ମେଧା ବୃତ୍ତି ପରୀକ୍ଷାରେ କାଟେସାହି ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିରର ଛାତ୍ରଛାତ୍ରୀଙ୍କ ସଫଳତା

କେନ୍ଦୁଝର/ଚମ୍ପୁଆ (ପ୍ରଦୀପ କୁମାର ମହାନ୍ତ) : ଚମ୍ପୁଆ ଉପଖଣ୍ଡର ଯୋଡ଼ା ବ୍ଲକ ୩ୟ ଓ ପଞ୍ଚମ ଶ୍ରେଣୀ ସରକାରୀ ମେଧା ବୃତ୍ତି ପରୀକ୍ଷାରେ କାଟେସାହି ଶିଶୁ ବିଦ୍ୟାମନ୍ଦିର ପ୍ରତିବର୍ଷ ପରି ଏବର୍ଷ ମଧ୍ୟ ତାଙ୍କ ସଫଳତାର ଶ୍ରେୟ ବଜାୟ ରଖିଛନ୍ତି।ଏ ବର୍ଷ ମଧ୍ୟ ବିଦ୍ୟାଳୟ ର ୪ ଜଣ ଛାତ୍ରଛାତ୍ରୀ କୃତିତ୍ଵ ହାସଲ କରି ବିଦ୍ୟାଳୟର ସୁନାମ ଅର୍ଜନ କରିବା ସହ ନିଜ ର ଦକ୍ଷତା ପ୍ରଦର୍ଶିତ କରି ସଫଳତା ହାସଲ କରିଛନ୍ତି। ଯୋଡ଼ା ବ୍ଲକ ସ୍ତର ରେ ତୃତୀୟ ଶ୍ରେଣୀର ଶ୍ରୀ ସାଇ ବିଭୁତି ଦେବତା ୨ୟ ସ୍ଥାନ ଅଧିକାର କରିଥିବାବେଳେ ଶ୍ରୀ ସାହିର କୁମାର ସାହୁ ୪ର୍ଥ ସ୍ଥାନ ଅଧିକାର କରିଛନ୍ତି। ସେହିପରି ପଞ୍ଚମ ଶ୍ରେଣୀ ସରକାରୀ ମେଧା ବୃତ୍ତି ପରୀକ୍ଷାରେ କ୍ଷୀରୋଦ ଆପଟ ଓ ଯୋଜନିକା ମହାନ୍ତ କୃତିତ୍ୱ ହାସଲ କରିଛନ୍ତି।

କାଟେସାହି ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର ର ପ୍ରଧାନ ଆଚାର୍ଯ୍ୟ ଶ୍ରୀ ଯୁକ୍ତ ନରେଶ ମହାନ୍ତ ଓ ସମସ୍ତ ଗୁରୁଜୀ, ଗୁରୁମା କୃତିତ୍ୱ ହାସଲ କରିଥିବା ଛାତ୍ର ଛାତ୍ରୀ ମାନଙ୍କୁ ସ୍ଵାଗତ ସମ୍ବର୍ଦ୍ଧନା ଜ୍ଞାପନ କରିବା ସହ ତାଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରି ଆଶିର୍ବାଦ ପ୍ରଦାନ କରିଛନ୍ତି ।ପ୍ରତି ବର୍ଷ ବିଦ୍ୟାଳୟ ର ଏଭଳି କୃତିତ୍ୱ ଓ ସଫଳତା ପାଇଁ ବିଦ୍ୟାଳୟ କର୍ତ୍ତୃପକ୍ଷ ଓ ଆଖପାଖ ଅଞ୍ଚଳବାସୀଙ୍କ ମଧ୍ୟ ଶୁଭେଚ୍ଛା ର ସୁଅ ଛୁଟିବା ସହ ବିଦ୍ୟାଳୟ ର ସମସ୍ତ ଗୁରୁଜୀ ଗୁରୁମା ମାନଙ୍କୁ ଏହାର ଶ୍ରେୟ ଦେଇଛନ୍ତି। ସମସ୍ତ ଗୁରୁଜୀ ଗୁରୁମା ମାନଙ୍କ ଅକ୍ଳାନ୍ତ ପରିଶ୍ରମ ବଳରେ ଏହା ପ୍ରତିବର୍ଷ ସମ୍ଭବ ହୋଇପାରୁଛି ବୋଲି ବିଦ୍ୟାଳୟର ସଭାପତି ଶ୍ରୀମତୀ ସୁକାନ୍ତି ବାରିକ ଓ ସମ୍ପାଦକ ଧବଳେଶ୍ଵର ନାଏକ ମତପ୍ରକାଶ କରିଛନ୍ତି।

Leave a Reply

Your email address will not be published. Required fields are marked *

error: Content is protected !!