ଭୁବନେଶ୍ୱର (ସମୀର ରଞ୍ଜନ ନାୟକ): ରାଜ୍ୟର ପ୍ରମୁଖ ବିରୋଧୀ ଦଳ ବିଜୁ ଜନତା ଦଳ (ବିଜେଡି) ଏବେ ଅନ୍ତଃକଳହର ସମ୍ମୁଖୀନ ହେଉଛି। ଦଳର ପୂର୍ବତନ ନେତା ତଥା ପୂର୍ବତନ ୫ଟି ଅଧ୍ୟକ୍ଷ ଭି.କେ. ପାଣ୍ଡିଆନଙ୍କର ପ୍ରଭାବଶାଳୀ ଭୂମିକାକୁ ନେଇ ବିବାଦ ଜୋର ଧରିଛି। ପୂର୍ବତନ ବିଜେଡି ନେତା ପ୍ରସନ୍ନ ପାଟ୍ଟଶାଣୀ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ବିରୋଧରେ ଗୁରୁତର ଅଭିଯୋଗ ଆଣି କହିଛନ୍ତି ଯେ ପାଣ୍ଡିଆନଙ୍କ ଇଙ୍ଗିତରେ ନବୀନ ମିଛ କହୁଛନ୍ତି।ସୂଚନା ଥାଉକି, ପ୍ରସନ୍ନ ପାଟ୍ଟଶାଣୀ ନବୀନଙ୍କୁ ମିଛ କହୁଥିବା କହିଥିବାବେଳେ ଏହାର ଜବାବ ଦେଇଛନ୍ତି ଦେବୀ ମିଶ୍ର। ପାଟ୍ଟଶାଣୀ କହିଥିଲେ, ନବୀନ ଭୀଷଣ ମିଛ କହୁଛନ୍ତି। ପାଣ୍ଡିଆନଙ୍କ କଥାରେ ନବୀନ ମିଛ କହି ଚାଲିଛନ୍ତି। ଦଳରେ କ’ଣ ଅଛି ଯେ, ସେ ଦଳ ଗଢ଼ିବେ। ବିଜେଡିରେ ଏବେ ଷଡ଼ଯନ୍ତ୍ର ଚାଲିଛି। ମୋ’ ବିରୋଧରେ ବି ପାଣ୍ଡିଆନ ଷଡ଼ଯନ୍ତ୍ର କରିଥିବା ପାଟ୍ଟଶାଣୀ ଏତେ ଦିନରେ ତୁଣ୍ଡ ଖୋଲି କହିଛନ୍ତି।