ସୁବର୍ଣ୍ଣପୁର (ଶାନ୍ତନୁ କୁମାର କର୍ଣ୍ଣ): ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ସ୍ଥିତି ଚନ୍ଦ୍ରମଣି ମିଶ୍ରଙ୍କ ବାସଭଵନକୁ ମାନ୍ୟବର ଉପ ମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂଦଓ ଏବଂ ତାଙ୍କ ଧର୍ମପତ୍ନୀ ବଲାଙ୍ଗୀର ସାଂସଦ ସଂଗୀତା କୁମାରୀ ସିଂଦେଓ ଆସିଥିବାବେଳେ, ଡୁଙ୍ଗୁରିପାଲି ଅଂଚଳର ସଚେତନ ନାଗରିକଙ୍କ ପକ୍ଷରୁ ଅପରାହ୍ନ ପ୍ରାୟ ୩ ଘଣ୍ଟା ସମୟରେ ନୂତନ ବିଜ୍ଞାନ କଲେଜ ପାଇଁ ଏକ ଲିଖିତ ଦାବିପତ୍ର ପ୍ରଦାନ କରାଯାଇଛି l ଡୁଙ୍ଗୁରିପାଲି ବ୍ଲକ ହେଡ଼ କ୍ୱାଟର ହେଲେ ମଧ୍ୟ୍ୟ ବିଜ୍ଞାନ କଲେଜ ନଥିବା ଦୁଃଖର କଥା ଏଠାରେ ରେଳ ଷ୍ଟେସନ, ଡାକ୍ତରଖାନା, ଭଳି ଅନେକ ସୁବିଧା ଥାଇ ମଧ୍ୟ୍ୟ ସରକାରଙ୍କ ନଜରକୁ ଏଯାବତ୍ ଆସିନାହିଁ ଏହି ଅଞ୍ଚଳ l
ବିଗତ ସରକାରଙ୍କ ସମୟରେ ଅନେକ ଅଭିଯୋଗ ହୋଇଥିଲା ହେଲେ ତାହା ଶୁଣି ନଥିଲେ । ତେଣୁ ବର୍ତମାନର ସରକାରରେ ଥିବା ମନ୍ତ୍ରୀ ଓ ସାଂସଦଙ୍କୁ ଦାବି ଯାଇଛନ୍ତି ଅଞ୍ଚଳବାସୀ l ଦାବି ପୂରଣ କେବେ ହେବ ଏବଂ ଅଂଚଳର ଛାତ୍ର ଛାତ୍ରୀ ମାନେ ଡୁଙ୍ଗୁରିପାଲି ବିଜ୍ଞାନ କଲେଜରେ କେବେ ପାଠ ପଢ଼ିବାର ସୁବିଧା ପାଇ ପାରିବେ ଦେଖିବାକୁ ବାକି ରହିଲା l ନିଶ୍ଚିତ ଭାବେ ସରକାର ଏଥିପ୍ରତି ଧ୍ୟାନ ଦେବା ଶହ ଡୁଙ୍ଗୁରିପାଲି ରେ ନୂତନ ବିଜ୍ଞାନ କଲେଜ ପାଇଁ ଅନୁମତି ଦେବେ ବୋଲି ଅଞ୍ଚଳବାସୀ ଆଶା ରଖିବା ଶହ ଅଞ୍ଚଳରେ ବିଜ୍ଞାନ ଶିକ୍ଷାର ବିକାଶ ହେବ ବୋଲି ମତବ୍ୟକ୍ତ କରିଛନ୍ତି l
ଡୁଙ୍ଗୁରିପାଲିର ବିପ୍ରଚରଣ ସାହୁ, ଗୋପାଳ ବାରିକ, ଅଶୋକ ଶତପଥି,କିଶନ ଅଗ୍ରୱାଲ, ବିଭୁଦତ୍ତ ବିଶ୍ୱାଳ, ହେମନ୍ତ ବିଶ୍ୱାଳ, ରତ୍ନାକର ସେଠ, ପବିତ୍ର ମୋହନ ପାଣ୍ଡିଆ,ସୁରେନ୍ଦ୍ର ଖମାରୀ,ବ୍ରଜୁ ମିଶ୍ର, ବିବେକାନନ୍ଦ ତ୍ରିପାଠୀ,ବନମାଳୀ ପୋଢ଼ , ମନୋଜ ପଧାନ,ନରେନ୍ଦ୍ର ଯୋଶୀ,ସୁଶାନ୍ତ ବାରିକ,ଦେବରାଜ ବେହେରା,ସାନନ୍ଦ ସାହୁ,ପ୍ରମୁଖ ସଚେତନ ନାଗରିକ ଏହି ଦାବି ପତ୍ର ପ୍ରଦାନ କରିଥିବା ଦେଖିବାକୁ ମିଳିଛି l