ନାରାୟଣୀଙ୍କ ପୀଠରେ ବିଶ୍ଵଶାନ୍ତି ପାଇଁ ଚଣ୍ଡୀ ଯଜ୍ଞ

ସୁବର୍ଣ୍ଣପୁର (ଶାନ୍ତନୁ କୁମାର କର୍ଣ୍ଣ): ଦ୍ଵିତୀୟ ବାରାଣସୀ ଭାବରେ ଖ୍ୟାତ ସୁବର୍ଣ୍ଣପୁର ସହର ର ରାୟଗୁରୁ ପଡ଼ାରେ ଅବସ୍ଥିତ ମା’ନାରାୟଣୀଙ୍କ ପୀଠରେ ଚୈତ୍ର ଶୁକ୍ଳପକ୍ଷ ପ୍ରତିପଦ ଠାରୁ ପୂର୍ଣ୍ଣିମା ପର୍ଯ୍ୟନ୍ତ ୧୫ଦିନ ଧରି ବିଶେଷ ପୂଜାର୍ଚ୍ଚନା ସହ ପୂର୍ଣ୍ଣମୀ ଦିନ ସନ୍ଧ୍ୟାରେ ବିଶ୍ୱଶାନ୍ତି ନିମନ୍ତେ ଚଣ୍ଡୀ ଯଜ୍ଞ ଅନୁଷ୍ଠିତ ହୋଇଯାଇଅଛି। ପୂଜାର୍ଚ୍ଚନା ପରେ ପରେ ସମସ୍ତ ଶ୍ରଦ୍ଧାଳୁ ବୃନ୍ଦ ସାମୁହିକ ପ୍ରସାଦ ସେବନ କରିଥିଲେ। ମା’ଙ୍କ ଏହି ଚୈତ୍ରମାସର ପର୍ଵକୁ ପଡ଼ାବାସୀ ଉତ୍ସାହର ସହ ପାଳନ କରିଥାନ୍ତି । ବିଶ୍ୱାସ ରହିଛି ଉକ୍ତ ଆଧ୍ୟାତ୍ମିକ ପୂଜାର୍ଚ୍ଚନା ଦ୍ୱାରା ସମସ୍ତଙ୍କୁ ସୁଖ ସମୃଦ୍ଧି ଓ ଐଶ୍ଚର୍ଯ୍ୟ ପ୍ରାପ୍ତ ହୋଇଥାଏ। ସେଥିପାଇଁ ମା’ଙ୍କ ପୀଠରେ ଏହା କେଉଁ ରାଜାରାଜୁଡା ସମୟରୁ ଅନୁଷ୍ଠିତ ହୋଇଆସୁଅଛି। ଚଳିତ ବର୍ଷ ଉକ୍ତ କାର୍ଯ୍ୟକ୍ରମରେ ମୂଖ୍ୟ ପୂଜକ ଭାବରେ ଜ୍ୟୋତିର୍ବିଦ ଆଚାର୍ଯ୍ୟ ବ୍ୟାସ ପଣ୍ଡିତ ରାଜେନ୍ଦ୍ର କୁମାର ମହାପାତ୍ରଙ୍କ ସହପଣ୍ଡିତ ପିତବାସ ମିଶ୍ର ,ବିଧାନ ଚନ୍ଦ୍ର ପାଣିଗ୍ରାହୀ ,ଶ୍ରୀତମ ମହାପାତ୍ର ,ମନୋରଞ୍ଜନ ମିଶ୍ର ,ପ୍ରଦୀପ ଷଡ଼ଙ୍ଗୀ ,ପବିତ୍ର ମିଶ୍ର ,ନରୋତ୍ତମ ପଣ୍ଡା,କୃପାନିଧି ରାୟଗୁରୁ,ମଣ୍ଟୁ ମିଶ୍ର, ନିଳାମ୍ବର ଶତପଥୀ,ସୁଧାଂଶୁ ଶେଖର ମିଶ୍ର ପ୍ରମୁଖ ସହାୟତା କରିଥିଲେ।

Leave a Reply

Your email address will not be published. Required fields are marked *

Powered by Joinchat