ଭାରତର ବିରାଟ ବିଜୟ, ପାକିସ୍ତାନ ଚାମ୍ପିଅନ୍ସ ଟ୍ରଫିରୁ ବାହାର

ନୂଆଦିଲ୍ଲୀ : ଦୂବାଇ ଇଣ୍ଟରନ୍ୟାଶନାଲ କ୍ରିକେଟ ଷ୍ଟାଡିୟମରେ ଭାରତ ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନକୁ ୬ ଉଇକେଟରେ ପରାସ୍ତ କରିଛି। ୨ଟି ମ୍ୟାଚରୁ ଦ୍ୱିତୀୟ ବିଜୟ ସହ ସେମିଫାଇନାଲରେ ପ୍ରବେଶ କରିଛି ଭାରତ। ଗ୍ରୁପ୍ ଏରେ ଭାରତ ଏବଂ ପାକିସ୍ତାନଙ୍କ ସହ ବାଂଲାଦେଶ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟ ଅନ୍ତର୍ଭୁକ୍ତ। ଏହି ମ୍ୟାଚ୍ ପୂର୍ବରୁ ଚାମ୍ପିଅନ୍ସ ଟ୍ରଫିର ପଏଣ୍ଟ ଟେବୁଲରେ ଭାରତ ଦ୍ୱିତୀୟ ସ୍ଥାନରେ ରହିଥିଲା। ପାକିସ୍ତାନକୁ ପରାସ୍ତ କରିବା ପରେ ଭାରତ ପଏଣ୍ଟ ଟେବୁଲରେ ଶୀର୍ଷରେ ରହିଛି। ଭାରତ ଉଭୟ ମ୍ୟାଚ୍ ଜିତିଛି।

କ୍ରମାଗତ ଦ୍ୱିତୀୟ ପରାଜୟ ସହ ପାକିସ୍ତାନ କ୍ରିକେଟ୍ ଦଳ ପଏଣ୍ଟ ଟେବୁଲର ନିମ୍ନରେ ପହଞ୍ଚିଛି। ବର୍ତ୍ତମାନ ପାକିସ୍ତାନ ପ୍ରାୟ ଚାମ୍ପିଅନ୍ସ ଟ୍ରଫି- 2025 ରୁ ବାଦ ପଡିଛି। ଯଦି ପରବର୍ତ୍ତୀ ମ୍ୟାଚରେ ନ୍ୟୁଜିଲ୍ୟାଣ୍ଡ ବାଂଲାଦେଶକୁ ପରାସ୍ତ କରେ ତେବେ ପାକିସ୍ତାନ ଆନୁଷ୍ଠାନିକ ଭାବେ ଚାମ୍ପିଅନ୍ସ ଟ୍ରଫିରୁ ବାଦ ପଡିବ। ୨୦୧୭ ଚାମ୍ପିଅନ୍ସ ଟ୍ରଫି ଫାଇନାଲ୍‌ ପରାଜୟର ପ୍ରତିଶୋଧ ନେଲା ରୋହିତ ବାହିନୀ । 6 ଓ୍ବିକେଟରେ ପାକିସ୍ତାନକୁ ହରାଇ ବିଜୟ ମୁକୁଟ ପିନ୍ଧିଲା ଇଣ୍ଡିଆ ଟିମ୍ । ଦ୍ଵିତୀୟ ବିଜୟ ହାସଲ କରିବା ସହ ଚାମ୍ପିଅନ୍ସ ଟ୍ରଫି ୨୦୨୫ର ସେମି ଫାଇନାଲ୍‌ରେ ପ୍ରବେଶ କରିଛି ।

ଚାମ୍ପିଅନ୍ସ ଟ୍ରଫି 2025 ପଏଣ୍ଟ ଟେବୁଲ୍ (ଗ୍ରୁପ୍ ଏ)

1- ଭାରତ

ମ୍ୟାଚ୍- 2

ବିଜୟ- 2

ପରାଜୟ- 0

ନେଟ୍ ରନ୍ ହାର- +0.647

ଅଙ୍କ- 4

2- ନ୍ୟୁଜିଲ୍ୟାଣ୍ଡ

ମ୍ୟାଚ୍ -1

ବିଜୟ- 1

ପରାଜୟ- 0

ନେଟ୍ ରନ୍ ହାର- +1.200

ଅଙ୍କ- 2

3-ବାଂଲାଦେଶ

ମ୍ୟାଚ୍ -1

ବିଜୟ- 0

ପରାଜୟ- 1

ନିଟ୍ ରନ୍ ହାର- -0.408

ଅଙ୍କ- 0

4- ପାକିସ୍ତାନ

ମ୍ୟାଚ୍- 2
ବିଜୟ- 0
ପରାଜୟ- 2
ନେଟ୍ ରନ୍ ହାର- -1.087
ଅଙ୍କ- 0

Leave a Reply

Your email address will not be published. Required fields are marked *

error: Content is protected !!