ଶ୍ରୀରାମେଶ୍ବର ଶୈବପୀଠ ଠାରେ ୩୬ ତମ ସାମୁହିକ ବ୍ରତପୋନୟନ ଉତ୍ସବ

ସୁବର୍ଣ୍ଣପୁର (ଶାନ୍ତନୁ କୁମାର କର୍ଣ୍ଣ) : ପବିତ୍ର ମହା ଶିବରାତ୍ରୀ ସୁବର୍ଣ୍ଣପୁର ର ପ୍ରସିଦ୍ଧ ଶ୍ରୀ ରାମେଶ୍ବର ଶୈବପୀଠ ଠାରେ ଆଜି ଏକ ସାମୂହିକ ବ୍ରତପୋନୟନ ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି। ଦୀର୍ଘ ୩୬ ବର୍ଷ ଧରି ପାଳିତ ହୋଇ ଆସୁଥିବା ଏହି ଉତ୍ସବର ସମସ୍ତ ଆୟୋଜନ ଓ ତଦାରଖର ଦାୟିତ୍ୱ ସୁବର୍ଣ୍ଣପୁର ର ବିଶିଷ୍ଟ ସମାଜସେବୀ ଶ୍ରୀବତ୍ସ ମଲ୍ଲିକ ଓ ତାଙ୍କ ଧର୍ମ ପତ୍ନୀ ମୈଥିଳୀ ମଲ୍ଲିକ ନେଇ ଆସୁଛନ୍ତି। ପ୍ରତିବର୍ଷ ବିଭିନ୍ନ ଅଞ୍ଚଳର ଗରିବ ବ୍ରାହ୍ମଣ ପରିବାରର ପିଲାମାନଙ୍କୁ ମାଗଣାରେ ବ୍ରତ କରାଯାଉଥିବା ବେଳେ ଚଳିତ ବର୍ଷ ୨୦୨୫ ରେ ୧୨ ଜଣ ଗରିବ ପରିବାର ର ପିଲାମାନଙ୍କୁ ସାମୂହିକ ବ୍ରତ କରାଯାଇଛି।

ପୁରୀ ଶ୍ରୀ ରାମଜୀ ମଠ ର ମହନ୍ତ ବଂଶୀଧର ଦାଶ ଜୀ ମହାରାଜ ଯୋଗଦେଇ ଏହି ବାଳ ବ୍ରହ୍ମଚାରୀଙ୍କୁ ଶୁଭେଚ୍ଛା ଆଶୀର୍ବାଦ ପ୍ରଦାନ କରି ନିଃସହାୟ ବ୍ରାହ୍ମଣ ପିଲାମାନଙ୍କ ସାମୂହିକ ବ୍ରତ ପାଳନ ହିଁ ଅସଲ ମାନବୀୟ ଧର୍ମ ବୋଲି ମତରଖି ଏହି ଉତ୍ସବର ଆୟୋଜକ ମଲ୍ଲିକଙ୍କ ବଦାନ୍ୟତା ଓ ମହାନତାକୁ ପ୍ରଶଂସା କରିଥିଲେ । ଓଡ଼ିଶା ହାଇକୋର୍ଟର ପ୍ରାକ୍ତନ ବିଚାରପତି ଚିତ୍ତରଞ୍ଜନ ଦାଶ,ଜିଲ୍ଲା ଯୋଗାଣ ଅଧିକାରୀ,ଅଗ୍ନିଶମ ବାହିନୀ ଅଧିକାରୀ, ନୂତନ ଭାରପ୍ରପ୍ତ ଥାନା ଅଧିକାରୀ ଙ୍କ ସମେତ ସହର ତଥା ଜିଲ୍ଲା ର ବହୁ ବୁଦ୍ଧିଜୀବୀ, ସାମ୍ବାଦିକ, ସମାଜସେବୀ ଓ ହଜାର ହଜାର ଭକ୍ତ ଶ୍ରଦ୍ଧାଳୁ ଏଠାରେ ଯୋଗଦାନ କରି ବାଳ ବ୍ରହ୍ମଚାରୀ ମାନଙ୍କୁ ଆଶୀର୍ବାଦ କରି ସାମୁହିକ ପ୍ରସାଦ ସେବନ କରିଥିଲେ।

ପଣ୍ତିତ ବେଦ ବ୍ୟାସ ମିଶ୍ର, କାଳୀ ଚରଣ ମିଶ୍ର, ଆଶିଷ କୁମାର ମିଶ୍ର, ରାମା ନୂଜ ପୁଝାରୀ, ଆନନ୍ଦ ପୁଜାରୀ, ବିଦେଶୀ ବାବୁ,ବାସୁଦେବ ଶତପଥି, ନୀଳମଣି ଓତା, ଟଙ୍କଧର ମିଶ୍ର, ରାଧେଶ୍ୟାମ ପୁରୋହିତ ପ୍ରମୂଖ ପଣ୍ଡିତ ଏହି ବ୍ରତପୋନୟନ ଯଜ୍ଞ ର ଦାୟିତ୍ବ ତୁଲାଇ ଥିବା ବେଳେ ୧୨ ଜଣ ବ୍ରାହ୍ମଣ ବ୍ରତଧାରୀ ଏହି ଯଜ୍ଞ ଉତ୍ସବ ରେ ସାମିଲ ରହିଥିବା ବିଷୟ ଆୟୋଜକ ଶ୍ରୀବତ୍ସ ମଲ୍ଲିକ ମତ ରଖିଥିଲେ l ଏହି କାର୍ଯ୍ୟକ୍ରମ ତଥା ଅତିଥି ସେବା ରେ ସମାଜ ସେବୀ ବୈକୁଣ୍ଠ ଶତପଥି, ମନୋରଞ୍ଜନ ତ୍ରୀପାଠୀ , ସଞ୍ଜୟ ସାହୁ, ଜୟ କୁମାର ମହଲା, ପ୍ରହଲ୍ଲାଦ ମଲ୍ଲିକ, ସାମ୍ୱାଦିକ ରଞ୍ଜନ ବାରିକ, କୋଶଳ ଆବାସିକ ବିଦ୍ୟାଳୟ ର ଛାତ୍ର ପ୍ରମୁଖ ସହଯୋଗ କରିଥିଲେ lରିପୋର୍ଟ -ଶାନ୍ତନୁ କୁମାର କର୍ଣ୍ଣ

Leave a Reply

Your email address will not be published. Required fields are marked *

error: Content is protected !!