କର୍ଣ୍ଣାଟକର ବିଶ୍ୱ ଐତିହ ସ୍ଥଳୀ ହାମ୍ପି (ହୋସାପେଟେ)ରେ ହୋସା ଟ୍ରଷ୍ଟ ଦ୍ୱାରା ଉତ୍କଳ ଦିବସ ପାଳିତ

କର୍ଣ୍ଣାଟକ(ଶ୍ରୀକ୍ଷେତ୍ର ନ୍ୟୁଜ଼ ବ୍ୟୁରୋ): ଅନେକ ଘାତ ପ୍ରତିଘାତ ସଂଘର୍ଷ ପରେ ଦେଶ ସ୍ୱାଧୀନତାର ଠିକ ୧୧ ବର୍ଷ ପୂର୍ବରୁ ୧୯୩୬ମସିହା ଇଂରାଜୀ ମାସ ଏପ୍ରିଲ ୧ରେ ଭାଷା ଭିତ୍ତିରେ ପ୍ରଥମ ରାଜ୍ୟ ଭାବେ ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନ ହୋଇଥିଲା ,ତାକୁ ସ୍ମରଣ କରିବାକୁ ଯାଇ ପ୍ରତିବର୍ଷ ଏହି ଏପ୍ରିଲ ୧କୁ ଆମେ ଉତ୍କଳ ଦିବସଭାବେ ପାଳନ କରୁଛୁ, ୮୮ ତମ ଉତ୍କଳ ଦିବସ ଅବସରରେ କର୍ଣ୍ଣାଟକର ବିଜୟନଗର ଜିଲ୍ଲାର ବିଶ୍ୱ ଐତିହ ସ୍ଥଳୀ ହାମ୍ପି(ହୋସାପେଟେ) ଠାରେ ହୋସାପେଟେ ଓଡ଼ିଆ ସୋସିଓ କଲଚରାଲ ଆସୋସିଏସନ ଟ୍ରଷ୍ଟ ମହାଆଡ଼ମ୍ବରରେ ପାଳନ କରିଛି ତାର ୯ମ ଉତ୍କଳ ଦିବସ।

ଉକ୍ତ ଉତ୍ସବରେମୁଖ୍ୟ ଅତିଥି ରୂପେ ଯୋଗଦେଇଥିଲେ ଜିନ୍ଦଲଷ୍ଟିଲ ପ୍ଲାଣ୍ଟ ର କାର୍ଯ୍ୟକାରୀ ଉପସଭାପତି ଶ୍ରୀ ଦେବାଶିଷ ମିଶ୍ର, ଟ୍ରଷ୍ଟର ସଭାପତି ମାନସରଞ୍ଜନ ଦାସ ସ୍ୱାଗତ ଭାଷଣ ଦେଇଥିଲେ। ଶ୍ରୀଜଗନ୍ନାଥଙ୍କ ଆରତୀ ପରେ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ହୋସା ଟ୍ରଷ୍ଟର କୁନିକୁନି ପିଲା, ମହିଳାଙ୍କ ଦ୍ୱାରା ଚିତାକର୍ଷକ ସଂଗୀତ ଓ ନୃତ୍ୟ କାର୍ଯ୍ୟକ୍ରମ ପ୍ରଦର୍ଶିତ କରିଥିଲେ। ପରେ ଅତିଥିମାନଙ୍କ ଦ୍ୱାରା ଓଡିଶା ପିଠା ମିଠା,ଝୋଟି, ସାଧାରଣ ଜ୍ଞାନ ଓ ଅନ୍ୟନ୍ୟ ଖେଳର କୃତି ପ୍ରତିଯୋଗୀଙ୍କୁ ପୁରସ୍କାର ବଣ୍ଟନ କରାଯାଇଥିଲା। ମଞ୍ଚ ପରିଚାଳନା କରିଥିଲେ ମୋନାଲିସା ପ୍ରଧାନ।

ହୋସା ଟ୍ରଷ୍ଟ ଗତ କିଛି ବର୍ଷ ହେଲା ଏଠାରେ ଓଡ଼ିଶାର କଳା, ସାହିତ୍ୟ, ଐତିହର ଉତ୍ତରୋତ୍ତ ଉନ୍ନତି ପାଇଁ ଚେଷ୍ଟିତ, କୋଟି ଓଡ଼ିଆଙ୍କ ମଉଡମଣୀ ମହାପ୍ରଭୁଙ୍କ ଘୋଷଯାତ୍ରା ଓଡିଶା ବାହାରେ ଆୟୋଜନ କରି ରଥଯାତ୍ରାକୁ ସେଠାରେ ପ୍ରତିଷ୍ଠିତ କରିବାକୁ ଚେଷ୍ଟିତ ଥିବା ହୋସା ଟ୍ରଷ୍ଟର ସକ୍ରିୟ ସଭ୍ୟ ମନୋଜ ପ୍ରଧାନ, ସୁବ୍ରଜିତ କାନୁନଗୋ, ବିରଜା ବେହେରା, ସୁଜିତ ସିଂ,ରମାକାନ୍ତ ପଣ୍ଡା,ସନ୍ତୋଷ ଦାସ, ମାଧବାନନ୍ଦ ଆଚାର୍ଯ୍ୟ, ସନ୍ତୋଷ ନନ୍ଦ,ରମେଶ ମହାପାତ୍ର ଓ ଅନ୍ୟମାନେ ଜଣାଇଛନ୍ତି।

Leave a Reply

Your email address will not be published. Required fields are marked *

error: Content is protected !!