ଓଡିଆ ପକ୍ଷ ପାଳନ ସହ ଓଡ଼ିଆ ନବ ବର୍ଷକୁ ସ୍ୱାଗତ

ସୁବର୍ଣ୍ଣପୁର (ଶାନ୍ତନୁ କୁମାର କର୍ଣ୍ଣ): ଓଡିଆ ପକ୍ଷ ପାଳନ ଅବସରରେ ଆଜି ସୁବର୍ଣ୍ଣପୁର ନିଉ ଟାଉନ୍ ହଲ୍ ଠାରେ ପାରମ୍ପରିକ ଓଡ଼ିଆ ପିଠା ପଣା, ଝୋଟି, ମୁରୁଜ, ଚିତା ପ୍ରତିଯୋଗିତ ଅନୁଷ୍ଠିତ ସହ ଓଡ଼ିଆ ନବ ବର୍ଷ ପାଳନ ନିମନ୍ତେ ଏକ ଭବ୍ୟ ସମାରୋହ ଅନୁଷ୍ଠିତ ହୋଇଯାଇଛି l ଜିଲ୍ଲାର ସମସ୍ତ ବ୍ଲକ ସହ ସୋନପୁର ପୌର ପରିଷଦର ବିଭିନ୍ନ ସ୍ବୟଂ ସହାୟିକା ଗୋଷ୍ଠୀ ସଦସ୍ୟା, ବିଭିନ୍ନ ମହାବିଦ୍ୟାଳୟର ଛାତ୍ର ଛାତ୍ରୀଙ୍କୁ ନେ଼ଇ ପ୍ରତିଯୋଗୀତା ଆୟୋଜନ କରାଯାଇଥିଲା l ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ସଂସ୍କୃତି ବିଭାଗ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ରାଜେନ୍ଦ୍ର ମାଝୀ ଓ ସମ୍ମାନିତ ଅତିଥି ଭାବରେ ଅତିରିକ୍ତ ଜିଲ୍ଲାପାଳ ଅଞଳିନା ପଧାନ, ଡେପୁଟି କଲେକ୍ଟର ତଥା ବିଡ଼ିଓ ସୋନପୁର ପ୍ରତୀକ କର, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଅନୁପମା ପଣ୍ଡା, ଜିଲ୍ଲା ମଙ୍ଗଳ ଅଧିକାରୀ ଅଚ୍ୟୁତାନନ୍ଦ ସିଂ, ଜିଲ୍ଲା ପଞ୍ଚାୟତ ଅଧିକାରୀ ଅର୍ଜ୍ଜୁନ ମାଝୀ ପ୍ରମୁଖ ଯୋଗ ଦେଇ ଓଡ଼ିଆ ପକ୍ଷ ପାଳନ, ତଥା ଓଡ଼ିଆ ନୂତନ ବର୍ଷ ଅବସରରେ ଓଡ଼ିଆ ସଂସ୍କୃତି ପରମ୍ପରା ତଥା ଲିଭି ଯାଉଥିବା ପାରମ୍ପରିକ ଖାଦ୍ୟ କୁ ଜନମାନସରେ ଉଦ୍ଜୀବିତ ପାଇଁ ଏହି କାର୍ଯ୍ୟକ୍ରମ ସମସ୍ତଙ୍କ ନିମନ୍ତେ ପ୍ରେରଣା ଯୋଗାଇଥିବା କହିଛନ୍ତି।

ଏହି ପରିପ୍ରେକ୍ଷୀରେ ଅନୁଷ୍ଠିତ ସୁ ସ୍ବାଦୁ ଓଡ଼ିଆ ଘର ପାରମ୍ପରିକ ବ୍ୟଞ୍ଜନ ପ୍ରତିଯୋଗିତା, ଝୋଟି, ମୁରୁଜ ତଥା ଚିତା ହୁଳହୁଳି ପ୍ରତିଯୋଗିତାର କୃତି ପ୍ରତିଯୋଗୀଙ୍କୁ ଉତ୍ସାହିତ କରିବା ସହିତ ସମ୍ବର୍ଦ୍ଧିତ କରିଥିଲେ l ବିଚାରକ ଭାବେ ମିନା ମହାରଣା, ଓ ଶ୍ୟାମ ସୁନ୍ଦର ମେହେର, ଶୁଭେନ୍ଦୁ ମେହେର, ସସ୍ମିତା ମେହେର, ଓ ସୁନନ୍ଦା ସାହୁ ପ୍ରମୁଖ ଆୟୋଜିତ ପ୍ରତିଯୋଗିତାର ବିଚାରକ ଭାବେ ନିଖୁଣ ଦାୟିତ୍ୱ ସମ୍ପାଦନ କରିଥିଲେ। କାର୍ଯ୍ୟକ୍ରମରେ ଜିଲ୍ଲାର ବିଭିନ୍ନ ଏସ ଏଚ ଜି ସଦସ୍ୟା, ଛାତ୍ର ଛାତ୍ରୀ, ବୁଦ୍ଧିଜୀବୀ, ଶିକ୍ଷକ ଶିକ୍ଷୟତ୍ରୀ, ସ୍ବେଛାସେବୀ ସଂଗଠନ କର୍ମକର୍ତ୍ତା, ବିଭିନ୍ନ ସରକାରୀ ପଦାଧିକାରୀ,ସାମ୍ବାଦିକ ପ୍ରମୁଖ ଉପସ୍ଥିତ ରହିଥିଲେ.। କାର୍ଯ୍ୟକ୍ରମକୁ ଶିକ୍ଷକ ଲଷ୍ମୀନାରାୟଣ ସାହୁ ସଂଯୋଜନା କରିଥିବା ବେଳେ ଜିଲ୍ଲା ସଂସ୍କୃତି ଅଧିକାରୀ ଯମୁନା ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ। ଶେଷରେ ପଣା ସଂକ୍ରାନ୍ତି ତଥା ଓଡ଼ିଆ ନବ ବର୍ଷ କୁ ସ୍ୱାଗତ ପୂର୍ବକ ପାରମ୍ପରିକ ବ୍ୟଞ୍ଜନ ପିଠା ପଣା ବଣ୍ଟନ କରାଯାଇଥିଲା।

Leave a Reply

Your email address will not be published. Required fields are marked *

error: Content is protected !!
Open chat
ଜୟ ଜଗନ୍ନାଥ 🙏🏻
ଶ୍ରୀକ୍ଷେତ୍ର ନ୍ୟୁଜକୁ ସ୍ୱାଗତ