ମୋହନ ସରକାରଙ୍କ ବଡ଼ ନିଷ୍ପତ୍ତି; ବଦଳିଲା ସ୍କୁଲ ଆସିବା ସମୟ, ଏଣିକି

ଭୁବନେଶ୍ୱର (ସମୀର ରଞ୍ଜନ ନାୟକ) :ଖରାକୁ ଦୃଷ୍ଟିରେ ରାଜ୍ୟ ସରକାରଙ୍କ ବଡ଼ ଘୋଷଣା। ଆସନ୍ତା ଏପ୍ରିଲ ୨ରୁ ହେବ ସକାଳୁଆ ସ୍କୁଲ । ସକାଳ ୭ଟାରୁ ୯ ଟା ଯାଏ ଚାଲିବ ଅଙ୍ଗନବାଡ଼ି କେନ୍ଦ୍ର। ଖରାବଢ଼ିଲେ ଘରକୁ ପଠାଯିବ ଶୁଖିଲା ଖାଦ୍ୟ । ଏନେଇ ସୂଚନା ଦେଇଛନ୍ତି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀକହିଛନ୍ତି ଆସନ୍ତା ୨ ତାରିଖ ଠାରୁ ସକାଳ ୭ଟାରୁ ୯ଟା ଯାଏଁ ଅଙ୍ଗନବାଡି କେନ୍ଦ୍ର ଚାଲିବ। ତାତି ବଢ଼ିଲେ ଅଙ୍ଗନବାଡି କେନ୍ଦ୍ର ଛୁଟି ସହିତ ଛୁଆଙ୍କ ପାଇଁ ଖାଦ୍ୟ ହୋମ୍ ଡେଲିଭରି କରାଯିବ।

ଦିନ ୧୧ଟାରୁ ଅପରାହ୍‌ଣ ୩ଟା ଯାଏ ଶ୍ରମିକମାନଙ୍କ କାମ ବନ୍ଦ ରହିବ। ଖିଲାପ କଲେ ମାଲିକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ।ଶ୍ରୀ ପୂଜାରୀ କହିଛନ୍ତି ବନ୍ୟା ଓ ବାତ୍ୟା ଭଳି ଗ୍ରୀଷ୍ମ ପ୍ରବାହରେ ବି ଜିରୋ କାଜୁଆଲିଟି ଲକ୍ଷ୍ୟ ରଖାଯାଇଛି। ରାସ୍ତାରେ ବିଭିନ୍ନ ସ୍ଥାନରେ ଛାଇ ପାଇଁ ଛାମୁଡ଼ିଆ ଲାଗିବ। ଜଳଛତ୍ର ଖୋଲାଯିବ। ନଳକୂପ ଖନନ ପାଇଁ ଜିଲାଗୁଡ଼ିକୁ ୩୦୦ କୋଟି ଦିଆଯାଇଛି। ସେହିପରି ଅଘୋଷିତ ବିଜୁଳି କାଟ ହେବ ନାହିଁ। ଦିନ ୧୧ଟାରୁ ଅପରାହ୍ଣ ୩ଟା ଓ ରାତିରେ ବିଦ୍ୟୁତ୍ କାଟ ହେବ ନାହିଁ।

Leave a Reply

Your email address will not be published. Required fields are marked *

error: Content is protected !!