ଆତଙ୍କବାଦୀ ଆକ୍ରମଣରେ ପ୍ରାଣ ହରାଇଥିବା ପର୍ଯ୍ୟଟକଙ୍କ ପାଇଁ ଶ୍ରଦ୍ଧାଞ୍ଜଳି

ସୁବର୍ଣ୍ଣପୁର (ଶାନ୍ତନୁ କୁମାର କର୍ଣ୍ଣ) : ଜାମ୍ମୁ କାଶ୍ମୀରର ପହଲ୍‌ଗାଓଁ ଠାରେ ଆତଙ୍କବାଦୀ ଆକ୍ରମଣରେ ପ୍ରାଣ ହରାଇଥିବା ବ୍ୟକ୍ତିମାନଙ୍କ ଅମର ଆତ୍ମାର ସଦ୍‌ଗତି ପାଇଁ ବରିଷ୍ଠ ନାଗରିକ ସଂଗଠନ କାର୍ଯ୍ୟାଳୟ ବୀରମହାରାଜପୁର ଠାରେ ଶୁକ୍ରବାର ଏକ ଶ୍ରଦ୍ଧାଞ୍ଜଳି ସଭାର ଆୟୋଜନ କରା ଯାଇଥିଲା। ଅନୁଷ୍ଠାନର ସଭାପତି ଡ.ପ୍ରଫୁଲ୍ଲ କୁମାର ରଥଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଏହି ସଭାରେ ବରିଷ୍ଠ ସଦସ୍ୟ ଗୋପୀନାଥ ମହାକୁର, ଭୂଷଣ କୁମାର ପାତ୍ର, ଜ୍ଞାନେନ୍ଦ୍ର ତ୍ରିପାଠୀ, ସନ୍ତୋଷ ଷଡ଼ଙ୍ଗୀ ପ୍ରମୁଖ ମଞ୍ଚାସୀନ ହୋଇ ଆତଙ୍କବାଦୀ ଆକ୍ରମଣ ର ଘୋର ନିନ୍ଦା କରିଥିଲେ ।

ପରେ ପରେ ସଭାପତି ଙ୍କ ଦ୍ଵାରା ଆଗତ ଶୋକ ପ୍ରସ୍ତାବ ରେ ମୃତକଙ୍କ ଅମର ଆତ୍ମାର ସଦ୍‌ଗତି ନିମନ୍ତେ ଦୁଇ ମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲା ଓ ଆତଙ୍କବାଦୀ ଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରି ଉପ ଜିଲ୍ଲାପାଳ, ବୀରମହାରାଜପୁର ଙ୍କ ଜରିଆରେ ଭାରତର ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ନିକଟକୁ ଏକ ସ୍ମାରକ ପତ୍ର ପ୍ରେରଣ କରାଗଲା । ଶ୍ରଦ୍ଧାଞ୍ଜଳି ସଭାରେ ବାସୁଦେବ ପଣ୍ଡା, ସୌମିତ୍ରୀ ମେହେର, ନିତ୍ୟାନନ୍ଦ ତ୍ରିପାଠୀ,ଅକ୍ଷୟ ମିଶ୍ର,ଅକୃର ଦନ୍ତା,ଦିଲ୍ଲିପ କୁମାର ମିଶ୍ର, ତ୍ରିନାଥ ମିଶ୍ର, ଭୀମସେନ ବାରିକ ପ୍ରମୁଖ ଉପସ୍ଥିତ ଥଥିଲେ ।ଡ.ଦ୍ବିତୀକୃଷ୍ଣ ପଣ୍ଡା ସଭା ସଂଯୋଜନା କରିଥିଲେ ।

Leave a Reply

Your email address will not be published. Required fields are marked *

error: Content is protected !!