କଟକ (ଆକାଶ କୁମାର ସ୍ୱାଇଁ): ପ୍ରତିବର୍ଷ ପରି ଚଳିତ ବର୍ଷ ମାର୍ଚ୍ଚ ୨୯ ଓ ୩୦ତାରିଖରେ ନଦୀକୂଳ ସାହି ପ୍ରିମିୟର ଲିଗ୍ ସିଜନ-୪ ବିଶ୍ଵଜିତ ମେମୋରିଆଲ୍-୨୦୨୫ କଟକ ଶିଖରପୁର କମଳାକାନ୍ତ ବିଦ୍ୟାପୀଠ ଖେଳ ପଡିଆରେ ଅନୁଷ୍ଠିତ ହେବ ବୋଲି କଟକ ଶିଖରପୁର ହାରାମଣୀ ମଣ୍ଡପରେ ବିଶ୍ଵଜିତ ମେମୋରିଆଲ୍ ସଭାପତି ରଞ୍ଜିତ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକରେ ସୂଚନା ଦେଇଛନ୍ତି।
ଯୁବ-ସମାଜସେବୀ ସ୍ଵର୍ଗତଃ ବିଶ୍ଵଜିତ ମହାନ୍ତିଙ୍କ ସ୍ମୃତି ଉଦ୍ଦେଶ୍ୟରେ ଆୟୋଜନ କରାଯାଇଥିବା ପ୍ରିମିୟର ଲିଗ୍ ରେ ୬ଟି ଟିମର ଯୁବ-କ୍ରୀଡାବିତ ଯୋଗଦେବେ। ଫାଇନାଲରେ ଜିତିବା ଟିମ୍ କୁ ବିଶ୍ଵଜିତ ମେମୋରିଆଲ୍ ଆକର୍ଷଣୀୟ ଟ୍ରଫି ସହ ୧୫ହଜାର ଆର୍ଥିକ ରାଶି ପୁରସ୍କାର, ରନର୍ସ ଅପ୍ ଟିମ୍ କୁ ଟ୍ରଫି ସହ ୧୦ହଜାର ଆର୍ଥିକ ରାଶି ପୁରସ୍କାର ଓ ଉଦୀୟମାନ ଖେଳାଳୀଙ୍କୁ ଅନେକ ଆକର୍ଷଣୀୟ ପୁରସ୍କାର ପୁରସ୍କାର ଦିଆଯିବ ବୋଲି ସୌରଭ୍ ମହାନ୍ତି ସୂଚନା ଦେଇଛନ୍ତି।
ବିଶ୍ଵଜିତ ମେମୋରିଆଲ୍ ସଭାପତି ରଞ୍ଜିତ ମହାନ୍ତିଙ୍କ ତତ୍ତ୍ୱାବଧାନରେ ଏହି ପ୍ରିମିୟର ଲିଗକୁ ମାନସିଂ ମଲ୍ଲ,ପ୍ରଦିପ ସ୍ଵାଇଁ, ତନ୍ମୟ ବେହେରା, ଦିବ୍ୟଦର୍ଶନ ପରିଡା,ପାପୁନ୍ ମଲ୍ଲିକ,ଆଶିଷ ସ୍ଵାଇଁ,ଅନନ୍ତ ବେହେରା, ରାକେଶ ମହାରଣା,ବିକାଶ ସ୍ଵାଇଁ,ମନୋରଞ୍ଜନ ସାହୁ,କ୍ରିତିକାନ୍ତ ବେହେରା, ଦିପକ ମହାନ୍ତି,ପ୍ରେମସାଗର ଦାସ, ଅଭିଜିତ ବରୁହା ଓ ଶ୍ରୀନିବାସ ମହାନ୍ତି ପ୍ରମୁଖ ପରିଚାଳନାରେ ସହଯୋଗ କରିବେ। ଅଞ୍ଚଳର ପ୍ରତିଭାବାନ ଯୁବ କ୍ରୀଡାବିତଙ୍କୁ ଉତ୍ସାହିତ କରିବା ସହ କ୍ରୀଡା କ୍ଷେତ୍ରରେ ସୁନାମ ଅର୍ଜନ କରିବା ପାଇଁ ଆୟୋଜିତ ପ୍ରିମିୟର ଲିଗ୍ ରେବହୁ ମାନ୍ୟଗଣ୍ୟ ବ୍ୟକ୍ତି,ମୂରବୀ ଏବଂ ବୁଦ୍ଧିଜୀବୀ ଯୋଗଦେବେ ବୋଲି ସମ୍ପାଦକ ମାନସିଂ ମଲ୍ଲ ପ୍ରକାଶ କରିଛନ୍ତି।
