ବଅଁରପାଳ ବ୍ଲକ୍ କାର୍ଯ୍ୟାଳୟ ପରିସରରେ ଜାତୀୟ ପଞ୍ଚାୟତିରାଜ ଦିବସ ପାଳିତ

ଅନୁଗୋଳ (ଅଜିତ କୁମାର ଭୋଇ) : ଅନୁଗୋଳ ଜିଲ୍ଲା ବଅଁରପାଳ ବ୍ଲକ୍ କାର୍ଯ୍ୟାଳୟ ପରିସରରେ ଜାତୀୟ ପଞ୍ଚାୟତିରାଜ ଦିବସ ପାଳିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ବ୍ଲକ ଚେୟାରମ୍ୟାନ ବିଜୟ କୁମାର ନାଥ, ଜିଲ୍ଲା ପରିଷଦ ସଭ୍ୟା ମୀରା ଗଡ଼ନାୟକ, ଜିଲ୍ଲା ପରିଷଦ ଗୋପାଳ ନାଏକ ସମ୍ବଲପୁର ସାଂସଦ ତଥା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପ୍ରତିନିଧି ଅମିୟ ତ୍ରିପାଠୀ,ଢେଙ୍କାନାଳ ସାଂସଦ ରୁଦ୍ରନାରାୟଣ ପାଣିଙ୍କ ପ୍ରତିନିଧି ଛବି ମୋହନ ସାହୁ, ଅନୁଗୁଳ ବିଧାୟକଙ୍କ ପ୍ରତିନିଧି ପ୍ରତ୍ୟୁଷ (କିଟୁ) ରଞ୍ଜନ ପଣ୍ଡା, ଛେଣ୍ଡିପଦା ବିଧାୟକ ଅଗସ୍ତି ବେହେରାଙ୍କ ପ୍ରତିନିଧି ତପନ ଦେବତା, ବିଡିଓ ଲୋଚନ ଦାସ, ଏବିଡିଓ ମାଧବ ପାଣିଗ୍ରାହୀ, ଜିପିଡିଓ ସୁଜାତା ତ୍ରିପାଠୀ, ବ୍ଲକ୍‌ର ସମସ୍ତ ଯନ୍ତ୍ରୀ, ଅନ୍ୟନ୍ୟ କର୍ମଚାରୀ ଯୋଗ ଦେଇଥିଲେ ଓ ବ୍ଲକ୍‌ର ବିଭିନ୍ନ ପଞ୍ଚାୟତର ନିର୍ବାଚିତ ପଞ୍ଚାୟତିରାଜ ପ୍ରତିନିଧି, ମହିଳା ସ୍ଵୟଂ ସହାୟକ ଗୋଷ୍ଠୀ ସଦସ୍ୟା, ଅଙ୍ଗନବାଡ଼ି କର୍ମୀ , କର୍ମଚାରୀ, ମିସନ୍ ଶକ୍ତି ଏବଂ ମିଲେଟ୍‌ ଶକ୍ତିର ସଦସ୍ୟାମାନେ ଯୋଗ ଦେଇଥିଲେ |

ମୁଖ୍ୟମନ୍ତ୍ରୀଙ୍କ ରାଜ୍ୟସ୍ତରୀୟ ପଞ୍ଚାୟତିରାଜ ଦିବସର ସିଧା ପ୍ରସାରଣ କରାଯାଇଥିଲା । ଅତିଥିମାନଙ୍କ ଦ୍ବାରା ଶ୍ରେଷ୍ଠ ପଞ୍ଚାୟତ ପୁରସ୍କାର,ପଞ୍ଚଦଶ ଅର୍ଥ ଆୟୋଗର ଅର୍ଥ ରାଶି ବଣ୍ଟନ, ନୂତନ ଖାଉଟି କାର୍ଡ ବଣ୍ଟନ, ମହାତ୍ମାଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ ୧୦୦ଟି କାର୍ଯ୍ୟ ଦିବସ ପୂରଣ କରିଥିବା ବ୍ୟକ୍ତିଙ୍କୁ ସମ୍ମାନିତ କରାଯାଇଥିଲା। ଏଥିସହ ଅନ୍ୟାନ୍ୟ ଯୋଜନାର କାର୍ଯ୍ୟାଦେଶ ବଣ୍ଟନ କରାଯାଇଥିଲା ଅନୁଗୋଳ ରୁ ଅଜିତ୍ କୁମାର ଭୋଇ

Leave a Reply

Your email address will not be published. Required fields are marked *

Powered by Joinchat