ଉଦ୍ୟାନ କୃଷି ଉପନିର୍ଦ୍ଦେଶକଙ୍କ ଉପରେ ଆକ୍ରମଣକୁ ନିନ୍ଦା କରିଛନ୍ତି ବୁଦ୍ଧିଜିବୀ।

ରାୟଗଡ଼ (ଗୋପୀନାଥ ଗୌଡ଼): ଜିଲ୍ଲା ଉଦ୍ୟାନ କୃଷି ଉପ ନିର୍ଦ୍ଦେଶକଙ୍କୁ ଆକ୍ରମଣ ଘଟଣା ତୀବ୍ର ନିନ୍ଦା କରିଛନ୍ତି ବୁଦ୍ଧିଜିବି। ଉଦ୍ୟାନ କୃଷି ଉପନିର୍ଦ୍ଧେଶକ ଡ଼ଃ ଦୟାନିଧି ରାଉତଙ୍କୁ ମଙ୍ଗଳବାର ଦିନ ସନ୍ଧ୍ୟାରେ ଦୁଇଜଣ ଅଜଣା ଦୃବୁର୍ତ୍ତ ମାଡ଼ ମାରିଥିବା ନେଇ ରାୟଗଡ଼ ଥାନାରେ ଅଭିଯୋଗ କରିଛନ୍ତି। ଏ ନେଇ ରାୟଗଡ଼ ଥାନାରେ ଏକ ଲିଖିତ ଅଭିଯୋଗ କରିଥିବା ଥାନା ଆଇ.ଆଇ.ସି କମଳାକାନ୍ତ ବସନ୍ତ କୁମାର କହଁର ସୁଚନା ଦେଇଛନ୍ତି। ଘଟଣାକୁ ନେଇ ମିଳିଥିବା ସୁଚନା ମୁତାବକ ଉଦ୍ୟାନ କୃଷି ଉପନିର୍ଦ୍ଦେଶକ ଶ୍ରୀ ରାଉତ ମଙ୍ଗଳବାର ଦିନ ସନ୍ଧ୍ୟାରେ ନିଜ ଅଫିସ୍ କାମ ସାରି ଘରକୁ ଫେରିବା ବାଟରେ ଦୁବୃର୍ତ୍ତ ତାଙ୍କୁ ଅଟକାଇ ସ୍କୁଟିରେ ବସି ରାଣିଗୁଡ଼ା ଫାର୍ମରେ ଥିବା ଏଚପି ଗ୍ୟାସ ଗୋଦାମ ନିକଟରେ ଅହ୍ଲାଇ ଥିଲେ।

ସେଠାରେ ସେମାନେ ଶ୍ରୀ ରାଉତଙ୍କୁ ଅସଭ୍ୟ ଭାଷାରେ ଗାଳିଗୁଲଜ କରିବା ସହ ଆମେ କହିବା କଥା କାହିଁକି ଶୁଣୁ ନାହୁଁ ଆମେ କହିବାନୁଯାୟୀ କାହିଁକି ବଦଳି କରାଯାଉ ନାହିଁ ବୋଲି ପ୍ରଶ୍ନ କରି ନିର୍ଦ୍ଧୁମ ମାଡ଼ ମାରି ଥିଲେ । ଅଭିଯୋଗକୁ ଭିତ୍ତିକରି ପୁଲିସ୍ ତଦନ୍ତ ଜାରି ରଖିଥିବା ଥାନା ଆଇଆଇସି ଶ୍ରୀ କହଁର ପ୍ରକାଶ କରିଛନ୍ତି। ତେବେ ବିଭିନ୍ନ ମହଲରୁ ଏହିଭଳି ଘଟଣାକୁ ନିନ୍ଦା କରଯାଇଛି ସ୍ଥାନୀୟ ଅଞ୍ଚଳର ମଧ୍ୟ ବୁଦ୍ଧିଜୀବୀ ତୀବ୍ର ନିନ୍ଦା କରିବା ଦେଖିବାକୁ ମିଳିଛି। ସରକାରି ନିୟମ ମାନି କାର୍ଯ୍ଯ କରିବୁ ନା ଯିଏ ଯାହା କହିବ ସେୟା ମାନି କାର୍ଯ୍ଯ କରିବୁ ବୋଲି ଚିନ୍ତା ବ୍ୟକ୍ତ କରିଛନ୍ତି। ନିଜ କାର୍ଯ୍ୟ ସାରି ଘରକୁ ଫେରିବା ବାଟରେ ଯଦି ଆମେ ସୁରକ୍ଷିତ ନୁହଁନ୍ତି, ତେବେ ସାଧାରଣ ଲୋକଙ୍କ କଥା କଣ କୁହାଯାଇ ପାରିବ ବୋଲି ଶ୍ରୀ ରାଉତ କ୍ଷଭ ପ୍ରକାଶ କରିଛନ୍ତି।

Leave a Reply

Your email address will not be published. Required fields are marked *

error: Content is protected !!