ଗଞ୍ଜାମ/ବୁଗୁଡ଼ା (ସୋରେନ କୁମାର ପ୍ରଧାନ):ବାରମ୍ବାର ଖବର ପ୍ରସାରଣ ପରେ ବୁଗୁଡ଼ା ଅଞ୍ଚଳର ଇଟାଭାଟି ଉପରେ ବୁଗୁଡ଼ା ତହସିଲଦାର ତାପସ ରାଉତ ଚଢ଼ାଉ କରି ଇଟାଭାଟି ଭାଙ୍ଗି ଫାଇନ ଆଦାୟ କରି ଇଟା କାରିଗର ମାନେ ନିଜ ଅଞ୍ଚଳ କୁ ଫେରି ଯିବାକୁ କଟକଣା ଜାରି କରିଥିଲେ। ଏହାସହିତ ବୁଗୁଡ଼ା ଅଞ୍ଚଳର ସମସ୍ତ ଆରଆଇ ଙ୍କୁ ଏହା ଉପରେ ନଜର ରଖିବାକୁ କଡ଼ ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ ଏହାସତ୍ତ୍ୱେ ବିଭିନ୍ନ ଜାଗାରେ ବେଆଇନ ଇଟାଭାଟି ମାଲିକମାନଙ୍କ ଦ୍ବାରା ଇଟା କାରିଗର ମାନଙ୍କୁ ନେଇ ଇଟା ତିଆରି କରି ଇଟାଭାଟି ଚାଲିଥିବା ଜଣାପଡିଛି। ଅଞ୍ଚଳର ଆରଆଇ ମାନଙ୍କ ଦାୟିତ୍ୱ ହୀନତା ଯୋଗୁଁ ପୁଣି ବେଆଇନ ଇଟାଭାଟି ଗଢିଉଠିଛି।

ବିଗତ ଦିନରେ କୁଞ୍ଜବନ, ଭଗବାନପୁର, ଭାମଶିଆଳି, ରାମଚନ୍ଦ୍ରପୁର ସହିତ ଅନ୍ୟାନ୍ୟ ଜାଗାରେ ଚଢ଼ାଉ କରି ଜେସିବି ସହାୟତାରେ ଇଟାଭାଟି ଭାଙ୍ଗିବା ସହିତ ଫାଇନ ଆଦାୟ କରିଥିଲା। ଆରଆଇ ମାନଙ୍କ ଏକ ପ୍ରକାରର ଦାୟିତ୍ୱ ହୀନତା ଯୋଗୁଁ ବୁଗୁଡ଼ା ତହସିଲଦାରଙ୍କ ନାକତଳେ ସକ୍ରିୟ ଇଟା ବେପାରୀ।କିନ୍ତୁ ଏବେ କରଚୁଲି,ପଙ୍କଳବାଡି ଓ ଅନ୍ତରପଡା ପଞ୍ଚାୟତର ବିଭିନ୍ନ ଗ୍ରାମରେ ବେଆଇନ ଇଟାଭାଟି ମାଲିକମାନଙ୍କ ଦ୍ବାରା ଇଟା ପକାଇବା କାର୍ଯ୍ୟ ଚାଲୁରହିଛି। ଏଥିପ୍ରତି ସ୍ଥାନୀୟ ତହସିଲଦାର ତାପସ ରାଉତ ତୁରନ୍ତ ବେଆଇନ ଇଟାଭାଟି ମାଲିକମାନଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବା ପାଇଁ ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ଜୋର ଧରିଛି।