ରାୟଗଡ଼ (ଗୋପୀନାଥ ଗୌଡ଼): ରାୟଗଡ଼ କୋରାପୁଟ ଛକ ନିକଟରେ ଗୋଟିଏ ଟ୍ୟାଙ୍କର MP ୧୯ ଜ଼ଲ ୨୨୪୭ କୋରାପୁଟ ପଟରୁ ଆସୁଥିବା ବେଳେ, ରାୟଗଡ଼ ପଟରୁ ଏକ ୱାଗନ ର କାର ସହିତ ସମୟ 2ଟା ବେଳେ ଧକ୍କା ହୋଇଥିବାର ଦେଖିବାକୁ ମିଳିଛି। ଏହି ଦୁର୍ଘଟଣାରେ କିଏ କିଛି ଆହତ ହୋଇ ନ ଥିବା ସ୍ଥଳେ। ୱାଗନର କାର ଟିର ନମ୍ବର୍ OR 02 BA7501 ସମ୍ମୁଖ ଭାଗ ସମ୍ପୂର୍ଣ୍ଣ ଭାବେ ନଷ୍ଟ ହୋଇ ଯାଇଥିବା ଦେଖିବାକୁ ମିଳିଛି। କାର ଚାଳକ ଜଣକ ପୁଲିସ୍ କନେଷ୍ଟବଳ ବୋଲି ଜଣା ପଡିଛି। ତେବେ ଟ୍ରକ୍ ଚାଳକ ଏବଂ ଟ୍ରକ୍ କୁ ପୁଲିସ୍ ଥାନାରେ ନେଇ ଅଟକ ରଖିଥିବା କହିଛନ୍ତି ପୁଲିସ୍।
କୋରାପୁଟ ଛକ ନିକଟରେ ଦ୍ୱିପହର ୧୨ ପରେ ଟ୍ରାଫିକ ସିଗନାଲ କାମ କରି ନ ଥାଏ ଅନ୍ୟପଟେ ୧୨ଟା ରୁ ୪ଟା ପର୍ୟ୍ୟନ୍ତ କୌଣସି ଟ୍ରାଫିକ ପୁଲିସ୍ ଏଠାରେ ନିୟୋଜିତ ନ ଥାଆନ୍ତି ବୋଲି ସ୍ଥାନୀୟ ଲୋକମାନେ ଅଭିଯୋଗ କରିଛନ୍ତି। ରାୟଗଡ଼ ସହର ଏହି ଛକରେ ଅନେକ ଗୁଡ଼ିଏ ଦୁଇ ଚକିଆ, ତିନି ଚକିଆ ଓ ଚାରି ଚକିଆ ଯାନ ବାହନ ଦୁର୍ଘଟଣା ହେଉଥିବା ବେଳେ, ଏଠାରେ ୧୨, ଟା ପରେ ଟ୍ରାଫିକ ସିଗନାଲ ବନ୍ଦ ରହିବା ଏବଂ କୌଣସି ଟ୍ରାଫିକ ପୁଲିସ୍ ୧୨ରୁ 4ପର୍ୟ୍ୟନ୍ତ ନ ରହିବା ଅତ୍ୟନ୍ତ ଚିନ୍ତା ଜନକ ବିଷୟ ବୋଲି ବୁଦ୍ଧିଯିବି ମାନେ ମତ ଦେଇଛନ୍ତି।