୧୬ ତମ ରାମଧୂନ କପ ଫୁଟବଲ ଟୁର୍ଣ୍ଣାମେଣ୍ଟ : କଟକ ସ୍ପୋର୍ଟସ ହଷ୍ଟେଲ ଫାଇନାଲ ରେ ପ୍ରବେଶ

ସୁବର୍ଣ୍ଣପୁର (ଶାନ୍ତନୁ କୁମାର କର୍ଣ୍ଣ) : ସୁବର୍ଣ୍ଣପୁର ଠାରେ ଚାଲିଥିବା ୧୬ ତମ ସର୍ବ ଭାରତୀୟ ରାମଧୁନ କପ ଫୂଟବଲ ଚାମ୍ପିୟନସିପ-୨୦୨୫ ର ଆଜି ଦ୍ଵିତୀୟ ସେମି ଫାଇନାଲ ମ୍ୟାଚ ଆୟୋଜକ ସୋନପୁର ରାମ ଧୂନ୍ କ୍ଳବ୍ ଓ କଟକ ସ୍ପୋର୍ଟସ ହଷ୍ଟେଲ ମଧ୍ୟରେ ଅନୁଷ୍ଟିତ ହୋଇ ଯାଇଛି l ଆୟୋଜକ ସୋନପୁର ରାମଧୁନ୍ କ୍ଳବ୍ ଦଳ କୁ ୩-୦ ଗୋଲ୍ ରେ ହରାଇ କଟକ ସ୍ପୋର୍ଟସ ହଷ୍ଟେଲ ଦଳ ଟୁର୍ଣ୍ଣlମେଣ୍ଟ ର ଗ୍ରାଣ୍ଡ ଫାଇନାଲ କୁ ପ୍ରଵେଶ କରିଛି l ମୁଖ୍ୟ ଅତିଥି ଭାବରେ ସୁବର୍ଣ୍ଣପୁର ଏସପି ଶ୍ରୀ ରାମ ପ୍ରସାଦ ସାହୁ ଯୋଗ ଦେଇ ଖେଳ କୁ ଉଦଘାଟନ କରି ଆୟୋଜକ ଓ ଖେଳାଳୀ ଙ୍କୁ ଉତ୍ସାହିତ କରି ଥିବା ବେଳେ ସମ୍ମାନିତ ଅତିଥି ଭାବରେ ସମସ୍ତ ମିଡିଆ ଯୋଗ ଦେଇ ଖେଳାଳୀ ଙ୍କ ସହ ପରିଚୟ ପ୍ରଦାନ କରି ଶୁଭେଛା ରଖି ଥିଲେ l

ନିମନ୍ତ୍ରିତ ଅତିଥି ଭାବରେ ପି ସି ସି ସଦସ୍ୟ ଜିତେନ୍ଦ୍ର ପଟ୍ଟନାଏକ, ସମାଜ ସେବୀ ଶ୍ରୀବତ୍ସ ମଲ୍ଲିକ, ସାମ୍ୱାଦିକ ଦିଲ୍ଲିପ ପାତ୍ର, ସ୍ବାଧିନ ମେହେର, ମୃତ୍ୟୁଞ୍ଜୟ ଶତପଥି, ବିବେକା ନନ୍ଦ ମିଶ୍ର, ରତନ ପଟ୍ଟନାୟକ , ଧରଣୀ ଧର ମିଶ୍ର, ରାଜ କିଶୋର ତ୍ରୀପାଠୀ, ସଞ୍ଜୟ ସାହୁ, ସନ୍ତୋଷ ମିଶ୍ର, ଗଣ ପତି ବାଗ, ସୁଶାନ୍ତ ସାହୁ, ସୁଶାନ୍ତ ପଣ୍ଡା, ରଂଜନ ବାରିକ୍, ଶୋଭା କେୟାର କୋ ଓନର ସୁଭାଷ ଚନ୍ଦ୍ର ପଣ୍ଡା, ସଞ୍ଜୟ ବଡ଼ ପଣ୍ଡା, ରାମ ଧୂନ୍ କ୍ଲବ ଦଳ ର ଫ୍ରାଞ୍ଚାଇଜ୍ +୨ ଅଦିତି କଲେଜ ଅଧ୍ୟକ୍ଷ ନିଶାନ୍ତ ମହାନ୍ତି ଓ କଟକ ସ୍ପୋର୍ଟସ ହଷ୍ଟେଲ ଦଳ ର ଫ୍ରାଞ୍ଚାଇଜ୍ ସଂସ୍କାର ଆଗ୍ରୋ ଏମଡି ଲୋକ ନାଥ ରଥ , ଭେଟରାନ ଫୁଟବଲ୍ ଖେଳାଳୀ ସୁଶିଲ କୁମାର ନାଏକ, ଅଖୁଜ ବକ୍ସି ଯୋଗ ଦେଇ କୃତୀ ଖେଳାଳି ଓ ମ୍ୟାନ ଅଫ ଦି ମ୍ୟାଚ୍ ଖେଳାଳୀ ଙ୍କୁ ପୁରସ୍କୃତ କରିଥିଲେ l

ଆଜିର ଖେଳ କୁ ମୁଖ୍ୟ ରେଫରୀ ସଞ୍ଜୀବ ସାହୁ, ଜିତେନ୍ଦ୍ର ଥନାପତି , ଜଗନ୍ନାଥ କହଁର, ଦିଲ୍ଲୀପ ପୁରୋହିତ ଖେଳ ପରିଚାଳନା କରିଥିଲେ l ପ୍ରବୁଦତ୍ତ କୁମ୍ଭାର ଓ ଦିଗାମ୍ବର ଶତପଥି ଖେଳ ର ପ୍ରତ୍ୟକ୍ଷ ଧାରା ବିବରଣୀ ପ୍ରଦାନ କରିଥିଲେ l ମ୍ୟାନ ଅଫ ଦି ମ୍ୟାଚ୍ ଭାବେ କଟକ ସ୍ପୋର୍ଟସ ହଷ୍ଟେଲ ଦଳ ର ୧୫ ନମ୍ୱର୍ ଖେଳାଳୀ ଧନେଶ୍ଵର ବେହେରା ଙ୍କୁ ପୁରସ୍କୃତ କରା ଯାଇଛି l କ୍ଲବ୍ ସଂପାଦକ ପୀୟୂଷ ପଣ୍ଡା ଙ୍କ ତାତ୍ଵାବଧାନ ରେ ଅନୁଷ୍ଟିତ ସଭା କୁ ବିକାଶ ପଣ୍ଡା ସଂଯୋଜନା କରିଥିବା ବେଳେ ମନୋରଞ୍ଜନ ତ୍ରୀପାଠୀ ଅତିଥି ସ୍ଵାଗତ କରିଥିଲେ l ହଜାର ଦର୍ଶକ ଖେଳ କୁ ଉପଭୋଗ କରିଥିବା ବେଳେ ସୁବର୍ଣ୍ଣପୁର ର ସମସ୍ତ ଫୂଟବଲ ପ୍ରେମୀ , ରାମଧୁନ କ୍ଲବ ମଝିପଡ଼ା ର ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ l

Leave a Reply

Your email address will not be published. Required fields are marked *

error: Content is protected !!