ବାଲେଙ୍କେଶ୍ଵର ମାହାଦେବଙ୍କ ପ୍ରତିଷ୍ଠା ଦିବସର ଅନ୍ତିମ ଦିନ।

ରାୟଗଡ଼ (ଗୋପୀନାଥ ଗୌଡ଼): ଶ୍ରୀଶ୍ରୀ ବାଲୁଙ୍କେଶ୍ଵର ମହାଦେବଙ୍କ ମନ୍ଦୀର ପ୍ରତିଷ୍ଠା ଉତ୍ସବ ଅନ୍ତିମ ଦିନରେ ନୂତନ ବିଗ୍ରହ ଗୁଡ଼ିକ ପ୍ରାଣ ପ୍ରତିଷ୍ଠା, ସିଂହାସନ ରୁଢ଼, ଧ୍ଵଜ ସ୍ଥାପନ ତ୍ରିଶୂଳ ପ୍ରତିଷ୍ଠା, ସୂର୍ଯ୍ୟ ପୂଜା, ବାଲୁଙ୍କେଶ୍ଵର ମହାଦେବଙ୍କର ରୁଦ୍ରାଭିଶେକ ହୋଇଥିଲା। ବିଭିନ୍ନ ଦେବାଦେବୀଙ୍କ ସହିତ ମଣ୍ଡଳ ଗୁଡିକରେ ପୂଜାର୍ଚ୍ଚନା ହୋଇଥିଲା। ଅପରାହ୍ନରେ ମନ୍ଦିର ଉପରେ କଳସ ଓ ତ୍ରିଶୂଳ ସ୍ଥାପନ କରଯାଇଥିଲା। ଏହାପରେ ଯଜ୍ଞରେ ହୋମାଦି କର୍ମ ଅନୁଷ୍ଟିତ ହୋଇ ତତପଶ୍ଚାତ କର୍ତ୍ତା ମାନଙ୍କର ପୁନଃ ବିବାହ କାର୍ଯ୍ୟ ସମ୍ପାଦନ ହୋଇଥିଲା।


ଅଗ୍ନିଙ୍କର ଘୃତ ହବିସେକ ହୋଇଥିଲା। ଏବଂ ସଂଧ୍ୟା ୭.୩୦ ମିନିଟ ସମୟରେ ପୂର୍ଣ୍ଣାହୁତି ହୋଇ ଯଜ୍ଞ ଶେଷ ହୋଇଥିଲା। ହୋମ ଯଜ୍ଞ କାର୍ଯ୍ୟକ୍ରମରେ ଗଞ୍ଜାମରୁ ଆସିଥିବା ନୀଳ ମାଧବ ତ୍ରିପାଠୀ ଏବଂ ତାଙ୍କ ସହଯୋଗି ମାନଙ୍କ ଦ୍ଵାରା ସୁରୁଖୁରୁରେ ସମାପନ ହୋଇଥିଲା।
ସ୍ଥାନୀୟ ଅଂଚଳର ରାଜ୍ ପୁରୋହିତ ବିରଞ୍ଚି ନାରାୟଣ ଦାସ, ବ୍ରଜ କିଶୋର ତ୍ରିପାଠି, ବାବୁନା ମିଶ୍ର, କୃଷ୍ଣ ଚନ୍ଦ୍ର ଦାସ ପ୍ରମୁଖ ଯଜ୍ଞରେ ସହୋଜଗ କରିଥିଲେ। ହଜାର ହଜାର ଶ୍ରଦ୍ଧାଳୁ ମାନଙ୍କ ପାଇଁ ଅନ୍ନ ପ୍ରସାଦ ସେବନର ବ୍ୟବସ୍ଥା ମଧ୍ଯ ହୋଇଥିଲା।


ଏହି ପବିତ୍ର କାର୍ଯ୍ୟରେ ବିଭିନ୍ନ ସ୍ବେଛାସେବୀ ସଂଗଠନ ଓ ଶ୍ରଦ୍ଧାଳୁ ମାନେ ଓ ସ୍ଥାନୀୟ ଲୋକ ସହୋଜୋଗ କରିଥିଲେ। ମନ୍ଦିର ପରିସର ମଧ୍ୟରେ ଚାଲିଥିବା ୨୪ପ୍ରହର ନାମ ସଙ୍କୀର୍ତ୍ତନ ମଧ୍ୟ ଆଜି ନଗର ପରିକ୍ରମା କରି କାର୍ଯକ୍ରମ ଶେଷ ହୋଇଥିଲା। ଉକ୍ତ କାର୍ଯ୍ୟକ୍ରମ ପରିଚାଳନାରେ ମଙ୍ଗ ଧରିଥିଲେ ମନ୍ଦିର ସଭାପତି ଝୁନା ପଣ୍ଡା। ତାଙ୍କୁ କାର୍ଯ୍ୟରେ ସମ୍ପୂର୍ଣ୍ଣ ସହୋଜଗ କରିବା ନିମନ୍ତେ, ରଞ୍ଜନ ରଥ, ବାପି ତ୍ରିପାଠି, ସତ୍ୟବାଦି ପତି, ଅଜିତ୍ ଦାସ, ଲୁଲୁ ପଣ୍ଡା, ଅଜିତ ପଣ୍ଡା, ଅଜୟ ରଥ, ସତ୍ୟ ପାଢ଼ୀ, ବୁଲା ପାଢ଼ୀ, ପାପୁନି ନନ୍ଦ ପ୍ରମୁଖ ଉପସ୍ଥିତ ଥିଲେ।
ଏହି ପବିତ୍ର ଯଜ୍ଞ ରାୟଗଡ଼ ବାସୀଙ୍କ ସହଯୋଗ ଓ ଶୁଭ କାମନା ଦ୍ଵାରା ସମାପନ ହୋଇଛି ଏଥିପାଇଁ ସମସ୍ତଙ୍କୁ ଧନ୍ୟବାଦ୍ ଅର୍ପଣ କରିଛନ୍ତି ମନ୍ଦିର ମୁଖ୍ୟ ପୂଜକ ଶ୍ରୀ ପ୍ରଦୀପ ରଣା।

Leave a Reply

Your email address will not be published. Required fields are marked *

error: Content is protected !!