ଭୁବନେଶ୍ୱର : ଆଜିଠୁ ପାଳନ ହେବ ‘ଓଡ଼ିଆ ପକ୍ଷ’ । ଏ ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟବାସୀଙ୍କୁ ବାର୍ତ୍ତା ଦେଇଛନ୍ତି । ୧ ଏପ୍ରିଲ୍ ‘ଓଡ଼ିଶା ଦିବସ’ ଠାରୁ ୧୪ ଏପ୍ରିଲ୍ ‘ଓଡ଼ିଆ ନବବର୍ଷ’ ପର୍ଯ୍ୟନ୍ତ ଏହି ୧୪ ଦିନ ଆମେ ‘ଓଡ଼ିଆ ପକ୍ଷ’ ଭାବେ ପାଳନ କରୁଛୁ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ। ଏହା ୧ ଏପ୍ରିଲ୍ ‘ଓଡ଼ିଶା ଦିବସ’ ଠାରୁ ୧୪ ଏପ୍ରିଲ୍ ‘ଓଡ଼ିଆ ନବବର୍ଷ’ ପର୍ଯ୍ୟନ୍ତ ପାଳନ କରାଯିବ।

ଜାଣନ୍ତୁ କେଉଁ ଦିନ କଣ ହେବ ପାଳନ
୧ ଏପ୍ରିଲ- ଓଡିଶା ଦିବସ
୨ ଏପ୍ରିଲ୍- ଖଡିଛୁଆଁ ଦିବସ
୩ ଏପ୍ରିଲ୍- ପାରଂପାରିକ ପୋଷାକ ପରିଧାନ
୪ ଏପ୍ରିଲ୍- ଓଡିଆ ନାମଫଳକ ପ୍ରଚାର ଅଭିଯାନ
୫ ଏପ୍ରିଲ୍- ଐତିହ୍ୟ ଗଣ ଦୌଡ
୬ ଏପ୍ରିଲ୍- ଦେବାଳୟ ଏବଂ ଐତିହ୍ୟ ସ୍ଥଳ ସ୍ବଚ୍ଛତା ଦିବସ
୭ ଏପ୍ରିଲ୍- ବର୍ଣ୍ଣବୋଧ ପୁସ୍ତକ ବଣ୍ଟନ
୮ ଏପ୍ରିଲ୍- ରକ୍ତଦାନ ଅଭିଯାନ
୯ ଏପ୍ରିଲ୍- ଆସ ବହିଟିଏ କିଣିବା ଅଭିଯାନ
୧୦ ଏପ୍ରିଲ- ଲୋକକଳା ପାଇଁ ଦିନିଟିଏ
୧୧ ଏପ୍ରିଲ- ଯୁବ ଲେଖକ ସମ୍ମିଳନୀ
୧୨ ଏପ୍ରିଲ୍- ବରପୁତ୍ରଙ୍କ ଉପରେ ଆଲୋଚନା
୧୩ ଏପ୍ରିଲ୍- ପାରଂପାରିକ ଖାଦ୍ୟ ଦିବସ
୧୪ ଏପ୍ରିଲ୍- ଓଡିଆ ନବ ବର୍ଷ ପାଳନ
