ଅନୁଗୋଳ ଜିଲ୍ଲା ପ୍ରଶାସନ ଦ୍ୱାରା ଓଡିଆ ପକ୍ଷ ପାଳନ

ଅନୁଗୋଳ (ଅଜିତ କୁମାର ଭୋଇ): ଯୁଗ୍ମ ଶ୍ରମ ଆୟୁକ୍ତଙ୍କ କାର୍ଯ୍ୟାଳୟ, ଅନୁଗୋଳ ଏବଂ ଜିଲ୍ଲା ପ୍ରଶାସନ, ଅନୁଗୋଳଙ୍କ ମିଳିତ ସହଯୋଗରେ ଓଡିଆ ପକ୍ଷ ପାଳନ ଅବସରରେ ସମସ୍ତ ଦୋକାନ ବଜାର ଓ ବାଣିଜ୍ୟ ପ୍ରତିଷ୍ଠାନ ମାନଙ୍କର ନାମ ଫଳକ ଓଡିଆ ଭାଷାରେ ଲେଖିବା ପାଇଁ ଏକ ସଚେତନତା ପଦ ଯାତ୍ରା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରୁ ଶୁଭାରମ୍ଭ କରାଯାଇଛି।ଏଥିସହିତ ଏକ ସଚେତନତା ରଥ ଅନୁଗୋଳ ଜିଲ୍ଲାର ବିଭିନ୍ନ ଏନଏସି ଅଞ୍ଚଳରେ ପରିକ୍ରମଣ କରିଛି।

ଏହି କାର୍ଯ୍ୟକ୍ରମକୁ ଅତିରିକ୍ତ ଜିଲ୍ଲାପାଳ ମହୋଦୟ ଶ୍ରୀଯୁକ୍ତ ପ୍ରତାପ ପ୍ରିତିମୟ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ।ଶ୍ରମ ଅଧିକାରୀ ଓ କର୍ମଚାରୀମାନଙ୍କ ସହ ପ୍ରାୟ ୩୦୦ ଜଣ ନିର୍ମାଣ ଶ୍ରମିକ ତଥା ଅଣ ସଙ୍ଗଠିତ ଶ୍ରମିକ ଏହି ସଚେତନତା ପଦ ଯାତ୍ରାରେ ଅଂଶ ଗ୍ରହଣ କରି ଅନୁଗୋଳ ସହର ପରିକ୍ରମଣ କରିଥିଲେ। ଯେଉଁ ପ୍ରତିଷ୍ଠାନଗୁଡିକରେ ଓଡ଼ିଆ ଭାଷାରେ ନାମ ଫଳକ ଲଗାଯାଇ ନାହିଁ ସେହି ପ୍ରତିଷ୍ଠାନର ମାଲିକମାନଙ୍କୁ ଓଡ଼ିଆ ଭାଷାରେ ନାମ ଫଳକ ଲଗେଇବାକୁ ନିର୍ଦ୍ଦେଶ ଦିଆଯାଇଅଛି ।

Leave a Reply

Your email address will not be published. Required fields are marked *

error: Content is protected !!