କାର ଧକ୍କାରେ ମହିଳା ଗୁରୁତର

ଗଞ୍ଜାମ/ବୁଗୁଡା (ସୋରେନ କୁମାର ପ୍ରଧାନ): ବୁଗୁଡ଼ା-କରସିଙ୍ଗି ମୁଖ୍ୟ ରାସ୍ତାରେ ଆସୁଥିବା ଜନୈକା ମହିଳା କାର୍ ଧକ୍କାରେ ଗୁରୁତର ହୋଇ ବ୍ରହ୍ମପୁରକୁ ସ୍ଥାନାନ୍ତର ହୋଇଥିବା ଜଣାଯାଇଛି। ଗୁରୁତର ମହିଳା ଜଣକ ନିକଟସ୍ଥ ଶ୍ରୀରାମ ନଗର ନିବାସୀ କୃଷ୍ଣ ଜେନାଙ୍କ ପତ୍ନୀ ସୁଷମା ଜେନା (୫୦)। ଘଟଣାରୁ ପ୍ରକାଶ ଯେ, ଆଜି ଅପରାହ୍ନରେ ସୁଷମା ବିଲରୁ ମୁଗଗୋଛା ଧରି ଘରକୁ ଫେରୁଥିଲେ। ଏକ କାର ତାଙ୍କୁ ପଛପଟୁ ଧକ୍କା ଦେଇ ଦ୍ରୁତଗତିରେ ବୁଗୁଡା ଆଡକୁ ଆସିଥିଲା। କାର ଧକ୍କାରେ ସେ ଆହତ ହୋଇଥିଲେ। ତାଙ୍କୁ ସେଠାରୁ ଉଦ୍ଧାର କରି ବୁଗୁଡା ମେଡିକାଲକୁ ଅଣାଯାଇଥିଲା । ଦୁର୍ଘଟଣାରେ ତାଙ୍କର ଦୁଇ ଗୋଡ ଭାଙ୍ଗି ଯାଇଥିବା ବେଳେ ମୁହଁରେ ମଧ୍ୟ ଆଘାତ ଲାଗିଥିଲା। ତାଙ୍କର ଅବସ୍ଥା ଗୁରୁତର ଥିବାରୁ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ ବ୍ରହ୍ମପୁରକୁ ସ୍ଥାନାନ୍ତର କରାଯାଇଥିଲା ।

Leave a Reply

Your email address will not be published. Required fields are marked *

Powered by Joinchat