୍ବତନ କର୍ମଚାରୀ ମଞ୍ଜୁଶା ପାଣ୍ଡେ, ଜୟନ୍ତୀ ନାଥ ସମେତ ୪ ଜଣ କର୍ମଚାରୀ ।ଶୁକ୍ରବାର କମିଟି ପାଖରେ ହାଜର ହେବାକୁ ୮ ଜଣଙ୍କୁ ନୋଟିସ୍‌ ଦିଆଯାଇଥିଲା । ତେବେ ଏହା ପୂର୍ବରୁ ଉଚ୍ଚସ୍ତରୀୟ କମିଟି ଆଗରେ କିଟ୍‌ ବିଶ୍ୱ ବିଦ୍ୟାଳୟର ଭିସି ଓ ରେଜିଷ୍ଟାର ହାଜର ହୋଇଥିଲେ । କିଟ୍‌ରେ ନେପାଳି ଛାତ୍ରୀଙ୍କ ଆତ୍ମହତ୍ୟା ପରେ ବିବାଦ ତେଜିଥିଲା । ଉଚ୍ଚସ୍ତରୀୟ ଫ୍ୟାକ୍ଟ ଫାଇଣ୍ଡିଂ କମିଟି ଗଠନ କରିଥିଲେ ରାଜ୍ୟ ସରକାର । ସେପଟେ କିଟ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କ ଦ୍ୱାରା ସରକାରୀ ଜମି ଓ ଜଙ୍ଗଲ ଜମି ଜବରଦଖଲ ପ୍ରସଙ୍ଗରେ ଆଇନ ମନ୍ତ୍ରୀ ପୃଥୀରାଜ ହରିଚନ୍ଦନଙ୍କ ପ୍ରତିକ୍ରିୟା।

ଯେଉଁଠି ଯେଉଁଠି ଜବରଦଖଲ ଅଛି, ଜବରଦଖଲମୁକ୍ତ କରିବାକୁ ରାଜସ୍ବ ବିଭାଗ ଓ ଏଇ ବିଭାଗ ପକ୍ଷରୁ ସ୍ପେଶାଲ ଡ୍ରାଇଭ୍ ପାଇଁ ଯୋଜନା ହେଉଛି ।ବହୁତ ଶୀଘ୍ର ଏନେଇ ସଂପୃକ୍ତ ବିଭାଗ ପଦକ୍ଷେପ ନେବେ। ଯେଉଁ ଜଙ୍ଗଲ ଜମି ଅବରୋଧ ହୋଇଛି, ତାହା ବ୍ୟବସାୟିକ ଉଦ୍ଦେଶ୍ୟରେ ହେଉ ବା ବେଆଇନ୍ ଭାବେ ଜବରଦଖଲ ହେଉ, ସେ ବାବଦରେ କାର୍ୟ୍ୟାନୁଷ୍ଠାନ ହେବ ବୋଲି କିଛି ଦିନ ପୂର୍ବରୁ ରାଜସ୍ୱ ମନ୍ତ୍ରୀ ବିଧାନସଭାରେ କହିଥିଲେ ଓ ଏବେ ସେନେଇ ସରକାର ପ୍ରକ୍ରିୟା ଆରମ୍ଭ କରିସାରିଥିବା ମନ୍ତ୍ରୀ କହିଛନ୍ତି।

Leave a Reply

Your email address will not be published. Required fields are marked *

error: Content is protected !!