ଗଞ୍ଜାମ/ବୁଗୁଡା (ସୋରେନ କୁମାର ପ୍ରଧାନ): ବିଶ୍ବ କଲ୍ୟାଣ ନିମନ୍ତେ ବିରଞ୍ଚିପୁର ଗ୍ରାମ ବଡଦାଣ୍ଡଠାରେ ୪୮ ପ୍ରହର ଅଖଣ୍ଡ ନାମଯଜ୍ଞର ଶୁଭାରମ୍ଭ ହୋଇଯାଇଛି। ଉକ୍ତ ନାମଯଜ୍ଞରେ ମାଳ ଗୋଛାବାଡି, ନଗୁଡୁ, ଇନ୍ଦ୍ରଗଡ଼, ସୋଲଣ୍ଡି ଓ ଦଦରାଖୋଲ ଆଦି ଗ୍ରାମର ନାମ ସଂକୀର୍ତ୍ତିନ ଦଳ ଅଂଶ ଗ୍ରହଣ କରିଛନ୍ତି। ଏଥି ସହ ଆୟୋଜିତ ଘୃତଯଜ୍ଞରେ ପ୍ରଚାରକ ଭାବେ ଚିତ୍ତରଞ୍ଜନ ଦାଶ, ପୁରୋହିତ ଭାବେ ହିମାଂଶୁ ଶେଖର ଦାଶ, ବାବୁଲି ଦାଶ, ଅମୂଲ୍ୟ ଦାଶ ଓ ପ୍ରଫୁଲ୍ଲ କୁମାର ଦାଶ ଏବଂ କର୍ତ୍ତା ଭାବେ ପ୍ରଶାନ୍ତ କୁମାର ମହାପାତ୍ର ନିୟୋଜିତ ରହିଛନ୍ତି । ଏହି ନାମଯଜ୍ଞ ଉପଲକ୍ଷେ ଗତ ଗୁରୁବାର ଦିନ ଦୀକ୍ଷା ଗ୍ରହଣ , କଳସାଧିବାସ , ନାମାଧିବାସ , ଅଙ୍କୁରାରୋପଣ , ଜଳଯାତ୍ରା ଆଦି କାର୍ଯ୍ୟକ୍ରମ ବିଧିବିଧାନ ପୂର୍ବକ ଅନୁଷ୍ଠିତ ହୋଇଯାଇଛି। ବିରଞ୍ଚିପୁର ଗ୍ରାମବାସୀଙ୍କ ସହଯୋଗରେ ନାମଯଜ୍ଞ ସହିତ ଘୃତଯଜ୍ଞ ଓ ଅନ୍ନଯଜ୍ଞ ମଧ୍ୟ ଅନୁଷ୍ଠିତ ହେଉଥିବାରୁ ଆଖପାଖ ଅଞ୍ଚଳର ବହୁ ଶ୍ରଦ୍ଧାଳୁଙ୍କ ସମାବେଶ ଘଟୁଛି।