ରାଜ୍ୟର ବିଭିନ୍ନ ଶୈବପୀଠରେ ଧୂମ୍ ଧାମରେ ପାଳିତ ହେଉଛି ମହା ଶିବରାତ୍ରୀ

ଭୁବନେଶ୍ୱର:(ସମୀର ରଞ୍ଜନ ନାୟକ )ଶିବରାତ୍ରୀ ପାଇଁ ରାଜଧାନୀ ଭୁବନେଶ୍ୱରରେ ଟ୍ରାଫିକ କଟକଣା ଜାରି ହୋଇଛି। ଜାଗର ପାଇଁ ଲିଙ୍ଗରାଜ ମନ୍ଦିରରେ ଭିଡ଼ ଜମିବା ନେଇ କମିଶନରେଟ୍ ପୋଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି।ମହାଶିବରାତ୍ରୀ ନେଇ ଗତ ମଙ୍ଗଳବାର ଦିନ ଲିଙ୍ଗରାଜ ମନ୍ଦିର କାର୍ଯ୍ୟାଳୟରେ ଏକ ପ୍ରସ୍ତୁତି ବୈଠକ ବସିଥିଲା। ଏଥିରେ ଭୁବନେଶ୍ୱରର ଶ୍ରୀଲିଙ୍ଗରାଜ ମନ୍ଦିରରେ ପାଳନ ହେବାକୁ ଥିବା ମହାଶିବରାତ୍ରି ପୂର୍ବ ସନ୍ଧ୍ୟାରେ ଯାନବାହାନ ଚଳାଚଳ ସୁଗମ କରିବା, ଭିଡ଼ ନକରିବା ଏବଂ ପଦଯାତ୍ରୀଙ୍କ ପାଇଁ କୌଣସି ବାଧା ନସୃଷ୍ଟି କରିବା ପାଇଁ କେତେକ ନିୟମାବଳୀ ଲାଗୁ କରାଯାଉଛି। ଏହି ନିୟମାବଳୀ ୨୫ ଫେବ୍ରୁଆରି ୨୦୨୫ ମଧ୍ୟରାତ୍ରରୁ କାର୍ଯ୍ୟକାରୀ ହେବ ବୋଲି କମିଶେନରେଟ୍ ପୋଲିସ ଏକ ବିଜ୍ଞପ୍ତିରେ କହିଛି।

ରଥ ରୋଡ ଏବଂ ପୁନାମା ଗେଟ ପାର୍ଶ୍ୱରୁ ଲିଙ୍ଗରାଜ ମନ୍ଦିରକୁ ଆସୁଥିବା ଯାନବାହନଗୁଡ଼ିକ ବଢ଼େଇବାଙ୍କ ଛକରୁ ବିଏମ୍ ହାଇସ୍କୁଲ ପଡ଼ିଆ ଆଡ଼କୁ ପାର୍କିଂ ପାଇଁ ଡାଇଭର୍ଟ କରାଯିବ। ଏହି ସମୟ ମଧ୍ୟରେ ରଥ ରୋଡରେ କୌଣସି ଭାରି ଯାନ ଚଳାଚଳ କରିପାରିବ ନାହିଁ।ସୁରକ୍ଷା ଦୃଷ୍ଟିରୁ ସ୍ଵତନ୍ତ୍ର ଭାବେ ସିସି ଟିଭିର ବ୍ୟବସ୍ଥା ହେବ । ଶ୍ରଦ୍ଧାଳୁମାନେ ମନ୍ଦିରକୁ କେଉଁ ବାଟେ ଆସିବେ । ସେବାୟତଙ୍କ ପରିବାର କେଉଁ ବାଟେ ମନ୍ଦିର ଭିତରକୁ ପ୍ରବେଶ କରିବେ । ପାସଧାରୀ ଭିଆଇପି ଆସିବେ। ସେଥିପାଇଁ କ୍ରିୟାନ୍ବୟନ ପ୍ରକ୍ରିୟା ଆରମ୍ଭ ହୋଇଛି ।ସେହିପରି ଭଦ୍ରକ ଜିଲ୍ଲା ଆରଡ଼ି ଆଖଣ୍ଡଳମଣି ପୀଠରେ ମହା ଶିବରାତ୍ରିକୁ ଯାକଜାମକରେ ପାଳନ କରିବାକୁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଜିଲ୍ଲା ପ୍ରଶାସନ ଓ ସେବାୟତ ମାନେ ପ୍ରସ୍ତୁତିରେ ଲାଗି ପଡିଛନ୍ତି ।

Leave a Reply

Your email address will not be published. Required fields are marked *

error: Content is protected !!