ଭୁବନେଶ୍ୱର (ସମୀର ରଞ୍ଜନ ନାୟକ): କିଟ୍ରେ ନେପାଳୀ ଛାତ୍ରୀ ମୃତ୍ୟୁ ଘଟଣା କୁ ନେଇ ସାରା ରାଜ୍ୟ ଉଠୁଛି ପଡୁଛି। ନେପାଳୀ ଛାତ୍ରୀ ଆତ୍ମହତ୍ୟା ଘଟଣାରେ କ୍ୟାମ୍ପସରେ ସୃଷ୍ଟି ହୋଇଥିବା ଅଶାନ୍ତି ଥମିନାହିଁ।କିଟ୍ କିଟ୍ ମୁଖ୍ୟ ଫାଟକ ସାମନାରେ ପୋଲିସ୍ ଛାଉଣୀ। ୪ ପ୍ଲାଟୁନ ପୋଲିସ୍ ଫୋର୍ସ ମୁତୟନ ଅଛନ୍ତି। ଅତିରିକ୍ତ ଡିସିପିଙ୍କ ସହ ବହୁ ବରିଷ୍ଠ ଅଧିକାରୀଙ୍କୁ ନିୟୋଜିତ କରାଯାଇଛି। ଅଶାନ୍ତ ପରିସ୍ଥତିକୁ ଦୃଷ୍ଟିରେ ରଖି ପୋଲିସ୍ ମୃତୟନ ଅଛନ୍ତି। ଏହି ଘଟଣା କୁ ନେଇ ବିଭିନ୍ନ ରାଜନୀତି ଦଳ, ଛାତ୍ର ସଙ୍ଘଠନ ନ୍ୟାୟ ପାଇଁ ଅଡି ବସିଛନ୍ତି l
କିଟ୍ ପ୍ରସଙ୍ଗରେ ବରିଷ୍ଠ ନେତା ବିଜୟ ପଟ୍ଟନାୟକଙ୍କ ପ୍ରତିକ୍ରିୟା କିଟ୍ରେ ଘଟିଥିବା ଘଟଣା ଦୁର୍ଭାଗ୍ୟଜନକ କହିଲେ ବିଜୟଏହା ସାଧାରଣ ଘଟଣା ନୁହେଁ, ଓଡ଼ିଶା ବିଶ୍ବ ଦରବାରରେ ନିନ୍ଦିତ ହୋଇଛି’ନେପାଳୀ ଛାତ୍ରଙ୍କୁ ହୀନ ଦୃଷ୍ଟିରେ ଦେଖାଯାଇଛି, ରେସିଜିମ୍ ଚାଲିଛି’ପୂର୍ବ ସରକାରଙ୍କ ସମୟରେ ଅହେତୁକ ଅନୁକମ୍ପା ଦିଆଯାଇଥିଲା’ମୁଁ ମୁଖ୍ୟ ଶାସନ ସଚିବ ଥିବାବେଳେ କିଟ୍ ଜମି ଜାଲିଆତି ନେଇ ଅଭିଯୋଗ ଆସିଥିଲାଏ ନେଇ କୋର୍ଟରେ ମାମଲା ହୋଇଥିଲା ବୋଲି କହିଲେ ବିଜୟ ପଟ୍ଟନାୟକବର୍ତ୍ତମାନର ରାଜ୍ୟ ସରକାର କଠୋର ଆକ୍ସନ ନେବା ଦରକାରଯାହାଦ୍ବାରା ଆଗାମୀ ଦିନରେ ଏପରି ପୁନରାବୃତ୍ତି ହେବନାହିଁସରକାର କଲେଜକୁ କାରଣ ଦର୍ଶାଅ ନୋଟିସ୍ କରିବା ଉଚିତ୍