ଭାରତୀୟ ମଜଦୂର ସଂଘ ପକ୍ଷରୁ ପ୍ରଧାନମନ୍ତ୍ରୀ ଏବଂ ମୂଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବି ପତ୍ର ପ୍ରଦାନ

ରାୟଗଡ଼ା (ଗୋପୀନାଥ ଗୌଡ଼) : ଭାରତୀୟ ମଜଦୂର ସଂଘ ର କେନ୍ଦ୍ରୀୟ ସଂଗଠନ ନିଷ୍ପତ୍ତି କ୍ରମେ ଭାରତର ସମସ୍ତ ଜିଲ୍ଲାପାଳଙ୍କ ଜରିଆରେ ମାନ୍ୟବର ପ୍ରଧାନମନ୍ତ୍ରୀ ଏବଂ କେନ୍ଦ୍ର ଅର୍ଥମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରାଯାଇଛି। ଏହି ଅବସରରେ ରାୟଗଡ଼ା ଜିଲ୍ଲା ସମ୍ପାଦକ ଶ୍ରୀ ଗଣେଶ କୁମାର ସାହୁଙ୍କ ନେତୃତ୍ୱରେ ରାୟଗଡ଼ା ଠକର ବାପା ଆଶ୍ରମ ଠାରୁ ଏକ ବିରାଟ ଶୋଭାଯାତ୍ରାରେ ବାହାରି ସହରର ମୂଖ୍ୟ ରାସ୍ତା ଦେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚି ବିକ୍ଷୋଭ ପ୍ରଦର୍ଶନ କରିବା ସହ ମାନ୍ୟବର ପ୍ରଧାନମନ୍ତ୍ରୀ , କେନ୍ଦ୍ର ଅର୍ଥମନ୍ତ୍ରୀ ଏବଂ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ୮ ଦଫା ଦାବି ପତ୍ର ଜିଲ୍ଲାପାଳ ଶ୍ରୀ ନବୀନ ଚନ୍ଦ୍ର ନାୟକଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ। ଏହା ସହ ଜିଲ୍ଲାରେ କାର୍ଯ୍ୟରତ ଅଙ୍ଗନୱାଡ଼ି ଏବଂ ହେଲପର ମାନଙ୍କର ବିଭିନ୍ନ ସମସ୍ୟାକୁ ନେଇ ୮ ଦଫା ଦାବି ପତ୍ର ଡିଏସଡାବ୍ଳ ଶ୍ରୀମତୀ ମୀନତି ଦେଓଙ୍କୁ ଦାବି ପତ୍ର ପ୍ରଦାନ କରିଥିଲେ।

ଦାବି ପତ୍ର ପ୍ରଦାନ ସମୟରେ ମୂଖ୍ୟ ଅତିଥି ଭାବେ ଶ୍ରମିକ ନେତା ତଥା ଭାରତୀୟ ମଜଦୂର ସଂଘ ର ରାଜ୍ୟ ଉପସଭାପତି ଶ୍ରୀ ଯୋଗେଶ୍ଵର ଦାସ , ସମ୍ମାନୀୟ ଅତିଥି ଭାବେ ମହନ ରାଓ ମାଝୀ , ଶ୍ରୀମତୀ ଜୟନ୍ତୀ ପଦ୍ମାଳୟା ସାହୁ , ଶ୍ରୀମତୀ ଉଷା ରାଣୀ ଦାଶ , କିଶୋର କୁମାର ସାହୁ , ଦୂର୍ଗା ମାଧବ ଘୋଷ , ଯୋଗ ଦେଇଥିଲେ।ଦେଶରେ ବର୍ତ୍ତମାନ, ପ୍ରାୟ ୭୬ ଲକ୍ଷ ରୁ ଉର୍ଦ୍ଧ EPS-୯୫ ଅନ୍ତର୍ଗତ ପେନସନଭୋଗୀ ଅଛନ୍ତି ଯେଉଁମାନଙ୍କୁ ସର୍ବନିମ୍ନ ₹୧୦୦୦/- ପେନସନ ମିଳୁଛି। ଗତ ତିନି ବର୍ଷ ଧରି ଭାରତୀୟ ମଜଦୂର ସଂଘ EPS-୯୫ ଅନୁର୍ଗତ ସର୍ବନିମ୍ନ ପେନସନକୁ ₹1000/- ରୁ ₹5000/- କୁ ବୃଦ୍ଧି କରିବା ସହିତ ମହଙ୍ଗା ଭତ୍ତା (VDA) ସହିତ ଯୋଡ଼ିବା ପାଇଁ ଦାବି କରିଆସୁଛି ।

ଏଥି ସହିତ, ଜୀବନ ବୀମା ନିଗମରେ ଶତପ୍ରତିଶତ ବିଦେଶୀ ପୁଞ୍ଜି ବିନି ଯୋଗକୁ ଅନୁମତି ଦେଇ ଏହା ସାଧାରଣ ସମ୍ପତ୍ତି ବିକ୍ରୟ ପାଇଁ ରାସ୍ତା ଖୋଲିବା ଅତ୍ୟନ୍ତ ଭୁଲ ନିଷ୍ପତ୍ତି ବୋଲି ବିଏମଏସ ଅନୁଭବ କରୁଛି। ସରକାରଙ୍କ ଏହି ପଦକ୍ଷେପ ଆତ୍ମନିର୍ଭରଶୀଳ ଭାରତର ଅବଧାରଣା ନଷ୍ଟ କରୁଛି। ତେଣୁ ଇପିଏସ୍ 95 ଅନୁଯାୟୀ ସର୍ବନିମ୍ନ ପେନ୍ସନ୍ ₹5 ହଜାର ପ୍ରଦାନ କରାଯିବା ସହିତ ମହାଙ୍ଗାଭତ୍ତା ସହିତ ଯୋଡ଼ା ଯାଉ, ଇପିଏଫ୍ ର ବେତନ ସୀମା ପୁନଃ ନିର୍ଦ୍ଧାରଣ କରାଯାଇ 15 ହଜାରରୁ ରୁ 30 ହଜାରକୁ ବୃଦ୍ଧି ସହିତ ESIC ର ବେତନ ସୀମା 21ହଜାର ରୁ 42 ହଜାର ଟଙ୍କାକୁ ବୃଦ୍ଧି କରାଯାଉ, ସର୍ବସାଧାରଣ ସମ୍ପତ୍ତି ବିକ୍ରୟ ଉପରେ ତୁରନ୍ତ ନିଷେଧାଦେଶ ଜାରି ହେଉ। ବୀମା / ଆର୍ଥିକ କ୍ଷେତ୍ରରେ 100 ପ୍ରତିଶତ ବିଦେଶୀ ପୁଞ୍ଜି ବିନିଯୋଗ ଉପରେ ପ୍ରତିବନ୍ଧକ ଲଗାଯାଉ। ଉକ୍ତ କାର୍ଯ୍ୟକ୍ରମକୁ ପ୍ରମୋଦ ପତି , ତମାଳ ସାହୁକାର , ଆନନ୍ଦ ରାଉଳ , ଧର୍ମ ସିଂ ନାଗ , ଅରୁଣ ଲେଙ୍କା , ଜୟଦେବ ସେଠ , ପ୍ରତାପ ସାହୁ, ବସନ୍ତ ବାଗ ସହଯୋଗ କରିଥିଲେ

Leave a Reply

Your email address will not be published. Required fields are marked *

error: Content is protected !!